Unknown

 

 

 

 

 

 

 

 

 

ସାରସ୍ୱତ ସାଧକ ପ୍ରାଣକୃଷ୍ଣ ସାମଲ

ବିକ୍ରମ କେଶରୀ ବର୍ମା

 

ପ୍ରାଗ୍‌ଭାଷ

 

ବିଶିଷ୍ଟ ଲେଖକ ଶ୍ରୀ ବିକ୍ରମକେଶରୀ ବର୍ମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସାହିତ୍ୟସାଧକ ପ୍ରାଣକୃଷ୍ଣ ସାମଲ’ ତାଙ୍କ ଦ୍ୱାରା ସୃଷ୍ଟ ଏକ ଆୟାସଲବ୍‌ଧ ପ୍ରୟାସ । ପ୍ରାଣକୃଷ୍ଣ ୧୯୧୨ ମସିହାରେ ଜନ୍ମିତ ଏକ ପ୍ରତିଭାଦୀପ୍ତ କାବ୍ୟଶିଳ୍ପୀ । ନିଛାଟିଆ ପଲ୍ଲୀ ଜୀବନର ସୌନ୍ଦର୍ଯ୍ୟଭରା ପରିବେଶରେ ସେ ନିଜକୁ ଗଢ଼ି ତୋଳିଛନ୍ତି । କାଳକ୍ରମେ ସେଇ ସ୍ୱତଃସ୍ଫୂର୍ତ୍ତ ଜୀବନ ପ୍ରବାହ ଏକ ବିଶେଷ ରୁଚି ଓ ଭାବଧାରା ନେଇ ତାଙ୍କ ସୃଜନ ଦୀପକୁ ତେଜୀୟାନ୍‌ କରିଛି । ପଲ୍ଲୀକୋଳର ବିଭୂଷିତ ସୌନ୍ଦର୍ଯ୍ୟରେ ସେ ନିଜକୁ ସମ୍ପୂର୍ଣ୍ଣ ମନୋନିବେଶ କରିଛନ୍ତି । ଗ୍ରାମ୍ୟ ଜୀବନର ଲୀଳାୟିତ ଗୁଞ୍ଜରଣକୁ ପାଥେୟ କରି ତାଙ୍କ କଲମ ଏକ ତଲ୍ଲୀନ ମନୋଭାବ ମାଧ୍ୟମରେ ଶାବ୍ଦିକ ମାୟାଜାଲ ଧରି ନିଜ କାବ୍ୟ କବିତା ଚିତ୍ରାଙ୍କନ କରିଛି । ତାଙ୍କ ସର୍ଜନାତ୍ମକ ପ୍ରକ୍ରିୟା ଯଥାର୍ଥରେ ସରଳ ଓ ସାବଲୀଳ । କୌଣସି ବର୍ଣ୍ଣାଢ଼୍ୟ, ବାଗାଡ଼ମ୍ବର ଶୈଳୀ କିମ୍ବା ଭାବ ଦ୍ୱାରା ସେମାନେ ଆକ୍ରାନ୍ତ ନୁହନ୍ତି । ଉଦ୍‌ବେଗଶୂନ୍ୟ ସମାହିତ ଗ୍ରାମ୍ୟଜୀବନ ଯାହା ପଲ୍ଲୀପ୍ରାଣର ପ୍ରତିରୂପ, ଯିଏ ସଂଘର୍ଷ ପ୍ରତିବଦଳରେ ସମନ୍ୱୟ, ବୈରଭାବ ପ୍ରତିବଦଳରେ ମିତ୍ରଭାବର ଦିଗନ୍ତ ଉନ୍ମୋଚନ କରେ, କବିଙ୍କ ଲେଖନୀ ଯଥାର୍ଥରେ ସେଇ ପଥର ପଥିକ । ପ୍ରାଣକୃଷ୍ଣ କେବଳ କବି ନଥିଲେ, ସେ ଥିଲେ ଉପନ୍ୟାସକାର । ସାମାଜିକ ପ୍ରତିବଦ୍ଧତା ତାଙ୍କ ଗଦ୍ୟଶିଳ୍ପର ପ୍ରାଥମିକ ବକ୍ତବ୍ୟ । ତେଣୁ ତାଙ୍କ ନାୟକ ନାୟିକା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ହୋଇ ସୁଦ୍ଧା ଜୀବନସାଥି ଭାବେ ପରସ୍ପରକୁ ଆପଣେଇବାରେ ପଶ୍ଚାତ୍‌ପଦ ହୋଇନାହାନ୍ତି ।

 

ପ୍ରାଣକୃଷ୍ଣଙ୍କ ଭଳି ଜଣେ କ୍ୱଚିତ୍‌ ଆଲୋଚିତ ସୃଜନ ପ୍ରତିଭାକୁ ଲେଖକ ଶ୍ରୀ ବର୍ମା ସାରସ୍ୱତ ଉଦ୍ୟମ ତଥା ପରିଶ୍ରମ ବଳରେ ଲୋକଲୋଚନକୁ ଆଣିପାରିଛନ୍ତି । ସେଥିପାଇଁ ସିଏ ଆମରି ଧନ୍ୟବାଦାର୍ହ । ଆଶା, ପୁସ୍ତକଟି ସୁଧୀଜନଙ୍କ ନିକଟରେ ଆଦୃତ ହେବ ।

 

 

ଅଶ୍ୱିନୀ କୁମାର ମିଶ୍ର

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସୂଚୀପତ୍ର

 

୧.

ଉପକ୍ରମ

୨.

ପ୍ରାଣକୃଷ୍ଣଙ୍କ ଜୀବନର ମହତ୍ତ୍ୱ ଓ ଜୀବନୀ

 

(କ) ପ୍ରାଣକୃଷ୍ଣଙ୍କ ଜୀବନର ମହତ୍ତ୍ୱ

 

(ଖ) ପ୍ରାଣକୃଷ୍ଣଙ୍କ ଜୀବନୀ

୩.

ପ୍ରାଣକୃଷ୍ଣଙ୍କ ସାହିତ୍ୟ କୃତି ଓ ଆଭିମୁଖ୍ୟ

 

(କ) ଉପନ୍ୟାସ : ପଲ୍ଲୀ ଜୀବନ, ପ୍ରେମ ବା ହିନ୍ଦୁ ଓ ମୁସଲମାନ,

ନୀଳକମଳ, ହାତୀକାଦାନ୍ତ

 

(ଖ) ଗଳ୍ପ : ସାତଦୀପ

 

(ଗ) କବିତା : ଜ୍ୟୋସ୍ନା, ଭିନ୍ନଦୃଷ୍ଟି, ଭାରତୀୟ କବିତା ପୁସ୍ତକ

 

(ଘ) କାବ୍ୟନାଟିକା : କସ୍ତୁରିକା

 

(ଙ) ପ୍ରାବନ୍ଧିକ ପ୍ରାଣକୃଷ୍ଣ

୪.

ଉପସଂହାର

 

(କ) ପ୍ରାଣକୃଷ୍ଣ ସ୍ମରଣିକା

 

(ଖ) ପ୍ରାଣକୃଷ୍ଣଙ୍କ ସ୍ମୃତିରକ୍ଷା

୫.

ପରିଶିଷ୍ଟ

 

(କ) ମୁଁ କାହିଁକି ଲେଖେ

 

(ଖ) ମୈତ୍ରୀମହଲ

 

(ଗ) ପତ୍ନୀ ଛାୟା ସାମଲ

 

ଉପକ୍ରମ

 

ପ୍ରାଜ୍ଞ କବି ପ୍ରାଣକୃଷ୍ଣ ସାମଲ ମହାନ୍‌ ଯଶସ୍ୱୀ ସାହିତ୍ୟିକ ଏକାଧାରରେ କବି, ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ ଓ ପ୍ରାବନ୍ଧିକ ଥିଲେ ମଧ୍ୟ ଆଜିର ଶିକ୍ଷିତ ସମାଜ ତାଙ୍କୁ ଆସ୍ତେ ଆସ୍ତେ ଭୁଲିଗଲେଣି । ତେଣୁ ତାଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ପୁସ୍ତକ ଲେଖିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରସ୍ତାବ ନେଇଥିବା ଆନନ୍ଦର ବିଷୟ ।

 

ଏହିପରି ବହୁତ କବି ଓ ଲେଖକ ବିସ୍ମୃତି ଗର୍ଭରେ ଲୋପ ପାଇଯାଉଛନ୍ତି । ରହସ୍ୟ ମଞ୍ଜରୀକାର ଦେବଦୁର୍ଲ୍ଲଭ ଦାସଙ୍କୁ ଆର୍ତ୍ତବଲ୍ଲଭ ମହାନ୍ତି ଉଦ୍ଧାର କରିନଥିଲେ ସେ ବି ଆଜି ବିସ୍ମୃତି ଗର୍ଭରେ ଥା’ନ୍ତେ ।

 

କାଳକ୍ରମେ ହଜିଯାଉଥିବା ସାହିତ୍ୟିକମାନଙ୍କୁ ପୁନର୍ବାର ଲୋକଲୋଚନକୁ ଆଣିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଯେଉଁ ସାଧୁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ।

 

କବି ପ୍ରାଣକୃଷ୍ଣ ୧୯୧୨ ମସିହା ଡିସେମ୍ବର ତା ୨୫ ରିଖରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କାଳଅନ୍ତି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିଭଦ୍ର ସାମଲ ଓ ମାତାଙ୍କ ନାମ ଶୁକ ଦେଈ ।

 

ପ୍ରାଣକୃଷ୍ଣ ପିଲାଦିନୁ ମେଧାବୀ ଛାତ୍ର ଥିଲେ । ସେତେବେଳର ପୁରୁଣା ମାଇନର ସ୍କୁଲ କୋଠପଦାରେ ମାଇନର ପଢ଼ି କୃତିତ୍ୱ ସହକାରେ ସେ ପାସ୍‌ କରିଥିଲେ ।

 

ପ୍ରାଣକୃଷ୍ଣ କୋଠପଦାରୁ ମାଇନର ପାସ୍‌ କରିବା ପରେ ପ୍ରଥମେ କଟକ ଭିକ୍ଟୋରିଆନ୍‌ ହାଇସ୍କୁଲ୍‌ ଏବଂ ପରେ ଭକ୍ତମଧୁ ହାଇସ୍କୁଲ୍‌ରେ ମ୍ୟାଟ୍ରିକ ପଢ଼ିଥିଲେ ଓ ୨ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ତା’ପରେ ଷ୍ଟେନୋ ଟ୍ରେନିଂ ପାଇଥିଲେ । ଓଡ଼ିଶା ସଚ୍ଚିବାଳୟରେ ଷ୍ଟେନୋ ଚାକିରି କରିଥିଲେ । ଯଦୁମଣି ମଙ୍ଗରାଜ ବିଧାନସଭାରେ ପାର୍ଲିଆମେଣ୍ଟାରୀ ଆଫେୟାର୍‌ସ ସେକ୍ରେଟେରୀ ଥିବାବେଳେ ସେ ତାଙ୍କର ଷ୍ଟେନୋ ହୋଇ ରହିଥିଲେ ।

 

ତାଙ୍କର ଦୁଇ ଭାଇ ଓ ଦୁଇ ଭଉଣୀ । ମଝିଆ ଭାଇ ଭୀମସେନ ସାମଲ ସରପଞ୍ଚ ଥିଲେ-। ସାନଭାଇ ବାଞ୍ଛାନିଧି ସାମଲ ତହସିଲଦାର ଥିଲେ । ଦୁଇ ଭଉଣୀ ଶ୍ରୀୟା ଓ ମୁକ୍ତା ବିବାହ କରିଯାଇଥିଲେ ।

 

ପ୍ରାଣକୃଷ୍ଣଙ୍କ ଶ୍ୱଶୁର କୃଷ୍ଣଚନ୍ଦ୍ର ସାମଲ ମଉଦା ଗ୍ରାମର ବିଶିଷ୍ଟ ବ୍ୟକ୍ତି ଓ ଜଗନ୍ନାଥ ସାଆନ୍ତରା ଇଷ୍ଟେଟର ତହସିଲଦାର । ପ୍ରାଣକୃଷ୍ଣଙ୍କ ଷ୍ଟେନୋ ପଢ଼ିବା ଖର୍ଚ୍ଚ ସେ ବହନ କରିଥିଲେ । କୃଷ୍ଣଚନ୍ଦ୍ରଙ୍କ ବଡ଼ପୁଅ ରାଇଚରଣ ପ୍ରାଣକୃଷ୍ଣଙ୍କୁ ବିପଦ ବେଳେ ବହୁତ ସାହାଯ୍ୟ କରିଥିଲେ ।

 

ତାଙ୍କର ପ୍ରଥମ କାବ୍ୟନାଟିକା ‘ଜ୍ୟୋତ୍ସ୍ନା’ ପ୍ରକାଶ ପାଇ ଓଡ଼ିଆ ପାଠକ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସେ ନିଚ୍ଛକ ସାହିତ୍ୟିକ ଥିଲେ । ସେ ରାଜନୀତିର ଧାର ଧରୁନଥିଲେ । ସାହିତ୍ୟର ବିକାଶ ପାଇଁ ସେ ଦୋଳମୁଣ୍ଡାଇଠାରେ ମୈତ୍ରୀମହଲ ସ୍ଥାପନ କରିଥିଲେ-। ବିଖ୍ୟାତ କବି ଓ ସାହିତ୍ୟିକମାନେ ଯଥା ଡ. ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ, ଶିଳ୍ପୀଗୁରୁ ବିମ୍ବାଧର ବର୍ମା, ସାମ୍ବାଦିକ ରାଜେନ୍ଦ୍ର ବର୍ମା ଓ କବି ଜ୍ଞାନୀନ୍ଦ୍ର ବର୍ମା ପ୍ରଭୃତି ପ୍ରାୟ ପ୍ରତ୍ୟେକ ଦିନ ଆସି ଆଲୋଚନାରେ ଭାଗ ନେଉଥିଲେ । କଟକ ସହରରେ ଅନୁଷ୍ଠିତ ହେଉଥିବା ପ୍ରାୟ ପ୍ରତ୍ୟେକ ସଭାରେ ଯୋଗ ଦେଉଥିଲେ । ‘Modern Review’ ରେ ଯେଉଁଦିନ ଇଂରାଜୀ ପ୍ରବନ୍ଧ ବାହାରିଲା ‘The Sun God of Konark unearthed’ ଶିଳ୍ପୀଗୁରୁ ବିମ୍ବାଧର ବର୍ମା ତାଙ୍କୁ କୁଣ୍ଢାଇ ପକାଇ କହିଲେ – ‘‘ତୁମେ ପ୍ରାଣକୃଷ୍ଣ । ଆମ୍ଭମାନଙ୍କ ମଧ୍ୟରେ ରତ୍ନ ।’’

 

ତାଙ୍କ ‘ପଲ୍ଲୀ ଜୀବନ’ ଉପନ୍ୟାସ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଇ.ଏ. ଶ୍ରେଣୀରେ M.I.L. ରେ ପଢ଼ା ଯାଇଥିଲା ୧୯୪୯ – ୫୧ ମଧ୍ୟରେ । ଦେଶରେ ଦଙ୍ଗା ହାଙ୍ଗାମା ଚାଲିଥିବା ବେଳେ ତାଙ୍କ ଉପନ୍ୟାସ ହିନ୍ଦୁ ଓ ମୁସଲମାନ ସାମ୍ପ୍ରଦାୟିକତା ଦୂର କରିବା ପାଇଁ ଏକ ସାହସିକ ପଦକ୍ଷେପ ଥିଲା ।

 

ତାଙ୍କର ୯ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି ଓ ୧୩ ଖଣ୍ଡ ଅପ୍ରକାଶିତ ରହିଛି । ବହିର ତାଲିକା ନିମ୍ନରେ ଦିଆଯାଇଛି ।

 

ତାଙ୍କ ଶେଷ ଜୀବନ ଦୁଃଖଦାୟକ ଥିଲା । ସେ ୭ ବର୍ଷ ରୋଗାକ୍ରାନ୍ତ ହୋଇ ୧୯୫୯ ଜାନୁଆରୀ ୨୮ ତାରିଖ ଦିନ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଦେହତ୍ୟାଗ କଲେ । କବି ମୁରାରି ମୋହନ ଜେନା ତାଙ୍କ ସତ୍କାରରେ ଅଗ୍ରାଧିକାର ଭୂମିକା ଗ୍ରହଣ କରିଥିଲେ । ଡ. ମାୟାଧର ମାନସିଂହ ଗୋଲାପ ଫୁଲଟିଏ ଶବଧାରରେ ରଖି କହିଥିଲେ, ‘‘ସୌମ୍ୟ ପ୍ରାଣକୃଷ୍ଣ ତୁମେ ଚାଲିଗଲ ।’’

 

ପ୍ରାଣକୃଷ୍ଣ ସାମଲଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଣେ ନିଚ୍ଛକ ସାହିତ୍ୟିକଙ୍କୁ ହରାଇ କ୍ଷତିଗ୍ରସ୍ତ ହେଲା । ୭ ବର୍ଷ ରୋଗାକ୍ରାନ୍ତ ହୋଇ ମାତ୍ର ସତଚାଳିଶ ବର୍ଷ ବୟସରେ ଦେହତ୍ୟାଗ କଲେ । ଆଉ କିଛିଦିନ ବଞ୍ଚିଥିଲେ ଉତ୍କଳ ସାହିତ୍ୟ ଭଣ୍ଡାରକୁ ଆହୁରି ରୁଦ୍ଧିମନ୍ତ କରିପାରିଥାନ୍ତେ ।

 

‘ମୁଁ କାହିଁକି ଲେଖେ’ କବିତାରେ କବି ପ୍ରାଣକୃଷ୍ଣ ନିଜେ ଲେଖିଥିଲେ –

      ‘‘କମନୀୟ ଶୁଭ୍ର ଯେଉଁ ନିନ୍ଦିତ ପ୍ରଭାତେ

      ମର୍ମ ରତ୍ନାକର ତଳୁ ଭାବ ଉର୍ମି ସାଥେ

      କଳାର ନୂତନ ଛନ୍ଦେ ଭାଷାର ପ୍ରବନ୍ଧେ

      ଦେହ ନେଲ, ରୂପ ନେଲ ଶ୍ରୀମତୀ କବିତା

      ସୁବିମଳ ମନେଅଛି କେବେ ଭୁଲିନି ତା’’

 

ନବନବ ଉନ୍ମେଷ ଶାଳିନୀ ପ୍ରଜ୍ଞାର ଅଧିକାରୀ ପ୍ରାଜ୍ଞକବି ପ୍ରାଣକୃଷ୍ଣ ୧୯୧୨ ମସିହା ଡିସେମ୍ବର ୨୫ ତାରିଖରେ ମାହାଙ୍ଗା ଥାନା ଅନ୍ତର୍ଗତ କାଳିଅନ୍ତି ଗ୍ରାମରେ ମଣିଭଦ୍ର ସାମଲଙ୍କ ଔରସରୁ ଓ ଶୁକଦେଈଙ୍କ ଗର୍ଭରୁ ଜନ୍ମ ଲାଭ କରିଥିଲେ ଓ ୧୯୫୯ ମସିହା ଜାନୁଆରୀ ୨୮ ତାରିଖ ଦିନ କଟକ ବଡ଼ମେଡିକାଲରେ ଅତ୍ୟନ୍ତ ଦୁଃସ୍ଥ ଓ ରୋଗଗ୍ରସ୍ତ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ ।

 

ଏହି ସ୍ୱଳ୍ପ ଜୀବନକାଳ ମଧ୍ୟରେ ତାଙ୍କର ଲେଖନୀ ଉତ୍କଳ ସାରସ୍ୱତ ଭଣ୍ଡାରକୁ ଯେପରି ଭାବରେ ସମୃଦ୍ଧ କରିଅଛି ତାହାର ପଟାନ୍ତର ନାହିଁ ।

 

୧୯୪୧ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ଜ୍ୟୋତ୍ସ୍ନା’ ପ୍ରକାଶିତ ହୋଇ ତାଙ୍କୁ କବି ସମାଜରେ ପରିଚିତ କରାଇଥିଲା । ସେତେବେଳକୁ ତାଙ୍କର ବୟସ ମାତ୍ର ଅଠେଇଶ ବର୍ଷ । ୨୮ ବର୍ଷ ବୟସରେ ଏହି ତରୁଣ କବି ସେଦିନ ଯେଉଁ ଜ୍ୟୋତ୍ସ୍ନା ରାତିର ସ୍ୱପ୍ନ ଦେଖିଥିଲା ତାହା ହୁଏତ ତାଙ୍କ ଜୀବନରେ ଲାଭ ହୋଇପାରିଲା ନାହିଁ । ମାତ୍ର ୪୦ ବର୍ଷ ବୟସରେ ତାଙ୍କ ଜୀବନରେ ଘୋର ଅମାବାସ୍ୟାର ତିମିର ମାଡ଼ି ଆସିଲା ଓ ଦୀର୍ଘ ୭ ବର୍ଷ ସେହିପରି ତିମିରାଚ୍ଛନ୍ନ ରହି ୪୭ ବର୍ଷ ବୟସରେ ଅକାଳ କରୁଣ ମୃତ୍ୟୁ ଲାଭ କଲା । ଜୀବନରେ ଜ୍ୟୋତ୍ସ୍ନାର ସ୍ୱର୍ଗ ପାଇପାରିନଥିବା ଏହି କବି ଜଗତବାସୀଙ୍କୁ ଜ୍ୟୋତ୍ସ୍ନାର ଆଲୋକରେ ଆଲୋକିତ କରିପାରିଥିଲା ।

 

୧୯୪୨ ମସିହାରେ ‘ରଜପର୍ବ’ କବିତା ପୁସ୍ତକ, ୧୯୪୩ରେ ‘ନୀଳକମଳ’ ଉପନ୍ୟାସ, ୧୯୪୫ରେ ‘ସହଯାତ୍ରିଣୀ’ ଉପନ୍ୟାସ, ୧୯୪୬ରେ ‘କସ୍ତୁରିକ’ କାବ୍ୟ ନାଟିକା, ୧୯୪୭ରେ ‘ହାତୀକାଦାନ୍ତ’ ଉପନ୍ୟାସ ୧୯୪୭ ମସିହାରେ ‘ସାତଦ୍ୱୀପ’ ଗଳ୍ପ ପୁସ୍ତକ, ୧୯୪୮ରେ ‘ପଲ୍ଲୀ ଜୀବନ’ ଉପନ୍ୟାସ, ୧୯୪୯ରେ ‘ପ୍ରେମ’ ବା ‘ହିନ୍ଦୁ ଓ ମୁସଲମାନ’ ଉପନ୍ୟାସ ଓ ମୃତ୍ୟୁ ପରେ ‘ଭିନ୍ନ ଦୃଷ୍ଟି’ କବିତା ପୁସ୍ତକ ପ୍ରକାଶ ପାଇଥିଲା ।

 

ତାଙ୍କ ରଚିତ ୯ଟି ପୁସ୍ତକରେ କାବ୍ୟ, କବିତା, କାବ୍ୟନାଟ୍ୟ, ଗଳ୍ପ, ଉପନ୍ୟାସ ଆଦି ରହିଅଛି । ତାଙ୍କର ନିମ୍ନଲିଖିତ ପାଣ୍ଡୁଲିପି ଅପ୍ରକାଶିତ ହୋଇ ରହିଅଛି । ୧- କବି ମାନସୀ (କବିତା), ୨ – ଯାଉଭାରି (କବିତା), ୩- ଓମର ଖୟାମ (ଅନୁବାଦ କବିତା), ୪- କବିତା ଓ କବିତ୍ୱ (ପ୍ରବନ୍ଧ), ୫- ଚଇତାଳ (କବିତା), ୬- କବି ମୁଁ (କବିତା), ୭- କବିତା କ’ଣ (ପ୍ରବନ୍ଧ), ୮- ଅଦ୍ୱିତୀୟ ମୁକ୍ତା (ଉପନ୍ୟାସ), ୯- ସାର୍ବଭୌମ ଭାରତ (ଅନୁବାଦ), ୧୦- କଟକନଗରୀ (ଉପନ୍ୟାସ), ୧୧- ପରାନ୍ୱିତା (କବିତା), ୧୨- ବେଯୋଡ଼ (ନାଟକ), ୧୩- ଜୟଯାତ୍ରା (ନାଟକ) ଇତ୍ୟାଦି ।

 

ତେଣୁ ପ୍ରାଜ୍ଞ ପ୍ରାଣକୃଷ୍ଣ ଏକାଧାରରେ କବି, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, କାବ୍ୟନାଟିକା ରଚୟିତା, ନାଟ୍ୟକାର, ଅନୁବାଦକ ଓ ସମାଜ ସଂସ୍କାରକ ଥିଲେ ।

 

ମାହାଙ୍ଗାର କାଳିଅନ୍ତିଠାରେ ପ୍ରାଣକୃଷ୍ଣଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି ଓ ପ୍ରତିବର୍ଷ ଜୟନ୍ତୀ ପାଳିତ ହେଉଛି । ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାଣକୃଷ୍ଣଙ୍କ ଶତବାର୍ଷିକୀ ପାଳନ କରିଥିବା ଅତୀବ ଆନନ୍ଦର ବିଷୟ ।

 

 

Unknown

ପ୍ରାଣକୃଷ୍ଣଙ୍କ ଜୀବନର ମହତ୍ତ୍ୱ ଓ ଜୀବନୀ

 

(କ) ପ୍ରାଣକୃଷ୍ଣଙ୍କ ଜୀବନର ମହତ୍ତ୍ୱ

ପ୍ରାଣକୃଷ୍ଣ ସାମଲ (୧୯୧୨–୧୯୫୯) ସ୍ୱଳ୍ପକାଳର ଜୀବନଧାରଣ ମଧ୍ୟରେ ଯାହା ଯାହା ମହତକାମ କରିଥିଲେ ତହିଁର ସ୍ମୃତି ଚାରଣ କରିଛନ୍ତି ତାଙ୍କର ସମାନଧର୍ମା, ବନ୍ଧୁ, ପରିଜନ ଓ ତାଙ୍କୁ ଭଲପାଇଥିବା ବ୍ୟକ୍ତିମାନେ । ଯେପରି;

 

କବି, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ ପ୍ରାଜ୍ଞ ପ୍ରାଣକୃଷ୍ଣ ସାମଲଙ୍କ ବିୟୋଗ ବାର୍ତ୍ତା ପାଇ ‘ହେ ପାଗଳ କବି ବନ୍ଧୁ’ କବିତାରେ ଲୁହ ଛଳଛଳ ହୋଇ କବି ରାଧାମୋହନ ଗଡ଼ନାୟକ ଲେଖିଥିଲେ –

 

‘‘ସେ ସୃଷ୍ଟି କି ଭାଙ୍ଗିଦେଇ ଚାଲିଗଲ, କରୁଣ ସେ ସୃଷ୍ଟି

ତା’ର ଚିତ୍ର ଲୁହରେ ଲେଖୁଛି

ତୁମର ସେ ଫଟୋଖଣ୍ଡି ଉପହାର ଦେଇଥିଲ ବନ୍ଧୁ

ଶ୍ରଦ୍ଧାରେ ମୁଁ ତା’ ଆଜି ଦେଖୁଛି ।’’ (ହେ ପାଗଳ କବିବନ୍ଧୁ)

 

ଡକ୍ଟର ମାୟାଧର ମାନସିଂହ ପ୍ରାଣକୃଷ୍ଣଙ୍କ ଅକାଳ ବିୟୋଗରେ ବ୍ୟଥିତ ହୋଇ ଲେଖିଥିଲେ – ‘‘ସୁଶ୍ରୀ ଭଦ୍ର ସୁଶୀଳ, ଅମାୟିକ ପ୍ରତିଭାବାନ ଯୁବକ ପ୍ରାଣକୃଷ୍ଣ ଟିକିଏ ଭଲରେ ରହିଥିଲେ ଦେଶ ଓ ସାହିତ୍ୟକୁ ଅନେକ ଧନ ଦେଇଯାଇଥାନ୍ତେ । ଏହି ହତଭାଗ୍ୟ ଦେଶରେ ସେତକର ବ୍ୟବସ୍ଥା ମଧ୍ୟ ହୋଇପାରିଲାନି । ତମେ ବିନା ଚିକିତ୍ସାରେ ଭଲକରି ମୁଠେ ଖାଇବାକୁ ନପାଇ ପ୍ରାଣ ତ୍ୟାଗ କଲ, ଭଲ କଲ ଭାଇ । ଏପରି ଦେଶରେ ପ୍ରାଣ ଧରିବାର ଚିରନ୍ତନ ବ୍ୟର୍ଥତା ଅପେକ୍ଷା ମୃତ୍ୟୁର ନାମରୂପ ଶୂନ୍ୟତା ନିଶ୍ଚୟ ଶ୍ରେୟସ୍କର ।’’

 

ପ୍ରଜାତନ୍ତ୍ରର ସମ୍ପାଦକ ଓ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଲେଖିଥିଲେ, ‘‘ପ୍ରାଣକୃଷ୍ଣଙ୍କର ଆତ୍ମତ୍ୟାଗ ଆମ୍ଭମାନଙ୍କ ମଧ୍ୟରେ ଏକ ସାମାଜିକ ମୂଲ୍ୟବୋଧ ଜାଗ୍ରତ କରିବ ବୋଲି ମୁଁ ଆଶା କରେ ।’’

 

କବି ପ୍ରାଣକୃଷ୍ଣ ସାମଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କବି ମୁରାରି ମୋହନ ଜେନାଙ୍କ ସମ୍ପାଦନାରେ ‘ପ୍ରାଣକୃଷ୍ଣ ସ୍ମରଣିକା’ ପ୍ରକାଶ ପାଇଥିଲା । ଏହି ସ୍ମରଣିକା ପୁସ୍ତକରେ ଓଡ଼ିଶାର ବହୁ ଲବ୍ଧ ପ୍ରତିଷ୍ଠ ସାହିତ୍ୟିକ ପ୍ରାଣକୃଷ୍ଣଙ୍କ ମହାନ୍‌ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ମୁରାରିମୋହନ ଜେନା ଲେଖିଥିଲେ;

 

‘‘ଏ ସାହିତ୍ୟ ଡଙ୍ଗା ଆଜି ମଝି ଦରିଆରେ

ପାଉନାହିଁ କୂଳ ଓ କିନ୍ନାରା

ସେତେବେଳେ ତମେ କିବା ଆପେ ଆପେ ବଳାଇ ମାନସ

ତାହା ପାଶୁ ହୋଇଲ ନିଆରା ।’’

(ଅନ୍ତିମ ପ୍ରଣାମ)

ଶ୍ୟାମସୁନ୍ଦର ମିଶ୍ର ଲେଖିଥିଲେ –

‘‘ନିଜେ ଜଳିପୋଡ଼ି ଅନ୍ୟ ଜୀବନରେ

ଆଶାର ଆଲୋକ ଯିଏ ଦିଏ

ସ୍ୱାର୍ଥପର ଏ ଦୁନିଆ ଭିତରେ

ପାଗଳ ତା’ଠାରୁ ବଳି କିଏ?’’

 

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଭାଷାରେ –

ମୁଁ ବୁଝିପାରୁନାହିଁ ଆଜି ପ୍ରାଣକୃଷ୍ଣ ଦୂରରେ ନା ନିକଟରେ । ଲେଖୁଛି ଏକଥା ଛଳଛଳ ଆଖିରେ । ଲୁହ ଗାଧୁଆ ହୋଇ ତାଙ୍କର ଛବି ସତେ ଯେମିତି ହସି ହସି କହୁଛି, ‘‘ମୁଁ ଜିତିଗଲି’’ ।

 

ଯଦୁମଣି ମଙ୍ଗରାଜ ଲେଖିଥିଲେ –

‘‘ବଣରେ ଯେଉଁ ମାଳତୀ ଫୁଲଟି ଫୁଟିଥିଲା ଆଜି ତା’ର ସୁଗନ୍ଧରେ କବିମହଲ ଓ ସାହିତ୍ୟିକ ମହଲ ଯେ ବିଭୋର ହୋଇଛନ୍ତି ଏହା ହିଁ ବଡ଼ ଆଶାର କଥା । ମୁଁ ଆଜି ସ୍ୱର୍ଗତ ଶ୍ରଦ୍ଧେୟ ପ୍ରାଣକୃଷ୍ଣଙ୍କୁ ଏବେସୁଦ୍ଧା ବଡ଼ ନିବିଡ଼ ଭାବରେ ଆଲିଙ୍ଗନ କରିବାକୁ ବ୍ୟାକୁଳ ।’’

 

ରାଜକିଶୋର ରାୟ ଦର୍ଶାଇଥିଲେ –

‘‘ମୃତ୍ୟୁ ପରେ ହିଁ ଜୀବନର ଶୋଭା ଉଦିତ ହୋଇ ଉଠେ ଯଦି ସେ ମରଣ ସାର୍ଥକ ହୋଇଥାଏ । ପ୍ରାଣକୃଷ୍ଣଙ୍କ ବିକାଶ ଓ ବିଲୟ ଗୋଟାଏ ଧନତାନ୍ତ୍ରିକ କିରାଣୀ ପୀଡ଼ିତ ଆତ୍ମାଭିମାନ ପୂରକ ରାଷ୍ଟ୍ରୀୟ ବ୍ୟବସ୍ଥା ଭିତରେ ଘଟିଗଲା । ’’

 

ବାଞ୍ଛାନିଧି ଦାସଙ୍କ ଭାଷାରେ –

‘‘ଦୁଃଖ ଦୁର୍ଦ୍ଦଶାରେ ପଳପଳ କରି ପ୍ରାଣାହୂତି ଦେଇ କବି ପ୍ରାଣକୃଷ୍ଣ ହୋଇଛନ୍ତି ଅମର-ଶହୀଦ ।’’

 

(ଖ) ପ୍ରାଣକୃଷ୍ଣଙ୍କ ଜୀବନୀ

୧୯୧୨ ମସିହା ଡିସେମ୍ବର ୨୫ ତାରିଖରେ ପ୍ରାଣକୃଷ୍ଣ ମାହାଙ୍ଗାର କାଳିଅନ୍ତି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମଣିଭଦ୍ର ସାମଲ ଓ ମାତାଙ୍କ ନାମ ଶୁକଦେଈ । ସେ ଖଣ୍ଡାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ମଣିଭଦ୍ର ସାମଲ ଜଣେ ଭଲ ଚାଷୀ ଥିଲେ-। ଧାନ, ମୁଗ, ଝୋଟ ଆଦି ଚାଷ କରି ସେ ଚଳୁଥିଲେ । ନିଜ ବାଡ଼ି ବଗିଚାରେ ଅନେକ ପ୍ରକାରର ଫଳବୃକ୍ଷ ବିଶେଷତଃ ନାରୀକେଳ, ଆମ୍ୱ, ପଣସ ଆଦି ରୋପଣ କରିଥିଲେ ଓ ଏସବୁ ଫଳ ବିକ୍ରୟ କରି ଭଲ ଦି’ ପଇସା ପାଉଥିଲେ । ମଣି ସାମଲଙ୍କର ତିନିପୁଅ ଥିଲେ । ଯଥା –ପ୍ରାଣକୃଷ୍ଣ, ଭୀମସେନ ଓ ବଞ୍ଛାନିଧି । କନ୍ୟା ପଦ୍ମା, ଶ୍ରୀୟା ଓ ମୁକ୍ତା । ତିନିପୁତ୍ର ଓ ତିନି କନ୍ୟା ଥିଲେ । ପ୍ରାଣକୃଷ୍ଣ ପିଲାଦିନରୁ ମେଧାବୀ ଛାତ୍ର ଥିଲେ । ସେ କୋଠପଡ଼ା ମି.ଇ. ସ୍କୁଲରୁ ମାଇନର୍‌ ପାସ୍‌ କରି କଟକ ଭିକ୍ଟୋରିଆ ହାଇସ୍କୁଲ (ଏବର ଭକ୍ତ ମଧୁ ବିଦ୍ୟାଳୟ)ରେ ଅଧ୍ୟୟନ କରି ୧୯୩୩ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟରୁ ମ୍ୟାଟ୍ରିକକୁଲେସନ ପରୀକ୍ଷାରେ ୨ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସଟ୍‌ହ୍ୟାଣ୍ଡ୍‌ ଓ ଟାଇପ୍‌ ରାଇଟିଂ ପଢ଼ିବା ପାଇଁ କଟକ ଟ୍ରେନିଂ ସ୍କୁଲରେ ନାମ ଲେଖାଇଥିଲେ । କବି ଜ୍ଞାନେନ୍ଦ୍ର ବର୍ମା ତାଙ୍କର ସହପାଠୀ ଥିଲେ । ତାଙ୍କର ମଝିଆ ଭାଇ ଭୀମସେନ ଗାଁର ଚାଷବାସ ବୁଝୁଥିଲେ ଓ ରାହାଣିଆ ପଞ୍ଚାୟତର ସରପଞ୍ଚ ରୂପେ ଥରେ ନିର୍ବାଚିତ ହୋଇଥିଲେ । ସାନଭାଇ ବାଞ୍ଛାନିଧି ବି.ଏ. ଏଲ୍‌ଏଲ୍‌.ବି. ପାସ୍‌ କରି ବି.ଡି.ଓ. ତହସିଲଦାର ଆଦି ପଦପଦବୀରେ କାର୍ଯ୍ୟ କରିଥିଲେ । ବାଞ୍ଛାନିଧି ପ୍ରାଣକୃଷ୍ଣ କଟକ ବସାରେ ରହି କଲେଜରେ ଅଧ୍ୟୟନ କରିଥିଲେ ।

 

୧୯୩୨ ମସିହାରେ ପ୍ରାଣକୃଷ୍ଣ ମଉଦା ଗ୍ରାମର କୃଷ୍ଣଚନ୍ଦ୍ର ସାମଲଙ୍କ କନ୍ୟା ଛାୟାଦେବୀଙ୍କୁ ବିବାହ କରିଥିଲେ । ତାଙ୍କ ଶ୍ୱଶୁର କୃଷ୍ଣଚନ୍ଦ୍ର ମଉଦା ଜମିଦାର ଜଗନ୍ନାଥ ସାମନ୍ତରାୟ ମହାପାତ୍ରଙ୍କ ତହସିଲଦାର ଥିଲେ । ତାଙ୍କର ଦୁଇପୁତ୍ର ରାଇଚରଣ, ମାୟାଧର ଓ ଦୁଇ କନ୍ୟା ଛାୟାଦେବୀ ଓ ଅନସୂୟା ଦେବୀ (ମାତାଜୀ) ଅଟନ୍ତି । ଛାୟାଦେବୀଙ୍କ ମାତା ତଥା ପ୍ରାଣକୃଷ୍ଣଙ୍କ ଶାଶୂଙ୍କ ନାମ ସାବିତ୍ରୀ ଦେବୀ ଥିଲା ।

 

ପ୍ରାଣକୃଷ୍ଣଙ୍କର ତିନୋଟି ସନ୍ତାନ ସନ୍ତତି । ଜ୍ୟେଷ୍ଠାକନ୍ୟା ପୁଷ୍ପପ୍ରଭା ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ । କନ୍ୟା ରତ୍ନପ୍ରଭା ୧୯୪୬ରେ ଓ ପୁତ୍ର ମିତ୍ରଭାନୁ ୧୯୪୯ ମସିହାରେ ଜନ୍ମ ହୋଇଥିଲେ । ପ୍ରାଣକୃଷ୍ଣଙ୍କ ଦେହତ୍ୟାଗ ସମୟକୁ ବଡ଼ଝିଅ ପୁଷ୍ପ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ପୁଷ୍ପଲତା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରୁ ଏମ୍‌.ବି.ବି.ଏସ୍‌. ଓ ପରେ ଏମ୍‌.ଡି. ପାସ୍‌ କରି ବିଭିନ୍ନ ସ୍ଥାନରେ ଡାକ୍ତରରୂପେ କାମ କରି ଆସୋସିଏଟେଡ୍‌ ପ୍ରଫେସର ପଦରୁ ଅବସର ଗ୍ରହଣ କରିଥିଲେ । ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ସ୍ୱାମୀ ରବିନାରାୟଣ ସେନାପତି ଏମ୍‌.ଟେକ୍‌. ପାସ୍‌ କରି ଖଣି ନିଗମରେ ଇଞ୍ଜିନିୟର ରୂପେ ଚାକିରି କରି କାର୍ଯ୍ୟନିର୍ବାହ ଯନ୍ତ୍ରୀ ରୂପେ ଅବସର ନେଇଅଛନ୍ତି । ତାଙ୍କର ଗୋଟିଏ କନ୍ୟା କୁନି ଓ ପୁତ୍ର ବାପି ଅଛନ୍ତି ।

 

ଜନ୍ମମାଟିର ମହତ୍ତ୍ୱ :

ଯେଉଁ ମାହାଙ୍ଗା ମାଟିରେ ଜନ୍ମଗ୍ରହଣ କରିଥିଲେ ସେ ମାଟି ଓଡ଼ିଶାର ବାଣୀପୀଠ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ପବିତ୍ର ମାଟିରେ ବହୁ ବିଶିଷ୍ଟ କବି, ସାହିତ୍ୟିକ, ଔପନ୍ୟାସିକ, ନାଟ୍ୟକାର, ଚିତ୍ରଶିଳ୍ପୀ, ସନ୍ତରଣକାରୀ ଓ କର୍ମବୀର ଜନ୍ମ ହୋଇ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଯାଇଛନ୍ତି ।

 

କର୍ମବୀର ଗୌରୀଶଙ୍କରଙ୍କ ଜନ୍ମ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ । ଓଡ଼ିଆ ଭାଷା ସାହିତ୍ୟକୁ ମାରିଦେବା ପାଇଁ ଊନ୍ନବିଂଶ ଶତାବ୍ଦୀର ଶେଷ ପାଦରେ ଯେଉଁ ଚକ୍ରାନ୍ତ ଚାଲିଥିଲା ଓ ‘‘ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ପ୍ରଚାରପତ୍ର ବଣ୍ଟା ଯାଉଥିଲା ଓ ବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଲିପି ନପଢ଼ାଇବା ପାଇଁ ବ୍ରିଟିଶ୍‌ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ସେହି ଘୋର ଦୁର୍ଦ୍ଦିନରେ ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚାଇବା ପାଇଁ ଯେ ଅଣ୍ଟା ଭିଡ଼ି ବାହାରିଥିଲେ ଓ ଉତ୍କଳଦୀପିକା ପତ୍ରିକା ପ୍ରକାଶ କରି ଭୀମ ରଡ଼ି ଦେଇଥିଲେ ସେ ଆଉ କେହି ନୁହନ୍ତି ଏହି ମାହାଙ୍ଗା ମାଟିର ସନ୍ତାନ କର୍ମବୀର ଗୌରୀଶଙ୍କର ରାୟ । ତାଙ୍କର ଅନୁଜ ରାମଶଙ୍କର ରାୟଙ୍କ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଅବଦାନ ଅତୁଳନୀୟ ।

 

ମାହାଙ୍ଗାର କୁସୁପୁରଠାରେ ପଲ୍ଲୀକବି ନନ୍ଦକିଶୋର ବଳ, ଶିଳ୍ପୀଗୁରୁ ବିମ୍ବାଧର ବର୍ମା, କବି ଜ୍ଞାନେନ୍ଦ୍ର ବର୍ମା, ରାଜେନ୍ଦ୍ର ବର୍ମା, ବିଦୁଷୀ ଲବଙ୍ଗଲତା ଦେବୀ ବର୍ମା, ଶିଶୁ ସାହିତ୍ୟିକ ନନ୍ଦକିଶୋର ସାମଲ, ରାଜନେତା ଓ ସୁସାମ୍ବାଦିକ ପ୍ରଦ୍ୟୁମ୍ନ ବଳ ପ୍ରମୁଖ ଜନ୍ମ ଗ୍ରହଣ କରିଥିଲେ ।

 

କୁସୁପୁରର ଅନତି ଦୂରରେ ମୂଳବସନ୍ତ ଗ୍ରାମରେ ଉତ୍କଳ ସାହିତ୍ୟ ପତ୍ରିକାର ବରେଣ୍ୟ ପ୍ରତିଷ୍ଠାତା ସମ୍ପାଦକ ବାଗ୍ମୀ ବିଶ୍ୱନାଥ କର, କୋଠପଦାଠାରେ ଗଣକବି ବୈଷ୍ଣବ ପାଣି ଜନ୍ମଗ୍ରହଣ କରି ଉତ୍କଳ ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି ।

 

ସଂସ୍କାରକ ବୈରାଗୀ ମିଶ୍ର, ଆଚାର୍ଯ୍ୟ ପ୍ୟାରୀମୋହନ, ତୃତୀୟ ଭଞ୍ଜ ଗୋଲକଚନ୍ଦ୍ର ପ୍ରଧାନ, ଆଦିନାଟ୍ୟକାର ଜଗମୋହନ ଲାଲ, ବିଶ୍ୱ ଭ୍ରମଣକାରୀ ମିହିର ସେନ ପ୍ରମୁଖ ମାହାଙ୍ଗା ମାଟିରେ ଜନ୍ମଗ୍ରହଣ କରିଥିଲେ । ସେହି ବାଣୀପୀଠ ମାହାଙ୍ଗା କାଳିଅନ୍ତି ଗ୍ରାମରେ (କଳାବତୀପୁର ବୋଲି କବି ପ୍ରାଣକୃଷ୍ଣ ସବୁବେଳେ କହୁଥିଲେ) ଜନ୍ମଗ୍ରହଣ କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଆଲୋକିତ କରିଯାଇଛନ୍ତି ।

 

ଅନୁପମ ପ୍ରାକୃତିକ ଦୃଶ୍ୟ :

ବିରୂପା ନଦୀ ଓ ପଟାମୁଣ୍ଡାଇ କେନାଲର ଦୁଇପାର୍ଶ୍ୱରେ ଅବସ୍ଥିତ ଗ୍ରାମଗୁଡ଼ିକର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ । କୁସୁପୁର, କାଳିଅନ୍ତି, ମୂଳବସନ୍ତ ଓ କୋଠପଦା ଗ୍ରାମଗୁଡ଼ିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଆମ୍ର, ତାଳ, ଖଜୁରି ଓ ନାରୀକେଳ, ପଣସ ଆଦି ବୃକ୍ଷ ରାଜିରେ ପରିପୂର୍ଣ୍ଣ ଏ ଅଞ୍ଚଳ । ବସନ୍ତଋତୁରେ ଆମ୍ବଗଛର ଡାଳରେ କୋଇଲି ବସି କୁହୁ ତାନରେ ମନମୁଗ୍ଧ କରେ । ବର୍ଷାଦିନେ ବିରୂପାନଦୀ ତରଙ୍ଗାୟିତ ହୋଇ ଅପୂର୍ବ ଶୋଭା ଧାରଣ କରିଥାଏ । ବିରୂପାନଦୀର ବଢ଼ିପାଣି ଦେଖିବା ପାଇଁ ନାଳବନ୍ଧରେ ଶହଶହ ନର ନାରୀ ଓ ପିଲାଛୁଆ ଜମା ହୁଅନ୍ତି । ଗୋଧୂଳିର ଧେନୁପଲ ହମ୍ବା ରଡ଼ି ଛାଡ଼ି ଗୋଠରୁ ଘରକୁ ଫେରୁଥିବା ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଶୀତୁଆ ପବନରେ କେଦାରରେ ଠିଆ ହୋଇଥିବା ସୁନାର ଫସଲ ଓଡ଼ିଶୀ ନୃତ୍ୟ କରୁଥିବାର ଭ୍ରମ ସୃଷ୍ଟି କରିଥାଏ । କବି ପ୍ରାଣକୃଷ୍ଣ ତାଙ୍କ ଛାତ୍ର ଜୀବନରେ ପଟ୍ଟାମୁଣ୍ଡାଇ କେନାଲ ବକ୍ଷରେ ଓ ବିରୂପାନଦୀ କୂଳରେ ଏକାକୀ ବସି ପ୍ରକୃତିର ଅନୁପମ ଶୋଭାରାଶିକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଭାବନା ରାଶିରେ ବିଭୋର ରହୁଥିଲେ ।

 

ତାଙ୍କ ଶ୍ୱଶୁର ଘର ମଉଦା ଗ୍ରାମରେ ଅବସ୍ଥିତ । ମଉଦା ଗ୍ରାମର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ଗ୍ରାମ ମଝିରେ ଅଧକିଲୋମିଟର ଲମ୍ବର ଏକ ବିରାଟ ବଗିଚା ଥିଲା । ଏହାକୁ କୋଚିଳାବାଡ଼ି ବଗିଚା କୁହାଯାଏ । ଏ ବଗିଚାରେ ହଜାର ହଜାର ଆମ୍ବ, ପଣସ, ଶାଳ, ଶାଗୁଆନ୍‌, ତେନ୍ତୁଳି ଗଛ ସାଙ୍ଗକୁ ନାଗେଶ୍ୱର ଫୁଲଗଛଗୁଡ଼ିକ ଅପୂର୍ବ ଶୋଭା ବହନ କରିଥାଏ । ମାଙ୍କଡ଼ମାନେ ନିର୍ଭୟରେ ଏହି ବଗିଚାରେ ଶାଖାମୃଗ ପରି ବୃକ୍ଷକୁ ବୃକ୍ଷ ଡିଆଁ ଡେଇଁ କରି ଦର୍ଶକର ମନକୁ ବିମୋହିତ କରନ୍ତି । ଗାଁର ଗୋଟିଏ ପାର୍ଶ୍ୱରେ ଶୁକଭଦ୍ରା (ଶୁକୁନଈ) ନଦୀ ଓ ଅନ୍ୟ ପାର୍ଶ୍ୱରେ ପାଟନାଳ ବହି ଆସି ଗ୍ରାମ ଶେଷ ମୁଣ୍ଡରେ ତ୍ରିବେଣୀଶ୍ୱରଠାରେ ମିଶିଥିବାରୁ ଏହାକୁ ତିନି ମୁହାଣି କୁହାଯାଏ ଓ ଏହିଠାରେ ତ୍ରିବେଣୀଶ୍ୱର ମହାଦେବ ମନ୍ଦିର ଅବସ୍ଥିତ । ମନ୍ଦିରର ଅନତି ଦୂରରେ ପଟ୍ଟାମୁଣ୍ଡାଇ କେନାଲ ଓ କେନାଲ ତଟରେ ବିରୁପା ନଦୀ ପ୍ରବାହିତ । ତେଣୁ ପ୍ରାକୃତିକ ଶୋଭାର ଗନ୍ତାଘର ମଉଦା ଗ୍ରାମ କହିଲେ ଅତ୍ୟୁକ୍ତି ହେବନାହିଁ । ଗ୍ରାମ ମଝିରେ ମଉଦା ହାଟ ଓ ଗ୍ରାମ ଶେଷରେ ତ୍ରିବେଣୀଶ୍ୱର ହାଟ । ମଉଦା ହାଟ ନିକଟରେ ମଉଦା ମାଇନର ସ୍କୁଲ୍‌ ଏବେ ହାଇସ୍କୁଲ୍‌ରେ ପରିଣତ ହୋଇଛି । ମଉଦା ଜମିଦାର ଜଗନ୍ନାଥ ସାମନ୍ତରାୟ ସଦର ତହସିଲଦାର ରୂପେ କାର୍ଯ୍ୟ କରୁଥିଲେ ପ୍ରାଣକୃଷ୍ଣଙ୍କ ଶ୍ୱଶୁର କୃଷ୍ଣଚନ୍ଦ୍ର ସାମଲ । ତେଣୁ ପ୍ରାଣକୃଷ୍ଣ ମଝିରେ ମଝିରେ ମଉଦା ଶ୍ୱଶୁରାଳୟ ଆସି ଏସବୁ ପ୍ରାକୃତିକ ଦୃଶ୍ୟ ଦର୍ଶନ କରି ବିଭୋର ହୋଇଉଠୁଥିଲେ ।

 

***

 

ପ୍ରାଣକୃଷ୍ଣଙ୍କ ସାହିତ୍ୟକୃତି ଓ ଆଭିମୁଖ୍ୟ

 

ଓଡ଼ିଆ ସାହିତ୍ୟରେ ପ୍ରଥମଥର ପାଇଁ ପଲ୍ଲୀ ପ୍ରକୃତିର ମୁଖଶାଳା ଉନ୍ମୋଚନ କରିଥିଲେ ତିନିଜଣ ବ୍ୟକ୍ତି । ଜଣେ ହେଲେ କୁସୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ପଲ୍ଲୀକବି ନନ୍ଦକିଶୋର ବଳ । ତୂଳୀ ସାହାଯ୍ୟରେ ପଲ୍ଲୀ ପ୍ରକୃତିକୁ ପ୍ରଥମେ ରୂପାୟିତ କରିଥିଲେ ସେହି କୁସୁପୁର ଗ୍ରାମର ଶିଳ୍ପୀଗୁରୁ ବିମ୍ବାଧର ବର୍ମା । ଓଡ଼ିଆ ଉପନ୍ୟାସ ସାହିତ୍ୟରେ ପ୍ରଥମଥର ପାଇଁ ପଲ୍ଲୀର ମୁଖଶାଳା ଖୋଲିଥିଲେ ପ୍ରାଣକୃଷ୍ଣ ସାମଲ ।

 

ପଲ୍ଲୀକବି ନନ୍ଦକିଶୋର ତାଙ୍କ କାବ୍ୟ କବିତାରେ ପଲ୍ଲୀର ନିଖୁଣ ଚିତ୍ର ପ୍ରଦାନ କରିଥିଲେ-। ଗ୍ରାମ ଶ୍ମଶାନ ଓ ଗ୍ରାମଖଳାଠାରୁ ଆରମ୍ଭ କରି ପଲ୍ଲୀବଧୂ କୂଅରୁ ପାଣି କାଢ଼ିବା ଓ ତା’ର ସଙ୍ଗିନୀ ବାଡ଼ରୁ କୂଆମଇତା ଫଳ ତୋଳୁଥିବାର କମନୀୟ ଦୃଶ୍ୟ, ଯୋଗୀ କେନ୍ଦରା ବଜାଇ ଗୀତ ଗାଉଥିବା, ଆମ୍ବଗଛରେ ଡାମରା କାଉ ବସି କା’ କା’ ରାବୁଥିବା, ଗହଳିଆ ଆମ୍ବଗଛର ପତ୍ରଭରା ଡାଳରେ ବସି ପିକପକ୍ଷୀ ପଞ୍ଚମ ତାନରେ ଗାଉଥିବା କୁହୁ କୁହୁ ସ୍ୱର, ପାହାନ୍ତାରେ କୁମ୍ଭାଟୁଆର ରାବ, ଗେଣ୍ଡାଳିଆ ପକ୍ଷୀମାନେ ଆକାଶକୁ ଉଡ଼ିଯାଉଥିବା ଦୃଶ୍ୟ, ଶସ୍ୟ କ୍ଷେତରେ ଠିଆହୋଇ ମୃଦୁମଳୟ ପବନରେ ଓଡ଼ିଶୀ ନୃତ୍ୟ କରୁଥିବା ସୁନାର ଫସଲର ଦୃଶ୍ୟାବଳୀ ପଲ୍ଲୀକବି ନନ୍ଦକିଶୋର ନିଖୁଣ ଭାବରେ ତାଙ୍କ କାବ୍ୟ କବିତାରେ ଚିତ୍ରଣ କରି ପାଠକମାନଙ୍କୁ ବିମୋହିତ କରିଛନ୍ତି ।

 

ପଲ୍ଲୀକବି ନନ୍ଦକିଶୋରଙ୍କ ଭାଷାରେ –

      ‘‘ପଲ୍ଲୀ ବଧୂଗଣ ନିର ଆହରଣେ

                  ଘେନି ଯାଉଥିଲେ ଗରା;

      କୁଉଁ, କୁଉଁ, କୁଉଁ ବାଜିଲା କେନ୍ଦରା

                  ନାଥ ଭିକ୍ଷା ମାଗେ ପରା ।

      ମିଟି ମିଟି ଆଖି ନୂଆ ବୋହୂଟିଏ

                  ସଜାଡ଼ୁଥିଲା ଜାଳେଣି

      ବାଡ଼ ଉହାଡ଼ରୁ କୁଆ ମଇତାଟି

                  ତୋଳୁଥିଲା ତା’ ସଙ୍ଗିନୀ । ’’

 

ଏହିପରି ଭାବରେ ପଲ୍ଲୀକବି ନନ୍ଦକିଶୋର ପଲ୍ଲୀରାଣୀର ଅପରୂପ ପ୍ରାକୃତିକ ଶୋଭାକୁ ଚିତ୍ତାକର୍ଷକ ଭାବରେ ବର୍ଣ୍ଣନା କରିଯାଇଅଛନ୍ତି ।

 

ସେହି ସମୟରେ ସେହି କୁସୁପୁର ଗ୍ରାମରେ ଜନ୍ମ ଲାଭ କରିଥିବା ଶିଳ୍ପୀଗୁରୁ ବିମ୍ବାଧର ବର୍ମା ନିଜର ତୂଳୀ ମାଧ୍ୟମରେ ପଲ୍ଲୀବଧୂର ସ୍ନିଗ୍ଧ ମଧୁର ଛବି ଅଙ୍କନ କରି ହଜାର ହଜାର ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ । ପଲ୍ଲୀବଧୂର ପ୍ରସାଧନୀ ଦୃଶ୍ୟ ଶିଳ୍ପୀଗୁରୁଙ୍କର ଅନବଦ୍ୟ ଛବି ଥିଲା ।

 

(କ) ଉପନ୍ୟାସ : ପଲ୍ଲୀ ଜୀବନ

ଏପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ପଲ୍ଲୀ ପ୍ରତି କେହି ଦୃଷ୍ଟି ପ୍ରଦାନ କରିନଥିଲେ । ପ୍ରଥମଥର ପାଇଁ ଔପନ୍ୟାସିକ ନିଜ ‘ପଲ୍ଲୀ ଜୀବନ’ ଉପନ୍ୟାସରେ ପଲ୍ଲୀ ଜୀବନର ନିଖୁଣ ଚିତ୍ର ପ୍ରଦାନ କଲେ । ଏହି ଉପନ୍ୟାସଟି ସେ ୧୯୪୪ ମସିହାରେ ଲେଖିଥିଲେ ଓ ୧୯୪୮ରେ ଏହା ପ୍ରକାଶିତ ହୋଇଥିଲା । ଏହି ଉପନ୍ୟାସ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରୁଣା ଆଇ.ଏ. ଶ୍ରେଣୀରେ ପଢ଼ାଯିବା ପାଇଁ ମନୋନୀତ ହୋଇ ୧୯୪୯ ରୁ ୧୯୫୧ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ହୋଇଥିଲା ।

 

‘ପଲ୍ଲୀ ଜୀବନ’ ଉପନ୍ୟାସ ଉପରେ ଆଲୋଚନା କରି ଅଧ୍ୟାପିକା ଶାନ୍ତିଦେବୀ କହିଛନ୍ତି – ‘ଲେଖକଙ୍କର ବର୍ଣ୍ଣନୀୟ ବସ୍ତୁ ପଲ୍ଲୀର ନିସ୍ତରଙ୍ଗ ଜୀବନ, ସରଳ ଆମୋଦ ପ୍ରମୋଦ ଓ ପଲ୍ଲୀ ଯୁବକଙ୍କ ଆଶା ଆକାଂକ୍ଷା । ଏ ଦୃଷ୍ଟିରୁ ଉପନ୍ୟାସଟି ବାସ୍ତବିକ ଲେଖକଙ୍କ ପଲ୍ଲୀ ପ୍ରକୃତି ଓ ଜୀବନ ପ୍ରତି ଗଭୀର ମମତାର ପରିଚୟ ଦିଏ ।’
 

ବାସ୍ତବରେ ପ୍ରାଣକୃଷ୍ଣଙ୍କ ଦୃଷ୍ଟିଭଙ୍ଗୀ ପଲ୍ଲୀ ପ୍ରତି ବାସ୍ତବଧର୍ମୀ ଅଟେ । ସେ ମିଥ୍ୟାର ଆଶ୍ରୟ ନେଇନାହାନ୍ତି । ସେ ପଲ୍ଲୀ ପ୍ରକୃତିର ଅଯଥା ପ୍ରଶଂସା କରିନାହାନ୍ତି । ବରଂ ବାସ୍ତବମୁଖୀ ଚିତ୍ର ପ୍ରଦାନ କରିଛନ୍ତି । ପଲ୍ଲୀକବି ନନ୍ଦକିଶୋର ପଲ୍ଲୀ ପ୍ରକୃତିର ଶୋଭା ବର୍ଣ୍ଣନା କରିବା ବେଳେ ଯେପରି ଭାବବିହ୍ୱଳ ହୋଇନାହାନ୍ତି, ସେଭଳି ପ୍ରାଣକୃଷ୍ଣ ହୋଇନାହାନ୍ତି । ଅଧ୍ୟାପିକା ଶାନ୍ତିଦେବୀ ପଲ୍ଲୀକବି ନନ୍ଦକିଶୋରଙ୍କ ବର୍ଣ୍ଣିତ ‘ନବବର୍ଷା ଭାବନା’ରୁ ଗୋଟିଏ ପଦ ଉଦ୍ଧାର କରିଛନ୍ତି । ଯଥା –

 

ଚତୁର୍ମାସ୍ୟା ସନ୍ଧ୍ୟା            ଆହାକି ସୁନ୍ଦର

ସେ ଛବି ଦର୍ଶନ କରି

ଭାବୁକ ହୃଦୟେ            ଉଚ୍ଛୁଳି ଉଠଇ

ଅସଂଖ୍ୟ ଭାବ ଲହରୀ ।

 

ବର୍ଷାଦିନ ସନ୍ଧ୍ୟାର ସୁନ୍ଦରଛବି ପଲ୍ଲୀକବି ନନ୍ଦକିଶୋରଙ୍କ ଭାବୁକ ହୃଦୟରେ ଅସଂଖ୍ୟ ଭାବର ଲହରୀ ସୃଷ୍ଟି କରିଥାଏ । ସେ ଭାବବିଭୋର ହୋଇ ଚତୁର୍ମାସ୍ୟା ସନ୍ଧ୍ୟାର ମନୋରମ ଦୃଶ୍ୟ ଉପଭୋଗ କରନ୍ତି । ନନ୍ଦକିଶୋର ବଳ ବର୍ଷାଋତୁ ସନ୍ଧ୍ୟାର ଏପରି ଆବେଗମୟ ବର୍ଣ୍ଣନା କରିଥିବାବେଳେ ଔପନ୍ୟାସିକ ପ୍ରାଣକୃଷ୍ଣ ବର୍ଷାଦିନରେ ପଲ୍ଲୀର ବାସ୍ତବ ଦୃଶ୍ୟ ବର୍ଣ୍ଣନା କରିଛନ୍ତି, ସେଥିରେ ଅବକାଶ ନାହିଁ କି ମିଥ୍ୟା ବର୍ଣ୍ଣନା ଚାତୁରୀ ନାହିଁ । ପ୍ରାଣକୃଷ୍ଣଙ୍କ ଭାଷାରେ – ‘‘ମଫସଲର ବରଷା ସନ୍ଧ୍ୟା ସେଥିରେ କୁଆଡ଼େ ଯିବାର ଉପାୟ ନାହିଁ । ରାସ୍ତାରେ କାଦୁଅ ପଲପଲ ଚାରିଆଡ଼ ଅରମା । କୋଉଠି ସାପୁଟାଏ ସଁ କରି ଚାଲିଗଲାଣି ତେ କେଉଁଠି ବେଙ୍ଗୁଟା ବାଡ଼ ହୋଇଗଲାଣି ।’’

 

ବର୍ଷାଦିନର ସନ୍ଧ୍ୟାରେ ମଫସଲର ଏହା ହେଉଛି ବାସ୍ତବ ଦୃଶ୍ୟ । ସେ ସମୟରେ ଆଜିପରି ଗାଁଗଣ୍ଡା ରାସ୍ତା ପିଚୁ ହୋଇନଥିଲା । ଗାଁ ରାସ୍ତାରେ ଆଣ୍ଠୁଏ କାଦୁଅ । ବର୍ଷା ଦିନ ଚାରିଆଡ଼ ଅରମା ହୋଇଯାଏ ଓ ସାପ ବେଙ୍ଗ ସନ୍ଧ୍ୟାବେଳେ ଗାଁ ରାସ୍ତାରେ ବୁଲନ୍ତି । ଏହା ନିଚ୍ଛକ ସତ୍ୟ ଓ ବାସ୍ତବତା । ପ୍ରାଣକୃଷ୍ଣ ନନ୍ଦକିଶୋର ପରିକଳ୍ପନାରେ ଭାସିଯାଇ ଲେଖାରେ ରଙ୍ଗପୁଟ ଦେଇନାହାନ୍ତି । ଯାହାହିଁ ସେ ସମୟରେ ବାସ୍ତବ ଦୃଶ୍ୟ ଥିଲା ତାହା ବର୍ଣ୍ଣନା କରିଛନ୍ତି ।

 

‘ପଲ୍ଲୀ ଜୀବନ’ ଉପନ୍ୟାସର ନାୟକ ଶ୍ରୀଧର ପିତୃ ଛେଉଣ୍ଡ ପିଲା । ଜାତିରେ ଖଣ୍ଡାୟତ । ଚାଷବାସ କରି ଚଳେ । ପାଠଶାଠ ବେଶି ପଢ଼ିନାହିଁ । ମଧ୍ୟବିତ୍ତ ଚାଷୀଘର ପିଲା ଶ୍ରୀଧର । ତାହାର ଉଚ୍ଚ ଅଭିଳାଷ ନାହିଁ । ଦେଶ ଓ ଜାତିର କିଛି କାମ କରିବାର ସ୍ପୃହା ନାହିଁ । ସାଧାରଣ ମଣିଷଟି ଭଳି ବଞ୍ଚି ରହିବାକୁ ସେ ଚାହେଁ । ଓଡ଼ିଆ ଘରେ ବାରମାସରେ ତେରପର୍ବ ଠିକ୍‌ ଓଡ଼ିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପୁରୀ କ୍ଷେତ୍ର ପରି । ଦଶହରା, ଦୋଳ, ରଜପର୍ବ, କୁମାର ପୂର୍ଣ୍ଣିମା, ଅକ୍ଷୟ ତୃତୀୟା, ବଡ଼ଓଷା ଆଦି ବିଭିନ୍ନ ପର୍ବପର୍ବାଣିରେ ସେ ମଗ୍ନ ଥାଏ । ଗ୍ରାମାଞ୍ଚଳରେ ଓଡ଼ିଆ ସଂସ୍କୃତି କିପରି ବଞ୍ଚି ରହିଛି ଯାହାକି ସହରରେ ଦୁର୍ଲଭ ତାହା ସେ ବର୍ଣ୍ଣନା କରିଛନ୍ତି । ଶ୍ରୀଧର ନିଜ ସଂସ୍କୃତିକୁ ଭୁଲିନାହିଁ-। ସବୁ ପର୍ବପର୍ବାଣି ସେ ପାଳନ କରେ ଓ ସେଥିରୁ ସେ ଆନନ୍ଦ ପାଇଥାଏ । ସେ ସମସ୍ୟାର ଜଟିଳତା ଭିତରେ ପଶେ ନାହିଁ । କାହା ବିରୋଧରେ ଗାତ ଖୋଳେ ନାହିଁ । ସେ ସରଳ ଓ ନିଷ୍କପଟ ଯୁବକ । ପଲ୍ଲୀ ଅଞ୍ଚଳର ବହୁ ଯୁବକ ସରଳ । ସେମାନେ ସହରବାସୀଙ୍କ ପରି ଜଟିଳ ନୁହଁନ୍ତି । ପେଞ୍ଚପାଞ୍ଚ ଜାଣନ୍ତି ନାହିଁ ।

 

ତରୁଣ ଅବସ୍ଥାରେ ହୃଦୟରେ ପ୍ରେମ ଆସ୍ଥାନ ମାଡ଼ି ବସିଥାଏ । ତରୁଣ ବୟସରେ ପ୍ରେମ ନକରିଥିବା ମଣିଷ ସଂଖ୍ୟା ଖୁବ୍‌ କମ୍‌ ଅଟେ । ତରୁଣର ମନ ତରୁଣୀ ଆଡ଼କୁ ଧାବମାନ ହେବା ସ୍ୱାଭାବିକ । ଶ୍ରୀଧର ବା ସେଥିରୁ ବାଦ ଯିବ କିପରି ? ମାଳି ଘରର ଝିଅ କେତକୀ ବେଶ୍‌ ଡଉଲଡାଉଲ ଝିଅଟିଏ । ଯୌବନରେ ମର୍କଟୀ ବି ରମ୍ଭା ପରି ଦେଖାଯାଇଥାଏ । ଯଥାର୍ଥରେ କୁହାଯାଇଛି – ‘‘ଯୌବନେ ମର୍କଟୀ ରମ୍ଭା ।’’ କେତକୀର ରୂପ କେତକୀ ଫୁଲ ପରି । ତା’ର ମିଠାମିଠା କଥା, ସ୍ମିତ ହାସ୍ୟ ଓ ଥିରି ଥିରି ଚାଲି ସାଙ୍ଗକୁ ଆଖିନଚା ଠାଣି ଶ୍ରୀଧରକୁ ମୁଗ୍ଧ କରିଥିଲା-। ଶ୍ରୀଧରର ମନ କେତକୀ ଆଡ଼କୁ ଢଳି ଯାଇଥିଲା । କେତକୀ ପ୍ରତି ତା’ ତରୁଣ ମନର ଅନୁରାଗ ବଢ଼ି ବଢ଼ି ଚାଲିଥିଲା । ସେ କେତକୀକୁ ପ୍ରାଣ ସଙ୍ଗିନୀ କରିବାକୁ ସପନ ଦେଖିଥିଲା । ନିଛାଟିଆ ଆମ୍ବତୋଟାରେ ଓ ନଈକୂଳେ ତା’ ସହ ବେଳେବେଳେ କଥାବାର୍ତ୍ତା ହୁଏ । ହସାହସି ହୁଅନ୍ତି । ଚାରିଚକ୍ଷୁର ମିଳନ ବି ହୁଏ । କିନ୍ତୁ ଏହି ପ୍ରେମଲତାରେ ଫୁଲଫଳ ଧରିବା ପୂର୍ବରୁ ଲତାର ଚେର କଟିଯାଏ । ଅର୍ଥାତ୍‌ ଶ୍ରୀଧରର ବିବାହ କେତକୀ ସହିତ ହୋଇପାରେ ନାହିଁ । କିନ୍ତୁ ଶ୍ରୀଧର ଏଥିରେ ହତାଶ ହୁଏ ନାହିଁ । କାରଣ ସେ ଜାଣିଥିଲା ଯେ ସେତେବେଳର ସମାଜରେ ଅନ୍ୟ ଜାତିରେ ବିବାହ କରିବା ସମ୍ଭବ ନୁହେଁ । ଗୁରୁଜନମାନଙ୍କ ନିର୍ବାଚିତ କନ୍ୟାକୁ ସେ ବିବାହ କରିଛି । କେତକୀର ଅନୁରାଗକୁ ସେ ହୃଦୟରୁ ପୋଛି ଦେଇଛି ।

 

ବିବାହ ପରେ ଶ୍ରୀଧର ଜୀବନର ଜଟିଳ ସମସ୍ୟାମାନ ଦେଖାଯାଇଛି । ବିବାହ ପୂର୍ବ ଜୀବନ ଓ ବିବାହ ପର ଜୀବନ ମଧ୍ୟରେ ଆକାଶ ପାତାଳ ଫରକ ଥାଏ । ବିବାହ ପୂର୍ବ ଜୀବନରେ ତରୁଣ ମୁକ୍ତ ଆକାଶର ବିହଙ୍ଗପରି ସ୍ୱଇଚ୍ଛାରେ ବିଚରଣ କରୁଥାଏ ।

 

କିନ୍ତୁ ବିବାହ ପରେ ସେ ସାଂସାରିକ ବନ୍ଧନରେ ପଡ଼ିଥାଏ । ଲେଖକ ଯଥାର୍ଥରେ ଲେଖିଛନ୍ତି – ‘‘ବିବାହ ଯାଏ ପଲ୍ଲୀ ଜୀବନ ସମସ୍ୟା ବହୁଳ ହୁଏନାହିଁ । ବିବାହ ପରେ ଜୀବନର ନୂତନ ଏବଂ ପୂର୍ଣ୍ଣତ୍ୱର ଅଧ୍ୟାୟ ଆରମ୍ଭ ହୁଏ ।’’

 

ଶ୍ରୀଧର ଜୀବନରେ ତାହାହିଁ ହୋଇଛି । ଶ୍ରୀଧରର ଜୀବନରେ ସେପରି କିଛି ଆଦର୍ଶ ନାହିଁ-। ସେପରି ମଧ୍ୟ ଆଶା ଆକାଂକ୍ଷା ନାହିଁ । ପଲ୍ଲୀର ଅଧିକାଂଶ ଯୁବକ ଏହିପରି ଗତାନୁଗତିକ ଜୀବନ କଟାନ୍ତି । ସେମାନଙ୍କ ନିଜ ପରିବାର ମଧ୍ୟରେ ଛନ୍ଦି ହୋଇଥାନ୍ତି । ଲୁଣ ତେଲ କାଠ ଚିନ୍ତାରେ ସେମାନେ ସବୁଦିନେ ମଗ୍ନ ରହନ୍ତି । ପଲ୍ଲୀର ସୀମା ଭିତରୁ ସେମାନେ ବାହାରି ପାରନ୍ତି ନାହିଁ । ୨୦୧୨ ମସିହାର ପଲ୍ଲୀ ଓ ୧୯୪୫ ମସିହାର ପଲ୍ଲୀ ମଧ୍ୟରେ ଆକାଶ ପାତାଳ ପ୍ରଭେଦ-। ସେବେଳର ପଲ୍ଲୀ ଜୀବନ ନିଖୁଣ ଚିତ୍ର ବହନ କରିଛି ଶ୍ରୀଧର । ତା’ ଜୀବନରେ କୌଣସି ନାଟକୀୟତା ନାହିଁ । ପରିସ୍ଥିତି ବିରୋଧରେ ସଂଘର୍ଷ କରିବାର ଶକ୍ତି ତା’ର ନାହିଁ । ପଲ୍ଲୀ ଜୀବନରେ ବ୍ୟକ୍ତିଗତ ଜୀବନର ଚିତ୍ର ଅପେକ୍ଷା ସମଷ୍ଟିଗତ ଜୀବନର ଚିତ୍ର ଅଧିକ ପରିଲକ୍ଷିତ ହୁଏ ।

 

ଶ୍ରୀଧରର ମାମୁଁ, ବୋଉ, ବନ୍ଧୁ ଗୋବିନ୍ଦ, ଦୁର୍ଗା ଭାଉଜ, କେତକୀ ଆଦି ଚିତ୍ରଗୁଡ଼ିକର ବର୍ଣ୍ଣନା ସମଷ୍ଟିଗତ ଜୀବନର ଚିତ୍ର ବହନ କରିଛି । ଉପନ୍ୟାସର ଭାଷା ସରଳ, ବୋଧଗମ୍ୟ ଓ ମନଛୁଆଁ ଅଟେ । ପଲ୍ଲୀ ସମାଜର ସ୍ନିଗ୍ଧ ମଧୁର ରୂପ ତାଙ୍କ ଲେଖନୀରେ ସୁନ୍ଦର ଭାବେ ରୂପାୟିତ ହୋଇଛି ।

 

ଉପନ୍ୟାସଟି ସୁଖପାଠ୍ୟ ପଲ୍ଲୀ ଜୀବନର ପ୍ରକୃତ ଚିତ୍ର ବହନ କରି ଉପନ୍ୟାସ ନିଜ ନାମର ସାର୍ଥକତା ପ୍ରମାଣିତ କରିଛି । ନିଜେ ପ୍ରାଣକୃଷ୍ଣ କଲେଜ ଦୁଆର ମୁହଁ ନ ମାଡ଼ିଥିଲେ ମଧ୍ୟ ତାଙ୍କ ଉପନ୍ୟାସ ‘ପଲ୍ଲୀ ଜୀବନ’ କଲେଜରେ ଆଇ.ଏ. ଶ୍ରେଣୀରେ ପାଠ୍ୟ ପୁସ୍ତକ ରୂପେ ଦୀର୍ଘ ଦୁଇବର୍ଷ ପଢ଼ା ଯାଇଥିବା କମ୍‌ ଗୌରବର କଥା ନଥିଲା ।

 

ପଲ୍ଲୀ ଜୀବନ ଉପନ୍ୟାସ ପଲ୍ଲୀ ସମାଜର ନିଖୁଣ ଚିତ୍ର ବହନ କରି ପାଠକ ସମାଜରେ ଖୁବ୍‌ ଲୋକପ୍ରିୟ ହୋଇପାରିଥିଲା ଓ ଔପନ୍ୟାସିକ ହିସାବରେ ପ୍ରାଣକୃଷ୍ଣଙ୍କୁ ସୁ-ପ୍ରତିଷ୍ଠିତ କରିପାରିଥିଲା ।

 

ପ୍ରେମ (ହିନ୍ଦୁ ଓ ମୁସଲମାନ)

ଏହି ଉପନ୍ୟାସର ପ୍ରଥମ ନାମ ଥିଲା ‘ପ୍ରେମ’ । ପରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ହିନ୍ଦୁ ଓ ମୁସଲମାନ’ ରଖାଯାଇଛି ।

 

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ସମଗ୍ର ଭାରତ ଉପମହାଦେଶରେ ସାମ୍ପ୍ରଦାୟିକତାର ବୀଜ ବୁଣା ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । ହଜାର ହଜାର ବର୍ଷ ଧରି ସୁଖ ଶାନ୍ତିରେ ଚଳିଆସୁଥିବା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି ହୋଇ ଅଯଥା ଅଜସ୍ର ରକ୍ତପାତରେ ମାଟିମାଆ ଲାଲ ହୋଇଯାଇଥିଲା ।

 

ପିଲାଛୁଆ, ଯୁବକ ଯୁବତୀ ବୁଢ଼ାବୁଢ଼ୀ କେହି ଭୟଙ୍କର ଦଙ୍ଗାରୁ ବାଦ୍‌ ଯାଇ ନଥିଲେ । ହଜାର ହଜାର ଶବ ରାସ୍ତାରେ ଗଡ଼ୁଥିଲା ଭୟାନକ ଦୃଶ୍ୟ ସୃଷ୍ଟିକରି ।

 

ବଙ୍ଗ ପ୍ରଦେଶର ନୂଆଖାଲିଠାରୁ ଆରମ୍ଭ କରି ପଞ୍ଜାବର ଲାହୋର ପର୍ଯ୍ୟନ୍ତ ଦାବାଗ୍ନି ପରି ବ୍ୟାପିଯାଇଥିଲା ହିଂସାର ଲେଲିହାନ ଶିଖା । ମଣିଷ ଜାତି ଯେପରି କାଣ୍ଡଜ୍ଞାନ ଶୂନ୍ୟ ହୋଇ ପାଗଳ ହୋଇଯାଇଥିଲା । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ପୂର୍ବରୁ ଭାଇ ଭାଇ ହୋଇ ଚଳୁଥିଲେ, କିନ୍ତୁ ସେସମୟରେ ଭାଇ ଭାଇର ଗଳାରେ ଛୁରୀ ଚଳାଇ ଆନନ୍ଦ ଲାଭ କଲା । ଯେଉଁଠି ଯେ ଯାହାକୁ ଦେଖିଲା ଖଣ୍ଡା ଓ ଛୁରୀରେ ହାଣିବାକୁ ଲାଗିଲା । ଯେପରି ସମସ୍ତେ ରକ୍ତମୁଖା ହୋଇ ଉଠୁଛନ୍ତି ସେହିପରି ପ୍ରତୀୟମାନ ହେଉଥିଲା ।

 

ଅହିଂସାର ଶ୍ରେଷ୍ଠ ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟକୁ ଏହିସବୁ ହିଂସାକାଣ୍ଡ ଗଭୀର ଭାବରେ ଆଲୋଡ଼ିତ କରିଥିଲା । ତାଙ୍କ ଚକ୍ଷୁରୁ ଧାରଧାର ଲୁହ ଗଡ଼ିଥିଲା । ସେ ଏକାକୀ ବାହାରିଥିଲେ ନୂଆଖାଲି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ । ସାଥିରେ ସୈନ୍ୟ କିମ୍ବା ପୋଲିସ କାହାରିକୁ ନେଇନଥିଲେ ।

 

ପଞ୍ଜାବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭାରତୀୟ ସେନାବାହିନୀ ଯାଇଥିଲେ କିନ୍ତୁ ନୂଆଖାଲିକୁ ଏକା ମହାତ୍ମାଗାନ୍ଧୀ ଯାଇଥିଲେ । ଗାନ୍ଧିଜୀ କଲିକତାରେ ପହଞ୍ଚି ନୂଆଖାଲି ଦଙ୍ଗା ଅଞ୍ଚଳକୁ ପଦଯାତ୍ରାରେ ଗଲେ । ବଙ୍ଗପ୍ରଦେଶର ତତ୍କାଳୀନ ପ୍ରଧାନ ମନ୍ତ୍ରୀ (ମୁଖ୍ୟମନ୍ତ୍ରୀ) ସୁରାବର୍ଦ୍ଦି ଗାନ୍ଧିଜୀଙ୍କ ସାଥିରେ ଛତାଧରି ଯାଇଥିଲେ ତାଙ୍କୁ ଖରାରୁ ରକ୍ଷା କରିବା ପାଇଁ । ଗାନ୍ଧିଜୀ ସେଠାରେ ଅନଶନ ଆରମ୍ଭ କରିଥିଲେ ଓ ସାମ୍ପ୍ରଦାୟିକ ସଦ୍‌ଭାବ ନଫେରିବା ପର୍ଯ୍ୟନ୍ତ ସେ ଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ ନେଇଥିଲେ । ସମଗ୍ର ଦେଶ ସ୍ତମ୍ଭିତ ହୋଇଯାଇଥିଲା । ହିନ୍ଦୁ ଓ ମୁସଲମାନଙ୍କ ମୁରବିମାନେ ଗାନ୍ଧିଜୀଙ୍କ ପାଦତଳେ ବସି ସାମ୍ପ୍ରଦାୟିକ ସଦ୍‌ଭାବ ଫେରାଇ ଆଣିବା ପାଇଁ ଶପଥ ନେଇଥିଲେ । ନିଆଁରେ ପାଣି ଢାଳିଲେ ଯେପରି ନିଆଁ ଲିଭିଯାଏ, ସେହିପରି ନୂଆଖାଲିର ସାମ୍ପ୍ରଦାୟିକ ଦଙ୍ଗା ଶାନ୍ତ ପଡ଼ିଯାଇଥିଲା । ଭାରତର ଶେଷ ବଡ଼ଲାଟ୍‌ ମାଉଣ୍ଟବେଣ୍ଟନ କହିଥିଲେ – ‘‘ପଞ୍ଜାବକୁ ଭାରତୀୟ ସେନାବାହିନୀ ଯାଇ ଯାହା କରି ନପାରିଲେ, ନୂଆଖାଲିକୁ ଏକମାତ୍ର ସୈନିକ ମହାତ୍ମା ଗାନ୍ଧୀ ଯାଇ ତା’ ଠାରୁ ଅଧିକ କାମ କଲେ ଓ ସାମ୍ପ୍ରଦାୟିକ ସଦ୍‌ଭାବ ଫେରାଇ ଆଣିପାରିଲେ ।’’

 

ସ୍ୱାଧୀନତାର ପ୍ରାକ୍‌ କାଳରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଫଳରେ ଯେଉଁପରି ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ସବୁ ଘଟିଥିଲା ତାହା ଲେଖକ ପ୍ରାଣକୃଷ୍ଣଙ୍କ ହୃଦୟକୁ ବ୍ୟଥିତ କରିଥିଲା । ତାଙ୍କ କବି ହୃଦୟ କାନ୍ଦି ଉଠିଥିଲା । ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ସୃଷ୍ଟି ପାଇଁ ସେ କଲମ ଚାଳନା କରିବାକୁ ସ୍ଥିର କରିଥିଲେ । ‘ମସୀ ଅସୀ ସାଜୁ ଶକ୍ତିଶାଳୀ’ ଲେଖକ ଓ କବି ପ୍ରାଣକୃଷ୍ଣ ତାଙ୍କର ମସୀ ଚାଳନା କରିଥିଲେ ସାମ୍ପ୍ରଦାୟିକତା ରୂପକ ବିଷବୃକ୍ଷକୁ କାଟି ସଦ୍‌ଭାବର ବୀଜ ବୁଣିବା ପାଇଁ । ତେଣୁ ସୃଷ୍ଟିହେଲା ‘ହିନ୍ଦୁ ଓ ମୁସଲମାନ’ ଉପନ୍ୟାସ । କେବଳ ଓଡ଼ିଆ ଭାଷାରେ ସମଗ୍ର ଭାରତୀୟ ଭାଷାଭାଷୀ ଭିତରେ ସାମ୍ପ୍ରଦାୟିକ ସଦ୍‌ଭାବ ଆଣିବା ପାଇଁ ଲେଖାଯାଇଥିବା ଏହା ପ୍ରଥମ ଉପନ୍ୟାସ । ଏହାଫଳରେ ଓଡ଼ିଆ ଜାତିର ସମ୍ମାନ ବଢ଼ିଥିଲା । ସବୁ ଧର୍ମ ଓ ସମ୍ପ୍ରଦାୟର ମିଳନ ସ୍ଥଳ ଏହି ଜଗନ୍ନାଥ ଦେଶ ଓଡ଼ିଶାକୁ ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଘୋଷଣା କରିଥିଲା କ୍ରାନ୍ତିଦର୍ଶୀ ଲେଖକ ଓ କବି ପ୍ରାଜ୍ଞ ପ୍ରାଣକୃଷ୍ଣ ସାମଲଙ୍କ ଅମର ଲେଖନୀ ।

 

୧୯୪୯ ମସିହାରେ ଏହି ଉପନ୍ୟାସ ‘ପ୍ରେମ’ ନାମରେ ପ୍ରକାଶ ପାଇଥିଲା । ସାମ୍ପ୍ରଦାୟିକ ଗଣ୍ଡଗୋଳ ସମୟରେ ୧୯୪୬ରେ ଏହାର ଲେଖା ଆରମ୍ଭ ହୋଇଥିଲା ।

 

‘‘ସାମ୍ପ୍ରଦାୟିକତା ଲୋପ ହେଉ, ମାନବିକତାର ଜୟ ହେଉ’’ ଏହା ଥିଲା ଏହି ଉପନ୍ୟାସର ସ୍ଲୋଗାନ୍‌ ।

 

ହିନ୍ଦୁ ଯୁବକ ରଞ୍ଜନ ଅତ୍ୟନ୍ତ ସୌମ୍ୟ, ସଫା ଗୋରା । କୁଞ୍ଚିତ କେଶ । ନାକତଳେ ପ୍ରଜାପତିଆ ନିଶ । ଲମ୍ବା ଧାର ମୁହଁ । ଶୁକ ଥଣ୍ଟପରି ନାସା । ସବୁବେଳେ ସଫା ଧଳା ପୋଷାକ ପରିଧାନ କରନ୍ତି । ସ୍ମିତ ହାସ୍ୟ ଖେଳାଇ କଥା ହେଲାବେଳେ ମୁଖର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ-। ମୋଟ ଉପରେ ନାରୀ ଭୁଲାଣିଆ ଚେହେରା ।

 

ମୁସଲମାନ ଯୁବତୀ ନଜ୍‌ମା ଲେଖକଙ୍କ ଭାଷାରେ ପାରସ୍ୟ ଗୋଲାପ ପରି ତା’ର ମୁହଁ, ସକାଳ ସୂର୍ଯ୍ୟର ଲୋହିତ କିରଣପରି ତା’ ଓଠର ମୃଦୁ ହସ, ତା’ର ମୁଖଟି ଅତ୍ୟନ୍ତ କମନୀୟ ଓ ଅତ୍ୟନ୍ତ ମନୋହାରା ପୁଷ୍କରିଣୀର ସ୍ଥିର ଜଳରେ ଏକକ ପଦ୍ମପରି ଫୁଟି ଉଠିଛି ତା’ର ମୁହଁ ।

 

ଲେଖକ ଓ କବି ପ୍ରାଣକୃଷ୍ଣ ରଞ୍ଜନ ଦ୍ୱାରା ତା’ର ରୂପ ବର୍ଣ୍ଣନା କରି ଗୋଟିଏ କବିତାଟିରେ ଲେଖିଛନ୍ତି –

 

      ବର୍ମାଙ୍କର ‘ପଲ୍ଲୀବଧୂ’ ଛବିର

                  ଆଖି ପରି

      ଆଖିରେ ତା’ର

                  ଈଷତ୍‌ ନୀଳର ସେଡ୍‌

      ଆଶ୍ୱିନର ଆଦ୍ୟ ଗୋଲାପ ଯଥା

      ଘନ ସବୁଜ ବାତାୟନୀ ପ୍ରଚ୍ଛଦର କୋଳୁ

                  ନିତିଦିନ ସେ ଚାହିଁ ଯେ ରହିଥାଏ

      ଜେଲ୍‌ ଘଡ଼ିରେ ଦଶ୍‌ ବାଜେ ଠଂ ଠଂ ଠଂ

                  ତା’ର ମୋର ଆଖିରେ ଲାଗେ

                  ଭଲ ପାଇବାର ଠଂ ।

 

ଝରକା ଆରପଟେ ଠିଆହୋଇ ହସୁଥିବା ନଜ୍‌ମାକୁ ଦେଖି ରାସ୍ତା ଉପରେ ଠିଆ ହୋଇଥିବା ରଞ୍ଜନର ମନୋଭାବ ଏହି କବିତାଟିରେ ବର୍ଣ୍ଣନା କରାଯାଇଛି ।

 

ରଞ୍ଜନ ଗ୍ରୀନ ମଡେଲ ରାଲେ ସାଇକେଲ୍‌ରେ ଗଳି ରାସ୍ତା ଦେଇ ଅଫିସ୍‌ ଯାଉଥିବାବେଳେ ଗୋଟିଏ ଝରକା ମଧ୍ୟରୁ ଫୁଟି ଉଠିଛି ପାରସ୍ୟ ଗୋଲାପ ପରି ଏକ ସୁନ୍ଦର ମୁହଁ-

 

ମାଦ୍ରୀଙ୍କୁ ଦେଖି ସୂର୍ଯ୍ୟଙ୍କର ଏକଚକ୍ର ରଥ ସ୍ଥଗିତ ହେଲାପରି ରଞ୍ଜନର ଦ୍ୱିଚକ୍ର ଯାନର ଗତି ଶିଥିଳ ହୋଇଗଲା କେତେକ ମୁହୂର୍ତ୍ତ ପାଇଁ । ମୁହୂର୍ତ୍ତକ ପାଇଁ ଚାରିଚକ୍ଷୁର ମିଳନ ।

 

ଉପନ୍ୟାସର ଅୟମାରମ୍ଭ ଏହିଠାରୁ । ଆରମ୍ଭ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏଥିରେ ସନ୍ଦେହ ନାହିଁ । ସେହି ସମୟର ଦେଶ ପରିସ୍ଥିତି ବର୍ଣ୍ଣନା କରି ଲେଖକ ଲେଖିଛନ୍ତି – ‘‘ସେତେବେଳକୁ ଭାରତବର୍ଷରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଲାଗିଯାଇଥାଏ ନିର୍ମମ ସଂଘର୍ଷ-କଲିକତାରେ ଯା’ର ଅୟମାରମ୍ଭ ।

 

ସାମ୍ପ୍ରଦାୟିକ ହତ୍ୟାକାଣ୍ଡର ବୀଭତ୍ସତା ବର୍ଣ୍ଣନା କରି ଲେଖକ ପ୍ରାଣକୃଷ୍ଣ ଲେଖିଛନ୍ତି – ‘‘ମୁସଲମାନ ହେବାକୁ ରାଜି ନହେବାରୁ ନୂଆଖାଲିର କୌଣସି ଏକ ଗ୍ରାମର ଦୁଇଟି ପରିବାରକୁ ତାଙ୍କ ଦୁଆରେ ହତ୍ୟା କରାହୋଇ ସେମାନଙ୍କ ଖଣ୍ଡିତ ଶବକୁ କୂଅରେ ପକାଇ ଦିଆଯାଇଛି । ଗୃହର କୁକୁର ବାଧା ଦେବାରୁ ତାକୁ ମଧ୍ୟ ତେଣ୍ଟା ସାହାଯ୍ୟରେ ହତ୍ୟା କରାହୋଇଛି ।’’

 

ପୁନଶ୍ଚ .... ‘‘ଅଗ୍ନିର ଲେଲିହାନ ଜିହ୍ୱା ଦେଖାଦେଲା ସେହି ପଡ଼ାର ଏକ କୁଟୀରର ଊର୍ଦ୍ଧ୍ୱ ଦେଶରେ । ତାହା ପରେ ଯାହା ଘଟିଲା ତାହା ବର୍ଣ୍ଣନାତୀତ । ନାନା ପ୍ରକାର ଆତଙ୍କିତ ଶବ୍ଦ, କ୍ରନ୍ଦନ, ଚିତ୍କାର, ଦ୍ରୁତ ପଳାୟନର ଶବ୍ଦଧ୍ୱନି । ଅଳ୍ପ ସମୟ ମଧ୍ୟରେ ଅଗ୍ନି ବ୍ୟାପିଗଲା ଅନ୍ୟଆଡ଼େ । ସଙ୍ଗେ ସଙ୍ଗେ ତା’ର ତାଳ ପକାଇ ଚିର ଶାନ୍ତିମୟ ଏ ଗଳି ପଥରେ ନୃତ୍ୟକଲା ମୃତ୍ୟୁର ମହାତାଣ୍ଡବ ।’’

 

ବାହାରେ ମୃତ୍ୟୁର ତାଣ୍ଡବଲୀଳା ଚାଲିଥିବାବେଳେ ରଞ୍ଜନ ଓ ନଜ୍‌ମାର ହୃଦୟରେ ପ୍ରେମର ଫଲ୍‍ଗୁ ପ୍ରବାହିତ ହେଉଥାଏ । ପ୍ରାୟ ପ୍ରତିଦିନ ରଞ୍ଜନ ନଜ୍‌ମା ନିକଟକୁ ଓ ନଜ୍‌ମା ରଞ୍ଜନ ନିକଟକୁ ପତ୍ର ଦେଉଥିଲେ । ଏଠାରେ ରଞ୍ଜନଙ୍କ ନଜ୍‌ମା ଉଦ୍ଦେଶ୍ୟରେ ଲିଖିତ ଏକ ପ୍ରେମ କବିତା ଉଦ୍ଧାର କରାଯାଇପାରେ । ନଜ୍‌ମାଙ୍କୁ ରଞ୍ଜନା ନାମରେ ନାମିତ କରାଯାଇଛି । ଯଥା –

 

      ‘‘ରଞ୍ଜନା

      ନୟନେ ମୋର ଦେଲ ଯେ ତମେ

                  ନବୀନ ରୂପ ବ୍ୟଞ୍ଜନା ।

      ସଞ୍ଜ ତମ କବରୀ ପାଶେ

      ଉଡ଼ଇ କିବା ମନଉଲ୍ଲାସେ

                  ନୟନ ବେନି ବ୍ୟଞ୍ଜନା ।

      ଗଣ୍ଡ ତମ ଅସ୍ତାଚଳେ

      ତପ୍ତ ସୁନା ଝଲକ ଝଳେ

      ସ୍ନିଗ୍‌ଧ ତା’ର ପରଶ ଲଭି

                  ମାନସ ତାପ ଚନ୍ଦନା ।

      ଯୁଗ୍ମ ତାର କର୍ଣ୍ଣ ତଟେ

      ଯୁଗ୍ମତାର କର୍ଣ୍ଣ ରଟେ

                  ଶାନ୍ତି, ସୁପ୍ତି, ରାତ୍ରି ଭୂତି

                  ଘେନ ଯୌବନ ବନ୍ଦନା । ’’

 

ଏହି ପ୍ରେମ ଫଲ୍‌ଗୁ ଉଭୟଙ୍କ ହୃଦୟରେ ପ୍ରବାହିତ ହୋଇ ସାମ୍ପ୍ରଦାୟିକ ପ୍ରଜ୍ଜ୍ୱଳିତ ହିଂସାକୁ ଲିଭାଇବା ପାଇଁ କେତେକାଂଶରେ ସଫଳ ହୋଇପାରିଲା । ରଞ୍ଜନ ସାମ୍ପ୍ରଦାୟିକ ହିଂସାର ପ୍ରତିରୋଧ କରିବା ପାଇଁ ପୁରୁଷ ସ୍ୱେଚ୍ଛା ସେବକ ବାହିନୀ ଗଠନ କରିଛି ଓ ନଜ୍‌ମା ମଧ୍ୟ ଯୁବତୀ ବାହିନୀ ଗଠନ କରିଛି । ଏହି ସ୍ୱେଚ୍ଛା ସେବକ ବାହିନୀରେ ଶହ ଶହ କର୍ମୀ ଯୋଗଦେଇ ସାମ୍ପ୍ରଦାୟିକ ସଦ୍‌ଭାବ ଓ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଯେଉଁ କାମ ପୋଲିସ କରିପାରି ନାହାନ୍ତି ସେ କାମ ସ୍ୱେଚ୍ଛାସେବକ ବାହିନୀ କରିପାରିଛନ୍ତି । ତେଣୁ ପୋଲିସ୍‌ ସ୍ୱେଚ୍ଛାସେବକ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । କୌଣସି ଜାଗାରେ ଗଣ୍ଡଗୋଳ ହେବାର ଆଶଙ୍କା ଥିଲେ ଗୁପ୍ତଚର ପୋଲିସଙ୍କୁ ଜଣାଇବା ପୂର୍ବରୁ ସ୍ୱେଚ୍ଛାସେବକ ବାହିନୀ ପୋଲିସ୍‌କୁ ଜଣାଇ ଦେଉଥିଲେ । ଫଳରେ ବହୁ ନିରୀହ ଲୋକଙ୍କ ଜୀବନ ରକ୍ଷା ପାଇଯାଉଥିଲା ।

 

ଏଠାରେ ଲେଖକ ପ୍ରାଣକୃଷ୍ଣ ଦର୍ଶାଇଛନ୍ତି ଯେ କେବଳ ପୋଲିସ୍‌ ଉପରେ ନିର୍ଭର କଲେ ସାମ୍ପ୍ରଦାୟିକ ସଦ୍‌ଭାବ ଫେରି ଆସିପାରିବ ନାହିଁ କି ଶାନ୍ତି ସ୍ଥାପିତ ହୋଇପାରିବ ନାହିଁ । ସେଥିପାଇଁ ଜନସାଧାରଣଙ୍କୁ ବିଶେଷତଃ ଯୁବକମାନଙ୍କୁ ନିୟୋଜିତ କରାଗଲେ ଅଧିକ ସୁଫଳ ମିଳିବ ବୋଲି ପ୍ରାଣକୃଷ୍ଣ ଦୃଷ୍ଟାନ୍ତ ଦେଇ ବୁଝାଇଛନ୍ତି ।

 

ନଜ୍‌ମାର ପିତା ଚୌଧୁରୀ ସାହେବ ଯେ କି ସାମ୍ପ୍ରଦାୟିକ ସଦ୍‌ଭାବ ସୃଷ୍ଟି ପାଇଁ କାର୍ଯ୍ୟ କରୁଥିଲେ ଧର୍ମାନ୍ଧମାନେ ତାଙ୍କୁ ମାଡ଼ ଦେବାକୁ ଭୁଲିନାହାନ୍ତି । ତାଙ୍କ ମୁଣ୍ଡରେ ମାଡ଼ ହୋଇଛି ଓ ସେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ରଞ୍ଜନ ଓ ନଜ୍‌ମା ଚୌଧୁରୀ ସାହେବଙ୍କ ସେବାକରି ତାଙ୍କ ପୂର୍ବସ୍ୱାସ୍ଥ୍ୟ ଫେରାଇ ଆଣିପାରିଛନ୍ତି । ଆଶ୍ରୟ କେନ୍ଦ୍ରମାନଙ୍କରେ ଆଶ୍ରୟ ନେଇଥିବା ଆହତ ଲୋକମାନଙ୍କର ଯତ୍ନ ନେବାରେ ରଞ୍ଜନ ବାବୁଙ୍କ ସ୍ୱେଚ୍ଛା ସେବକ ବାହିନୀ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ଆହତମାନଙ୍କୁ ଖାଦ୍ୟ ଦ୍ରବ୍ୟ ଓ ଔଷଧ ଆଦି ଯୋଗାଇ ଚିକିତ୍ସାର ବ୍ୟବସ୍ଥା କରିବା, ମୃତ ବ୍ୟକ୍ତିମାନଙ୍କର ଶବ ସତ୍କାର କରାଇବା, ସେମାନଙ୍କ ପରିବାରକୁ ସାନ୍ତ୍ୱନା ଦେବା, ସାମ୍ପ୍ରଦାୟିକ ଗଣ୍ଡଗୋଳ ହେବା ପୂର୍ବରୁ ତାହାର ସୂଚନା ଗୁପ୍ତ ଭାବରେ ସଂଗ୍ରହ କରି ପୋଲିସ୍‌କୁ ଜଣାଇଦେବା ରଞ୍ଜନ ବାବୁଙ୍କ ସ୍ୱେଚ୍ଛା ସେବକ ବାହିନୀର ମୁଖ୍ୟ କାର୍ଯ୍ୟ ଥିଲା ।

 

ଏହାଫଳରେ ଖବର କାଗଜଗୁଡ଼ିକରେ ମଧ୍ୟ ସ୍ୱେଚ୍ଛାସେବକ ବାହିନୀର କାର୍ଯ୍ୟକୁ ପ୍ରଶଂସା କରି ଲେଖା ପ୍ରକାଶ ପାଇଲା ଓ ସମ୍ପାଦକୀୟ ମଧ୍ୟ ଲେଖାଗଲା । ସାମ୍ପ୍ରଦାୟିକତାରୁ ସେହି ସହରରୁ ଚିରଦିନ ପାଇଁ ବିଦାୟ ଦେବାକୁ ସ୍ୱେଚ୍ଛା ସେବକମାନେ ଯେଉଁ ଯୋଜନା କରିଥିଲେ ତାହା ଲେଖକ ପ୍ରାଣକୃଷ୍ଣ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ପ୍ରାଣକୃଷ୍ଣ ଯେ ନିଜେ ରଞ୍ଜନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସେହିପରି ପ୍ରତୀୟମାନ ହୁଏ ।

 

ଶେଷରେ ସାମ୍ପ୍ରଦାୟିକ ସଂଘର୍ଷ ଥମିଯାଇଛି । ସେହି ଛୋଟିଆ ସହରଟିରେ ଶାନ୍ତି ଫେରିଆସିଛି । ଚୌଧୁରୀ ସାହେବଙ୍କ ଶରୀର ସୁସ୍ଥ ହୋଇଯାଇଛି । ପ୍ରେମିକ ରଞ୍ଜନ ଓ ପ୍ରେମିକା ନଜ୍‌ମାର ମିଳନ ହୋଇଛି ଓ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

 

ନଜ୍‌ମା ରଞ୍ଜନକୁ ଲକ୍ଷ୍ୟ କରି କହିଛି – ‘ସେଥିଲାଗି ବୋଧହୁଏ ଚନ୍ଦ୍ର ଆଜି ଏତେ ହାସ୍ୟମୁଖର ହୋଇ ଦେଖାଦେଇଛି ତୁମକୁ ।’ ନଜ୍‌ମାକୁ ନିଜର ବାହୁ ବନ୍ଧନରେ ଆବଦ୍ଧ କରି ରଞ୍ଜନ କହିଲା – ‘ଖାଲି ସେତିକି ନୁହେଁ, ତମର ଆନନ୍ଦରେ ମଧ୍ୟ ସେ ଆଜି ଲେପି ଦେଇଛି ତା’ର ହର୍ଷୋଜ୍ୱଳ ସୁଷମା ।’

 

ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବୈବାହିକ ସମ୍ପର୍କ ଦ୍ୱାରା ସାମ୍ପ୍ରଦାୟିକ ସଦ୍‌ଭାବ ଆସିପାରିବ ବୋଲି ଲେଖକ ଏହି ଉପନ୍ୟାସରେ ଦର୍ଶାଇଛନ୍ତି । ହିନ୍ଦୁ ଯୁବକ ରଞ୍ଜନ ମୁସଲମାନ ଯୁବତୀ ନଜ୍‌ମା ପରସ୍ପରକୁ ଭଲପାଆନ୍ତି । ସମସ୍ତ ବାଧାବିପଦକୁ ଏଡ଼ାଇ ଶେଷରେ ବିବାହ କରିଛନ୍ତି । ସେହିପରି ହିନ୍ଦୁ ସମ୍ପ୍ରଦାୟର ଶିକ୍ଷିତା ଯୁବତୀ ମଞ୍ଜୁରୀ ଦେବୀ ମୁସଲମାନ ଯୁବକ ଅହମେଦ୍‌ବେଗ୍‌କୁ ବିବାହ କରିଛନ୍ତି । ସାମ୍ପ୍ରଦାୟିକତା ବିଷବୃକ୍ଷର ମୂଳୋତ୍ପାଟନ ବେଳେ ବୈବାହିକ ସମ୍ବନ୍ଧ ଦ୍ୱାରା ସମ୍ଭବ ହେବ ବୋଲି ଲେଖକ ପ୍ରାଣକୃଷ୍ଣ ଯାହା କହିଛନ୍ତି ତାହା ଯଥାର୍ଥ ।

 

ଅଧ୍ୟାପକ ଗଙ୍ଗାଧର ବଳ ‘ହିନ୍ଦୁ ଓ ମୁସଲମାନ’ ଉପନ୍ୟାସର ଆଲୋଚନା କରି ଯଥାର୍ଥରେ ଲେଖିଛନ୍ତି – ‘‘ଓଡ଼ିଆ ଉପନ୍ୟାସମାନଙ୍କରେ ପ୍ରେମ ଓ ବିବାହ ଚିତ୍ରର ଅଭାବ ନାହିଁ, କିନ୍ତୁ ଅଳ୍ପ କେତୋଟିକୁ ଛାଡ଼ିଦେଇ ଅଭାବ ରହିଛି ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ । ଓଡ଼ିଆ ଓ ବଙ୍ଗଳା ଭାଷାରେ ଏହି ସାମ୍ପ୍ରଦାୟିକ ବିଦ୍ୱେଷର ପଟ୍ଟଭୂମିରେ କେତେଗୁଡ଼ିଏ ଗଳ୍ପ, ଉପନ୍ୟାସ ରଚନା କରାଯାଇଛି, କିନ୍ତୁ ପ୍ରାଣକୃଷ୍ଣ ତାଙ୍କର ଏଇ ଉପନ୍ୟାସଟିରେ ଗତାନୁଗତିକତାର ବ୍ୟତିକ୍ରମ ଘଟାଇ ସମସ୍ୟାର ସମାଧାନ ଦିଗରେ ପାଠକ ଚିତ୍ତରେ ଏକ ନୂତନ ମୂଲ୍ୟବୋଧ ଜାଗ୍ରତ କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଉଭୟ ସମ୍ପ୍ରଦାୟରେ ଯେ ଚିନ୍ତାଶୀଳ ବ୍ୟକ୍ତିମାନେ ଅଛନ୍ତି ଓ ସେମାନଙ୍କଠାରେ ମଣିଷପଣିଆ ରହିଛି ତାହା ପ୍ରାଣକୃଷ୍ଣ ନଜ୍‌ମାର ପିତା ଅବଦୁଲ ହାମିଦ୍‌ ଚୌଧୁରୀ, ଡାକ୍ତର କରକତ୍‌ ଅଲ୍ଲୀ ଖାଁ, ମଞ୍ଜୁରୀ ଦେବୀ ଓ ଅହମ୍ମଦ୍‌ବେଗ୍‌ ପ୍ରଭୃତିଙ୍କ ଚରିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ।

 

ଏହା ମଧ୍ୟ ଏକ ରୋମାଣ୍ଟିକ୍‌ଧର୍ମୀ ଉପନ୍ୟାସ । ଯେପରି ସୁନ୍ଦର ଭାବରେ ରୋମାଣ୍ଟିକ୍‌ ପରିବେଶ ସୃଷ୍ଟି କରାଯାଇଛି ତାହା ଅତ୍ୟନ୍ତ ହୃଦୟଗ୍ରାହୀ । ପ୍ରାଣକୃଷ୍ଣ ଶାଶ୍ୱତ ପ୍ରେମର ବର୍ଣ୍ଣନା କରିଛନ୍ତି । ଆବିଳତା ଥିଲେ ପ୍ରକୃତ ପ୍ରେମ ପଦବାଚ୍ୟ ହୋଇପାରେ ନାହିଁ । ରଞ୍ଜନ ଓ ନଜ୍‌ମା ପ୍ରକୃତ ପ୍ରେମିକ ଥିଲେ ।

 

ପ୍ରତ୍ୟେକ ପ୍ରତ୍ୟେକଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଭଲପାଉଥିଲେ । ପ୍ରେମ ଆରମ୍ଭରୁ ଶେଷରେ ମିଳନ ଓ ବିବାହ ପର୍ଯ୍ୟନ୍ତ ଉଭୟଙ୍କ ପ୍ରେମରେ ଆବିଳତା ପ୍ରବେଶ କରିନାହିଁ । ସେମାନେ ପରସ୍ପରକୁ ପ୍ରେମ କରନ୍ତି ସତ କିନ୍ତୁ ପ୍ରେମର ଉତ୍ସୁଙ୍ଖଳତା ନାହିଁ । ପ୍ରେମିକ ଓ ପ୍ରେମିକା ମନର ମନସ୍ତାତ୍ତ୍ୱିକ ବିଶ୍ଲେଷଣ କରିବାରେ ଲେଖକ ପ୍ରାଣକୃଷ୍ଣ ନିଜର ଧୂତନ୍ଧରତା ପ୍ରକାଶ କରିଛନ୍ତି । ସେମାନେ ନିର୍ଭୀକ । ଯଥାର୍ଥରେ କବିବର ରାଧାନାଥ ରାୟ ଲେଖିଛନ୍ତି – ‘‘ଧନ୍ୟ ସେ ପ୍ରୀତିକି ମରଣଭୀତିକି ପ୍ରୀତି ସେ ପାରଇ ଜିଣି ।’’

 

ସେହିପରି ପ୍ରେମିକ ରଞ୍ଜନ ଓ ପ୍ରେମିକା ନଜ୍‌ମା ସାମ୍ପ୍ରଦାୟିକ ନିଆଁକୁ ଖାତିର କରିନାହାନ୍ତି । ରଞ୍ଜନ ଚାକିରିରୁ ଇସ୍ତଫା ପ୍ରଦାନ କରିଛନ୍ତି । ସାମ୍ପ୍ରଦାୟିକ ନିଆଁକୁ ଲିଭାଇବା ପାଇଁ ଉଭୟ ପ୍ରେମିକ ଓ ପ୍ରେମିକା ଅଗ୍ନି ଶପଥ ନେଇଛନ୍ତି ଓ ସ୍ୱେଚ୍ଛାସେବକ ବାହିନୀ ଗଠନ କରି ସାମ୍ପ୍ରଦାୟିକତା ବିରୋଧରେ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଜୟ ଲାଭ କରିଛନ୍ତି । ପ୍ରେମିକ ଓ ପ୍ରେମିକାର ଜୀବନକୁ ସେ ବିୟୋଗାନ୍ତକ ନକରି ମିଳନାତ୍ମକ କରିଛନ୍ତି ।

 

ଉପନ୍ୟାସର ଭାଷା ବୋଧଗମ୍ୟ, ସାବଲୀଳ ଓ ହୃଦୟ ସ୍ପର୍ଶୀ ଅଟେ । ଲେଖକଙ୍କ ସୌନ୍ଦର୍ଯ୍ୟବୋଧ ଅନନ୍ୟ ସାଧାରଣ । ଲେଖାର ଶୈଳୀ ଚିତ୍ତାକର୍ଷକ ଅଟେ । ଏହି ଉପନ୍ୟାସ ପ୍ରାଣକୃଷ୍ଣଙ୍କର ଶ୍ରେଷ୍ଠ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ନୀଳକମଳ

ପ୍ରାଣକୃଷ୍ଣ ସାମଲଙ୍କ ରଚିତ ‘ନୀଳକମଳ’ ଉପନ୍ୟାସ ଏକ ରୋମାଣ୍ଟିକ୍‌ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ଏକ ମିଳନାତ୍ମକ ଉପନ୍ୟାସ । ମିଳନରେ ହିଁ ପ୍ରେମର ପ୍ରକୃତ ଆନନ୍ଦ ଉପଲବ୍ଧ ହୋଇଥାଏ ।

 

ଲେଖକ ୧୯୩୯ ମସିହାରେ ଏହି ଉପନ୍ୟାସ ରଚନା କରିଥିଲେ । କିନ୍ତୁ ଏହା ୧୯୪୪ରେ ପ୍ରକାଶିତ ହୋଇଥିଲା । ଏହାର ପ୍ରଥମ ସଂସ୍କରଣ ମାତ୍ର ଛଅମାସ ମଧ୍ୟରେ ନିଃଶେଷ ହୋଇଯାଇଥିଲା । ଏଥିରୁ ତାଙ୍କ ‘ନୀଳକମଳ’ ଉପନ୍ୟାସ କେତେ ଲୋକପ୍ରିୟତା ଥିଲା ତାହି ସହଜରେ ଅନୁମେୟ । ‘ନୀଳକମଳ’ର ୨ୟ ସଂସ୍କରଣ ୧୯୪୪ ରେ ପ୍ରକାଶ ପାଇଥିଲା ।

 

ପ୍ରାଣକୃଷ୍ଣ କେବଳ ରୋମାଣ୍ଟିକ୍‌ ଲେଖକ ନଥିଲେ ସେ ମହାନ୍‌ ସଂସ୍କାରବାଦୀ ଲେଖକ ଥିଲେ । ହିନ୍ଦୁ ଓ ମୁସଲମାନ ଉପନ୍ୟାସରେ ସେ ଯେପରି ସାମ୍ପ୍ରଦାୟିକତା ବିଷ ବୃକ୍ଷ ବିରୋଧରେ ସ୍ୱରଉତ୍ତୋଳନ କରିଛନ୍ତି ସେହିପରି ନୀଳକମଳ ଉପନ୍ୟାସରେ କଳଙ୍କିତ ଜାତିପ୍ରଥା ବିରୁଦ୍ଧରେ ଲେଖନୀ ଚାଳନା କରିଛନ୍ତି । ପ୍ରାଦେଶିକତା ମନୋଭାବକୁ ସେ ଘୃଣା କରିଛନ୍ତି । ପଲ୍ଲୀ ଜୀବନୀ ଉପନ୍ୟାସରେ ସେ ଜାତିପ୍ରଥା ବିରୁଦ୍ଧରେ ସ୍ୱରଉତ୍ତୋଳନ କରିଥିବାବେଳେ ‘ନୀଳକମଳ’ରେ ପ୍ରାଦେଶିକତା ବିରୁଦ୍ଧରେ ଲେଖନୀ ଚାଳନା କରିଛନ୍ତି ।

 

‘ନୀଳକମଳ’ ଉପନ୍ୟାସରେ ନାୟକ ରାମନାରାୟଣ ଉତ୍କଳୀୟ ସମ୍ଭ୍ରାନ୍ତ ପରିବାରର ହୋଇଥିବାବେଳେ ନାୟିକା କମଳ ଉଚ୍ଚଶିକ୍ଷିତା ବଙ୍ଗୀୟ ନାୟିକା ଅଟେ । ନାୟକର ମାତୃଭାଷା ଓଡ଼ିଆ ଥିବାବେଳେ ନାୟିକାର ମାତୃଭାଷା ବଙ୍ଗଳା ଅଟେ । ଜାତୀୟତା ନିକଟରେ କ୍ଷୁଦ୍ର ପ୍ରାଦେଶିକ ମନୋଭାବ ତୁଚ୍ଛ ଅଟେ । ଭାରତ ଏକ ବିଚିତ୍ର ଦେଶ । ଏହି ଦେଶରେ ବିଭିନ୍ନ ଭାଷାଭାଷୀ, ବିଭିନ୍ନ ଧର୍ମାବଲମ୍ବୀ, ବିଭିନ୍ନ ସମ୍ପ୍ରଦାୟର ଲୋକ ଓ ବିଭିନ୍ନ ଜାତିର ଲୋକ ବାସ କରନ୍ତି । ‘ବିଭିନ୍ନତା ମଧ୍ୟରେ ଏକତା’ ଏ ଜାତିକୁ ହଜାର ହଜାର ବର୍ଷ ଧରି ବଞ୍ଚାଇ ରଖିପାରିଛି ।

 

କୁସଂସ୍କାର ବିରୋଧରେ ଲେଖନୀ ଚାଳନା କରିବା କବି ଓ ଲେଖକଙ୍କର ଧର୍ମ । ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତର ମଉଡ଼ମଣୀ ଫକୀରମୋହନ ମହାନ୍‌ ସଂସ୍କାରବାଦୀ ଥିଲେ । ସେତେବେଳେ ସମାଜରେ ରହିଥିବା ବିଭିନ୍ନ କୁସଂସ୍କାର ବିରୋଧରେ ସେ ଲେଖନୀ ଚାଳନା କରିଥିଲେ । ସମାଜରେ ନିରୀହ ଗରିବ ଲୋକମାନଙ୍କୁ ଠକୁଥିବା ସମାଜପତିମାନଙ୍କର ମୁଖା ଖୋଲି ଦେଇଥିଲେ । ମଦ ତଥା ନିଶାପାନର ଅସାରତା ବିଷୟରେ ‘ପେଟେଣ୍ଟ୍‌ ମେଡ଼ିସିନ୍‌’ ଗଳ୍ପରେ ପ୍ରମାଣିତ କରିଥିବାବେଳେ, ଝିଅମାନଙ୍କୁ ପାଠ ପଢ଼ାଇବା ଅମଙ୍ଗଳ ବୋଲି ଥିବା ଧାରଣା ବିରୋଧରେ ‘ରେବତୀ’ ଗଳ୍ପ ରଚନା କରିଥିଲେ । ସମାଜପତି କୁଚକ୍ରୀ ରାମଚନ୍ଦ୍ର ମଙ୍ଗରାଜ ଯେପରି ଭାବରେ ନିରୀହ ନିଷ୍କପଟ ଭଗିଆ ସାରିଆର ଛ’ ମାଣ ଆଠଗୁଣ୍ଠ ସମ୍ପତ୍ତି ଓ ନେତ ଗାଈ ଅପହରଣ କରିନେଇଛନ୍ତି ତାହା ‘ଛ’ ମାଣ ଆଠଗୁଣ୍ଠ’ ଉପନ୍ୟାସରେ ଫକୀରମୋହନ ବର୍ଣ୍ଣନା କରି ରାମଚନ୍ଦ୍ର ମଙ୍ଗରାଜକୁ ତାହାର କୃତକର୍ମ ପାଇଁ ଦଣ୍ଡ ପ୍ରଦାନ କରାଇଛନ୍ତି । କିନ୍ତୁ ସାମ୍ପ୍ରଦାୟିକ, ଧର୍ମାନ୍ଧତା, ଜାତିଆଣଭାବ ଓ ପ୍ରାଦେଶିକତା ବିରୋଧରେ ଫକୀରମୋହନ ସ୍ପଷ୍ଟ ଭାବରେ କିଛି କହିନାହାନ୍ତି ।

 

ଔପନ୍ୟାସିକ ପ୍ରାଣକୃଷ୍ଣ ତାଙ୍କ ଉପନ୍ୟାସ ଗୁଡ଼ିକରେ ସାମ୍ପ୍ରଦାୟିକତା, ଧର୍ମାନ୍ଧତା, ଉଚ୍ଚନୀଚ ଜାତିଭାବ ଓ ପ୍ରାଦେଶିକତା ବିରୋଧରେ ତାଙ୍କ ଶକ୍ତ ଲେଖନୀ ଚାଳନା କରିଛନ୍ତି । ଏ ଦୃଷ୍ଟିରୁ ପ୍ରାଣକୃଷ୍ଣ ଏକ ନିର୍ଭୀକ ସଂସ୍କାରବାଦୀ ଲେଖକ ଥିଲେ । ଅବଶ୍ୟ ଫକୀରମୋହନଙ୍କ ସମୟଠାରୁ ପ୍ରାଣକୃଷ୍ଣଙ୍କ ସମୟ ଭିନ୍ନ ଥିଲା । ପ୍ରାଣକୃଷ୍ଣ ଲେଖନୀ ଚାଳନା କରିବା ବେଳକୁ ସାମ୍ପ୍ରଦାୟିକତା, ଧର୍ମାନ୍ଧତା, ଜାତିପ୍ରଥା ଓ ପ୍ରାଦେଶିକତା ଆଦି ଉଗ୍ର ରୂପ ଧାରଣ କରି ସମାଜର ଅଶେଷ କ୍ଷତି ସାଧନ କରୁଥିଲା । ତେଣୁ ବିପ୍ଲବୀ ଲେଖକ ପ୍ରାଣକୃଷ୍ଣ ଏହିସବୁ କୁସଂସ୍କାର ବିରୋଧରେ ନିଜର ଶାଣିତ ଲେଖନୀ ଚାଳନା କରି ସମାଜର ଅଶେଷ ମଙ୍ଗଳ ସାଧନ କରିଛନ୍ତି ।
 

ନିଜ ଜୀବନରେ ବହୁ ଘାତ ପ୍ରତିଘାତରେ ଜର୍ଜରିତ ହୋଇ ମଧ୍ୟ ପ୍ରାଣକୃଷ୍ଣ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ପ୍ରୟାସରୁ ବିଚ୍ୟୁତ ହୋଇନାହାନ୍ତି । କବି ଓ ଲେଖକ ଭବିଷ୍ୟତ ଦ୍ରଷ୍ଟା ଓ କ୍ରାନ୍ତଦର୍ଶୀ ଅଟନ୍ତି । ଫରାସୀ ରାଷ୍ଟ୍ର ବିପ୍ଲବ ସମୟରେ କବି ଭୋଲଟାୟାର ଯଥାର୍ଥରେ କହିଥିଲେ – “It is the dawn or a new era of happiness and freedom” ସେହିପରି ଯେତେବେଳେ ସାମ୍ପ୍ରଦାୟିକତାର ଦାବାନଳ ଦେଶ ସାରା ବ୍ୟାପି ଯାଇଥିଲା ସେତେବେଳେ ପ୍ରାଣକୃଷ୍ଣ ସାମ୍ପ୍ରଦାୟିକ ସଦ୍‌ଭାବର ସ୍ୱପ୍ନ ଦେଖିଥିଲେ । ଯେତେବେଳେ ପ୍ରାଦେଶିକତା ଉଗ୍ରରୂପ ଧାରଣ କରି ଜାତୀୟତାକୁ ଗ୍ରାସ କରିଯାଉଥିଲା । ସେତେବେଳରେ ପ୍ରାଦେଶିକତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଯେତେବେଳେ ଜାତିପ୍ରଥା ହିନ୍ଦୁ ସମାଜକୁ ଧ୍ୱଂସ ଆଡ଼କୁ ଟାଣି ନେଉଥିଲା । ସେତେବେଳେ ସେ ଖଣ୍ଡାୟତ ଯୁବକ ମାଳୀଘରର ଝିଅକୁ ପ୍ରେମ କରୁଥିବାର କାହାଣୀ ବର୍ଣ୍ଣନା କରିଥିଲେ । ଏଥିପାଇଁ କେତେ ଯେ ସାହସ ଦରକାର, କେତେ ମାନସିକ ଦୃଢ଼ତା ଦରକାର ଓ କିପରି ଉଚ୍ଚ ଚିନ୍ତାଧାରା ଆବଶ୍ୟକ ତାହା ଚିନ୍ତା କଲେ ବିସ୍ମୟ ଲାଗେ । ସ୍ୱଳ୍ପ ଦରମା ପ୍ରାପ୍ତ ଷ୍ଟେନୋଗ୍ରାଫ୍‌ର ପ୍ରାଣକୃଷ୍ଣ କିପରି ଏସବୁ ବୈୟକ୍ତିକ ଚିନ୍ତାଧାରା ପ୍ରକାଶ କରିପାରିଲେ ତାହା ଆଶ୍ଚର୍ଯ୍ୟଜନକ ଅଟେ । ତାଙ୍କୁ ଯେଉଁମାନେ ପାଗଳ ବୋଲି କହି ବିଦ୍ରୂପ କରୁଥିଲେ ସେମାନେ ପାଗଳ ଥିଲେ ନାଁ ପ୍ରାଣକୃଷ୍ଣ ପାଗଳ ଥିଲେ ତାହା ହୃର୍ବୋଧ୍ୟ ।

 

ଖାଦ୍ୟାଭାବ, ଅନଟନ, ରୋଗ ବ୍ୟାଧିରେ ଶଢ଼ିଶଢ଼ି ଏହି ବିରାଟ ଚରମ ବିପ୍ଲବୀ ପ୍ରାଣକୃଷ୍ଣ ହୁଏତ ଶେଷ ଅବସ୍ଥାରେ ପାଗଳ ହୋଇଯାଇଥିଲେ କିନ୍ତୁ ବୈପ୍ଲବିକ ମନୋବୃତ୍ତିର ରୂପାୟନ ପାଇଁ କୌଣସି ସୁବିଧା ସୁଯୋଗ ନପାଇ ।

 

‘ନୀଳକମଳ’ ଏକ ପ୍ରେମ ପ୍ରଧାନ ଉପନ୍ୟାସ । ଉପନ୍ୟାସର ନାୟିକା କମଳ ବୟସ୍କା, ଶିକ୍ଷିତା ଓ ଅଭିଜ୍ଞତା ସମ୍ପନ୍ନ ବଙ୍ଗୀୟା ନାରୀ । ଉପନ୍ୟାସର ନାୟକ ରାମନାରାୟଣ ଏକ ପ୍ରେମିକ ଯୁବକ । ପ୍ରେମିକଠାରୁ ପ୍ରେମିକା ବୟସରେ ବହୁତ ବଡ଼ । ଉଭୟଙ୍କ ମାତୃଭାଷା ମଧ୍ୟ ଭିନ୍ନ । ତଥାପି ସେମାନେ ପ୍ରେମ ବନ୍ଧନରେ ପଡ଼ିଯାଇଛନ୍ତି । ଉଭୟେ ଉଭୟଙ୍କ ପାଇଁ ପାଗଳ ହୋଇଛନ୍ତି-

 

କଥାରେ ଅଛି ‘Love is Blind’ ପ୍ରେମ ଜାତି, ଧର୍ମ, ବର୍ଣ୍ଣ ଓ ବୟସ ମାନେନାହିଁ । ପ୍ରେମିକଠାରୁ ପ୍ରେମିକାର ବୟସ ଅଧିକ ହେବ କିମ୍ବା ପ୍ରେମିକାର ବୟସ ପ୍ରେମିକର ବୟସଠାରୁ ଅଧିକ ହେବ ଏହା ନିରର୍ଥକ ଅଟେ । ପ୍ରେମ ବୟସ ସୀମା ମାନେନାହିଁ । ପୂର୍ବେ ଥିଲା ୧୦ ବର୍ଷର କନ୍ୟାକୁ ୩୦ ବର୍ଷର ବର । ଏହା କୁସଂସ୍କାର ଥିଲା । ଅପ୍ରାପ୍ତ ବୟସ୍କ କନ୍ୟାକୁ ବିବାହ ଦିଆଯାଇନପାରେ । ନାୟିକା ବୟସରେ ବଡ଼ ହେଲେ ଯେ ନାୟକ ତାକୁ ଭଲ ପାଇପାରିବ ନାହିଁ ଏପରି ଭାବିବା ଭୁଲ୍‌ । ପ୍ରେମିକ ବୟସରେ ଛୋଟ ଓ ପ୍ରେମିକା ବୟସରେ ବଡ଼ ଥାଇ ବହୁ ବିଭାଘର ଅତୀତରେ ହୋଇଅଛି । ଇସଲାମ ଧର୍ମ ପ୍ରଚାରକ ମହମ୍ମଦଙ୍କ ପତ୍ନୀ ଖାଦିଜା ତାଙ୍କଠାରୁ ୧୬ ବର୍ଷ ବଡ଼ ଥିଲେ । ବିବାହ ବେଳକୁ ମହମ୍ମଦଙ୍କୁ ୨୪ ବର୍ଷ ହୋଇଥିବାବେଳେ ଖାଦିଜାଙ୍କ ବୟସ ୪୦ ବର୍ଷ ହୋଇଥିଲା ।

 

କବି ସେକ୍ସପିଅରଙ୍କ ପତ୍ନୀ ତାଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ । ତେଣୁ ଯୁବକ ରାମନାରାୟଣ ବୟସ୍କା ଶିକ୍ଷିତା ନାରୀ କମଳକୁ ବିବାହ କରିବାରେ କିଛି ଅସୁବିଧା ନଥିଲା । ଶେଷରେ ତାହାହିଁ ହୋଇଛି ଓ ଉଭୟେ ଉଭୟଙ୍କୁ ବିବାହ କରି ସୁନାର ସଂସାର ଗଢ଼ି ପାରିଛନ୍ତି ।

 

‘ନୀଳକମଳ’ ଉପନ୍ୟାସର ମୁଖବନ୍ଧରେ ଔପନ୍ୟାସିକ ପ୍ରାଣକୃଷ୍ଣ ଯଥାର୍ଥରେ ଲେଖିଛନ୍ତି – ‘‘ମୋର କ୍ଷୁଦ୍ର ଶକ୍ତି ନେଇ ମୁଁ ସେହି ପ୍ରେମର ଏକ ନବତମ ଦିଗର ପରିଚୟ ଦେବାକୁ ଯାଇଛି । ଆଶା କରେ ଅନ୍ୟ କୌଣସି ଦୃଷ୍ଟିରୁ ନହେଲେ ମଧ୍ୟ ସେ ନୂତନତା ହିଁ ପାଠକ ମନରେ ଆନନ୍ଦ ଦେବ ।’’

 

ପାଠକ ଗତାନୁଗତିକତା ବଦଳରେ ନୂତନତା ଚାହେଁ ଏଥିରେ ସନ୍ଦେହ ନାହିଁ । ସେହି ଗତାନୁଗତିକତା ଭଙ୍ଗକରି ସେ ପ୍ରେମ କ୍ଷେତ୍ରରେ ନୂତନତା ଆଣିଛନ୍ତି ଯାହା ପୂର୍ବରୁ ବର୍ଣ୍ଣନା କରାଯାଇଛି । ସେଥିପାଇଁ ତାଙ୍କ ସାହସକୁ ଧନ୍ୟବାଦ ଦେବାକଥା । ତାଙ୍କ ଉପନ୍ୟାସରେ ଭିଲିଆନ୍‌ ବା ଖଳନାୟକର ଚରିତ୍ର ଯେପରି ବର୍ଣ୍ଣନା କରାଯାଇନାହିଁ । ତାଙ୍କ ଉପନ୍ୟାସ ନାୟକ ନାୟିକା ପ୍ରଧାନ । ସେଥିରେ ଖଳନାୟକର ସେପରି ପ୍ରାଧାନ୍ୟ ନାହିଁ । ସେ ଯେପରି ଦୁଷ୍ଟ ଲୋକମାନଙ୍କୁ ଘୃଣା କରନ୍ତି । ସେ ସମାଜରେ ଥିବା ଭଲ ଲୋକମାନଙ୍କୁ ପସନ୍ଦ କରନ୍ତି । ତେଣୁ ତାଙ୍କ ଉପନ୍ୟାସରେ ସେହି ଭଲ ମଣିଷମାନଙ୍କର ଚରିତ୍ର ବର୍ଣ୍ଣନା କରାଯାଇଛି ।

 

କିନ୍ତୁ ପ୍ରାଣକୃଷ୍ଣ ଭୁଲି ଯାଇଛନ୍ତି ଯେ, ସମାଜରେ ଖଳ ଓ ଦୁଷ୍ଟ ଲୋକଙ୍କ ସଂଖ୍ୟା ଅଧିକ । ସେମାନେ ଖଳ ଆଚରଣ କରି ଭଲ ଲୋକମାନଙ୍କୁ ବିପଦରେ ପକାନ୍ତି । ନିଜେ ପ୍ରାଣକୃଷ୍ଣ ମଧ୍ୟ ନିଜ ଜୀବନରେ ବହୁ ଖଳ ଲୋକଙ୍କ ଦ୍ୱାରା ବିପଦଗ୍ରସ୍ତ ହୋଇଛନ୍ତି । ତଥାପି ପ୍ରାଣକୃଷ୍ଣ ତାଙ୍କ ଉପନ୍ୟାସର ଭଲ ମଣିଷଙ୍କ ବର୍ଣ୍ଣନା ଅଧିକ କରିଛନ୍ତି । ତାଙ୍କ ଉପନ୍ୟାସ ପ୍ରେମମୂଳକ ହେଲେ ମଧ୍ୟ ସେଥିରେ ନଗ୍ନତା, ବ୍ୟଭିଚାର, କଳୁଷତାର ସ୍ଥାନ ନାହିଁ । ସେ ସବୁବେଳେ ସମାଜକୁ ସତ୍‍ଶିକ୍ଷା ଦେବାକୁ ଚାହିଁଛନ୍ତି । ତେଣୁ ସେ ସାହିତ୍ୟରେ ନଗ୍ନତା ଓ ଅସଞ୍ଜତା ଓ ଅଶାଳିନତାକୁ ସ୍ଥାନ ଦେବାକୁ ଚାହିଁ ନାହାନ୍ତି । ସୁନ୍ଦର ଗୃହସ୍ଥ ଜୀବନଯାପନ କରିବା ତାଙ୍କର ଲକ୍ଷ୍ୟ ଥିଲା । ତାହାହିଁ ତାଙ୍କ ଉପନ୍ୟାସରେ ପ୍ରତିଫଳିତ ହୋଇଛି ।

 

ମୋଟ ଉପରେ ‘ନୀଳକମଳ’ ଉପନ୍ୟାସ ତାଙ୍କର ଏକ ସଫଳ ଉପନ୍ୟାସ ଓ ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇପାରିଥିଲା ।

 

ହାତୀକାଦାନ୍ତ

ଔପନ୍ୟାସିକ ପ୍ରାଣକୃଷ୍ଣଙ୍କ ରଚିତ ‘ହାତୀକାଦାନ୍ତ’ ଏକ ଉପନ୍ୟାସ ନୁହେଁ କିମ୍ବା କ୍ଷୁଦ୍ରଗଳ୍ପ ନୁହେଁ ।

 

ଏହାକୁ ଏକ ବୃହତ୍‌ଗଳ୍ପ କୁହାଯାଇପାରେ । ଏ ସମ୍ପର୍କରେ ଆଲୋଚନା କରି ବିଶିଷ୍ଟ ସାହିତ୍ୟ ସମାଲୋଚକ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା କହିଛନ୍ତି –

 

‘‘ପ୍ରବୀଣ ସାହିତ୍ୟିକର କଠୋର ବିଚାରରେ ‘ହାତୀକାଦାନ୍ତ’କୁ ଉପନ୍ୟାସ କହିବା ହୁଏତ ସମ୍ଭବ ହେବନାହିଁ । ଯେହେତୁ ଉପାଦାନ ଥିଲେ ମଧ୍ୟ ଚିତ୍ରଣ ପରିପାଟିର ଅଭାବରୁ ତାହା ପୂର୍ତ୍ତି ହୋଇପାରିନାହିଁ । ଗୋଟିଏ ମାତ୍ର ଚରିତ୍ରକୁ କେନ୍ଦ୍ର କରି ନିର୍ମିତ ହୋଇଥିଲେ ମଧ୍ୟ ସ୍ଥଳ ବିଶେଷରେ ବିକ୍ଷିପ୍ତ ଘଟଣା ଏବଂ ଘଟଣାଗୁଡ଼ିକର ସ୍ୱାଭାବିକ ମନ୍ଥରତା ଯୋଗୁଁ ବିହ୍ୱଳତା ନଥିବାରୁ ଏହାକୁ କ୍ଷୁଦ୍ରଗଳ୍ପ ରୂପେ ନାମିତ କରିବା ମଧ୍ୟ ସମ୍ଭବ ନୁହେଁ । ତେଣୁ ଏହାକୁ ବୃହତ୍‌ଗଳ୍ପ ବା ଆଖ୍ୟାୟିକା ଶ୍ରେଣୀଭୁକ୍ତ କରାଯାଇପାରେ ।’’

 

ଏହିସବୁ ଦୃଷ୍ଟିରୁ ‘ହାତୀକାଦାନ୍ତ’କୁ ଉପନ୍ୟାସ ନକହି ବୃହତ୍‌ଗଳ୍ପ କହିବା ଅଧିକ ପ୍ରଯୁଜ୍ୟ ।

 

ଏହାର ପ୍ରାକ୍‌ କଥନରେ ଔପନ୍ୟାସିକ ପ୍ରାଣକୃଷ୍ଣ କହିଛନ୍ତି – ‘‘ଆମ ସମାଜର ପ୍ରତ୍ୟେକ ସ୍ତରରେ ବର୍ତ୍ତମାନ ବଳିଷ୍ଠ ବ୍ୟକ୍ତିତ୍ୱର ପ୍ରୟୋଜନ ଏବଂ ତତ୍‌ସଙ୍ଗେ ଦୁର୍ନୀତିର ସକ୍ରିୟ ପ୍ରତିରୋଧ ମଧ୍ୟ ।

 

ଦୁର୍ନୀତି କ୍ୟାନସର ପରି ସମାଜକୁ ପଙ୍ଗୁ କରିଦିଏ । ପ୍ରାଣକୃଷ୍ଣଙ୍କ ସମୟଠାରୁ ଏବେ ଦୁର୍ନୀତି ବହୁଗୁଣ ବଢ଼ିଯାଇଛି । ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଠିକ୍‌ ତାଳ ପକାଇ ଦୁର୍ନୀତି ବଢ଼ିଚାଲିଛି । ଏହି ଦୁର୍ନୀତିଗ୍ରସ୍ତ ସମାଜ କଦାପି ଅଭିବୃଦ୍ଧି ଦିଗରେ ଯାଇପାରିବ ନାହିଁ । ଓଡ଼ିଶା ଆଜି ସମଗ୍ର ଏସିଆ ମହାଦେଶର (ସମସ୍ତ ମୂଲ୍ୟବାନ୍‌ ଖଣିଜ ଦ୍ରବ୍ୟ ମାଟିତଳେ ଥାଇ ମଧ୍ୟ) ସବୁଠାରୁ ଗରିବ ରାଜ୍ୟରେ ପରିଣତ ହୋଇଛି ଦୁର୍ନୀତିର ପ୍ରାବଲ୍ୟ ଯୋଗୁ ଏଥିରେ ସନ୍ଦେହ ନାହିଁ । ଲେଖକ ପ୍ରାଣକୃଷ୍ଣ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଛନ୍ତି ‘ହାତୀକାଦାନ୍ତ’ ପୁସ୍ତକରେ । ଦୁର୍ନୀତି ଦୂରୀକରଣ କରିବା ପାଇଁ ବଳିଷ୍ଠ ବ୍ୟକ୍ତିତ୍ୱ ଆବଶ୍ୟକ । ବଳିଷ୍ଠ ବ୍ୟକ୍ତିତ୍ୱ ବ୍ୟତିରେକ ଦୁର୍ନୀତିର ସକ୍ରିୟ ପ୍ରତିରୋଧ କରାଯାଇପାରିବ ନାହିଁ । ଏଠାରେ ପ୍ରାଣକୃଷ୍ଣ ଦୁଇଟି ସତ୍ୟର ଅବତାରଣା କରିଛନ୍ତି । ଗୋଟିଏ ସତ୍ୟ ହେଲା ଦୁର୍ନୀତିର ପ୍ରତିରୋଧ ପାଇଁ ବଳିଷ୍ଠ ବ୍ୟକ୍ତିତ୍ୱ ଦରକାର । ୨ୟ ସତ୍ୟଟି ହେଲା – ବଳିଷ୍ଠ ବ୍ୟକ୍ତିତ୍ୱ ଯଦି ଦୁର୍ନୀତିର ପ୍ରତିରୋଧ ନକରେ ତେବେ ସେ ବ୍ୟକ୍ତିତ୍ୱ ପଙ୍ଗୁ ହୋଇଯାଏ ।

 

ଆଜି ସମାଜର ବଡ଼ପଣ୍ଡାମାନେ ଯେପରି ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ତାହା ଲକ୍ଷ୍ୟକଲେ ସ୍ପଷ୍ଟ ଜଣାଯାଏ ଯେ ଆଜି ସମାଜରେ ବଳିଷ୍ଠ ବ୍ୟକ୍ତିତ୍ୱର ଅଭାବ ରହିଛି । ଦୁର୍ନୀତି ବିରୋଧରେ ସ୍ୱର ନଉଠାଇ ଓ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକୁ ସହଯୋଗ କରିବା ଫଳରେ ଏକାଧିକ ନେତୃତ୍ୱ ସମାଜରେ ଅନାଦୃତ ଓ ପଙ୍ଗୁ ହୋଇଯାଇଛି ଏହା ନିଃସନ୍ଦେହ ।

 

ହାତୀର ଦାନ୍ତ ଖୁବ୍‌ ଶକ୍ତ । ତାହା ସହଜରେ ଭାଙ୍ଗେ ନାହିଁ । ସେଥିପାଇଁ କୁହାଯାଏ – ‘ହାତୀକାଦାନ୍ତ ମରଦ୍‌ କା ବାତ୍‌’ । ଟାଣୁଆ ଲୋକମାନଙ୍କ କଥା ହାତୀର ଦାନ୍ତ ପରି ଅଟଳ । ସେମାନେ ନିଜ ବଚନରୁ ଟଳନ୍ତି ନାହିଁ । କିଛି ଲହଲହକିଆ ଦୁର୍ବଳମନା ଲୋକମାନଙ୍କ କଥାର କିଛି ଦାମ୍‌ ନଥାଏ ।

 

‘ହାତୀକାଦାନ୍ତ’ର ନାୟକ କବିରାଜ ଶ୍ୟାମସୁନ୍ଦର ଏକ ବଳିଷ୍ଠ ବ୍ୟକ୍ତିତ୍ୱ ମଣିଷ । ସେ ଦୁର୍ନୀତିକୁ ଘୋର ବିରୋଧ କରନ୍ତି । ସତ୍‌ପଥରେ ଯିବା ଓ ପ୍ରାଣୀର ମଙ୍ଗଳ କରିବା ତାଙ୍କର ଅଭ୍ୟାସ । କାହାପାଇଁ ସେ ଖାଲ ଖୋଳନ୍ତି ନାହିଁ । ହାତୀକାଦାନ୍ତ ପରି ଶ୍ୟାମସୁନ୍ଦରଙ୍କ ବଚନ ଦୃଢ଼ ଓ ଅଟଳ । ଶ୍ୟାମସୁନ୍ଦର ପ୍ରାଣକୃଷ୍ଣଙ୍କ ଆଦର୍ଶ ନାୟକ । ସେ ଚରିତ୍ରବାନ୍‌, ସତ୍ୟବାଦୀ, ନ୍ୟାୟପରାୟଣ, ବଳିଷ୍ଠମନା, ପରୋପକାରୀ ଓ ନ୍ୟାୟବନ୍ତ ପୁରୁଷ । ଦୁର୍ନୀତି ଓ ଦୁଃରାଚାର ବିରୋଧରେ ସଂଗ୍ରାମ କରିବା ତାଙ୍କର ଧର୍ମ ।

 

କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ ଉପନ୍ୟାସର ବରଜୁ ପ୍ରଧାନ ଯେପରି ଉଚ୍ଚକୋଟିର ନିଃସ୍ୱାର୍ଥପର ସଚ୍ଚୋଟ ମଣିଷ, ‘ହାତୀକାଦାନ୍ତ’ ଉପନ୍ୟାସର କବିରାଜ ଶ୍ୟାମସୁନ୍ଦର ସେହିପରି ସୁପୁରୁଷ ଅଟନ୍ତି । ସେମାନେ ନିଜକୁ ଜାଳି ଅନ୍ୟମାନଙ୍କୁ ଆଲୋକ ଦେଖାଇବା ଲୋକ-

 

ସେମାନେ ଯୀଶୁଖ୍ରୀଷ୍ଟ, ସକ୍ରେଟିସ୍‌ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ଅନୁକରଣ କରିଥାନ୍ତି । ସେମାନେ ସମାଜର ସମ୍ପଦ । ସେମାନେ କ୍ରାନ୍ତିକାରୀ । କବିରାଜ ଶ୍ୟାମସୁନ୍ଦରଙ୍କ ପରି ମଣିଷ ସମାଜରେ ଶହଶହ ସଂଖ୍ୟାରେ ବାହାରି ଦୁର୍ନୀତିର ନାହାକା ଚେରର ମୂଳୋତ୍ପାଟନ କରନ୍ତୁ ଏହାହିଁ ପ୍ରାଣକୃଷ୍ଣଙ୍କ ଆନ୍ତରିକ ଇଚ୍ଛା ଥିଲା । ତାହାର ଯଥାର୍ଥ ପ୍ରତିଫଳନ ହୋଇଛି କବିରାଜ ଶ୍ୟାମସୁନ୍ଦରଙ୍କ ଚରିତ୍ରରେ ।

 

ସୁମତୀ ଶ୍ୟାମସୁନ୍ଦରଙ୍କ ଆଦରର ଭଉଣୀ । ସେ ଯଥାର୍ଥରେ ହୁଣ୍ଡି । ସେ ମଫସଲିଆଣୀ-। ନିହାତି ସରଳ ନିଷ୍କପଟ ଚରିତ୍ର ତାହାର । ଛନ୍ଦ କପଟ ସେ କିଛି ଜାଣେନାହିଁ । ସେ ସଚରିତ୍ରା କିନ୍ତୁ ନିର୍ବୁଦ୍ଧିଆ । ବ୍ୟାସକବି ଫକୀରମୋହନଙ୍କ ‘ଛ’ ମାଣ ଆଠଗୁଣ୍ଠ’ର ଶାରିଆ ଯେପରି ହୁଣ୍ଡି ସରଳା ଓ ନିଷ୍କପଟ ଚରିତ୍ର, ସୁମତୀ ଅବିକଳ ସେହିପରି । ସମାଜରେ ସୁମତୀ ବା ଶାରିଆପରି ସରଳ ନିଷ୍କପଟ ପ୍ରକୃତିର ଚରିତ୍ରମାନେ ସହଜରେ ଧୂର୍ତ୍ତ ଲୋକମାନଙ୍କ ଠକାମିର ଶିକାର ହୋଇଯାନ୍ତି । ସମାଜରେ ଧୂର୍ତ୍ତ, ଶଠ ଓ ପରଶ୍ରୀ ଅପହରଣକାରୀ ସ୍ୱାର୍ଥପର ଲୋକମାନଙ୍କର ଅଭାବ ନାହିଁ । ସେ ‘ଛଅ ମାଣ ଆଠଗୁଣ୍ଠ’ ଉପନ୍ୟାସର ରାମଚନ୍ଦ୍ର ମଙ୍ଗରାଜ ହେଉ କିମ୍ବା ‘ହାତୀକାଦାନ୍ତ’ର ଜମିଦାର ଦଇତାରୀ ବିଶୋଇ ହେଉ ସେଥିରେ ଯାଏ ଆସେ ନାହିଁ । ସେମାନେ ଚକ୍ରାନ୍ତକାରୀ ଓ ନିର୍ମୂଳୀଲତାର ବଂଶଧର ଅଟନ୍ତି । ସରଳ ଲୋକମାନଙ୍କୁ ଠକି ନିଜର ସମ୍ପତ୍ତି ବଢ଼ାଇବା ଓ ଅନ୍ୟର ସର୍ବନାଶ କରିବା ସେମାନଙ୍କର ଧର୍ମ । ସେମାନେ ଦୁର୍ନୀତି ଓ ବ୍ୟଭିଚାରୀର ମୂର୍ତ୍ତିବନ୍ତ ଅବତାର ।

 

କବିରାଜ ଶ୍ୟାମସୁନ୍ଦର ଓ ଜମିଦାର ଦଇତାରୀ ବିଶୋଇ ପରସ୍ପର ବରୋଧୀ ଚରିତ୍ରର ମଣିଷ ଅଟନ୍ତି । ତେଣୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ସୁମତୀର ସରଳତାର ସୁଯୋଗ ନେଇ ଜମିଦାର ତାକୁ ଖାଲରେ ପକାଇବାକୁ ଚେଷ୍ଟା କରିଛି । କିନ୍ତୁ ଶ୍ୟାମସୁନ୍ଦର ତା’ର ଅଲିଅଳୀ ଭଉଣୀ ସୁମତୀକୁ ସୁରକ୍ଷା ଦେବାପାଇଁ ଲୌହମଣିଷ ପରି ଠିଆ ହୋଇଛି । ଏହି ସଂଘର୍ଷ ଦ୍ୱାରା ହିଁ ଶ୍ୟାମସୁନ୍ଦରଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ପରିସ୍ଫୁଟ ହୋଇପାରିଛି । ସଂଘର୍ଷ ନଥିଲେ ଜୀବନ ନାହିଁ । ଜୀବନ ସବୁବେଳେ ସଂଘର୍ଷମୟ । ଅସୁର ମାନବ ସହ ଲଢ଼େଇ କରିବା ପାଇଁ ଭଗବାନ ମଧ୍ୟ ଅବତାର ନେଇ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ସେହିପରି ଆସୁରିକ ପ୍ରକୃତିର ସଇତାନ ଜମିଦାର ଦଇତାରୀ ବିଶୋଇ ସହିତ କବିରାଜ ଶ୍ୟାମସୁନ୍ଦର ଲଢ଼େଇ କରିବ । ଜମିଦାର ବିଶୋଇର ଅତ୍ୟାଚାରରେ ଅତିଷ୍ଠ ହୋଇ ସୁମତୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । କିନ୍ତୁ ସୁମତୀର ମୃତ୍ୟୁ ହୋଇନାହିଁ । ସୁମତୀର ମୃତ୍ୟୁ ହୋଇଥିଲେ ଶ୍ୟାମସୁନ୍ଦରଙ୍କ ଆଦର୍ଶର ବି ମୃତ୍ୟୁ ହୋଇଥାନ୍ତା । ଲେଖକ ତାହା କରାଇବାକୁ ଦେଇନାହାନ୍ତି ।

 

ଶ୍ୟାମସୁନ୍ଦରକୁ ଲେଖକ ଏକ ଅସାଧାରଣ ଲୌହମାନବ ରୂପେ ଚିତ୍ରିତ କରିଛନ୍ତି । ସେ ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତିରେ ବିଶ୍ୱାସ କରିଛନ୍ତି । ଅନ୍ୟପକ୍ଷରେ ଷଡ଼ଯନ୍ତ୍ରକାରୀ ଜମିଦାର ବିଶୋଇର ଷଡ଼ଯନ୍ତ୍ର ସଫଳ ହୋଇପାରିନାହିଁ । ଦୁର୍ନୀତି ଓ ଦୂରାଚାର ବିରୋଧରେ ଆଦର୍ଶବାଦର ଜୟ ହୋଇଛି । ଦୁର୍ନୀତି ସମାଜରୁ ଦୂର ହୋଇପାରିବ ନାହିଁ ଏହା ନିଃସନ୍ଦେହ, ତଥାପି ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରହିବା ଏକାନ୍ତ ଆବଶ୍ୟକ । ସେଥିପାଇଁ ‘ହାତୀକାଦାନ୍ତ’ କଥା ସାହିତ୍ୟକୁ ସେତେବେଳର ଯୁବସମାଜ ବିପୁଳ ସମ୍ବର୍ଦ୍ଧନା ଦେଇଥିଲା । ଲେଖକ ପ୍ରାଣକୃଷ୍ଣ ‘ହାତିକାଦାନ୍ତ’ ଲେଖା ପାଇଁ ସେତେବେଳର ଯୁବସମାଜରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ ।

 

ବିଶିଷ୍ଟ ସାହିତ୍ୟ ସମାଲୋଚକ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା ଯଥାର୍ଥରେ କହିଛନ୍ତି – ‘‘ଗଠନୋନ୍ମୁଖ କିଶୋର ପ୍ରାଣରେ ଗଭୀର ଛାୟାପାତ କରିବା ପାଇଁ ଶ୍ୟାମ କବିରାଜଙ୍କ ଚରିତ୍ର ଯେ ସର୍ବତ୍ତୋଭାବେ ସମର୍ଥ ଏଥିରେ ସନ୍ଦେହ ନାହିଁ । ତେଣୁ ଓଡ଼ିଆ କିଶୋର ସାହିତ୍ୟ ସୃଷ୍ଟି ମଧ୍ୟରେ ‘ହାତିକାଦାନ୍ତ’ର ସ୍ଥାନ ଅତି ଉଚ୍ଚରେ ।’’

 

ସାହିତ୍ୟିକ ପ୍ରାଣକୃଷ୍ଣଙ୍କର ସରସ ଓ ଆଦର୍ଶବାଦୀ ପ୍ରାଣର ଏକ ମାନସ ସନ୍ତାନ ରୂପେ ଏହା ପାଠକ ମହଲରେ ନିଶ୍ଚୟ ଶ୍ରଦ୍ଧାଲାଭ କରିବ ।

 

(ଖ) ଗଳ୍ପ : ସାତଦୀପ

ପ୍ରାଣକୃଷ୍ଣ ସାମଲଙ୍କ ‘ସାତଦୀପ’ ଏକମାତ୍ର ଗଳ୍ପ ପୁସ୍ତକ । ବ୍ୟାସକବି ଫକୀର ମୋହନଙ୍କ ‘ଗଳ୍ପସ୍ୱଳ୍ପ’ ଏକମାତ୍ର ଗଳ୍ପ ପୁସ୍ତକ ଥିଲା । ଗଳ୍ପସ୍ୱଳ୍ପ ଫକୀରମୋହନଙ୍କ କୋଡ଼ିଏଟି କ୍ଷୁଦ୍ରଗଳ୍ପର ସମାହାର ହୋଇଥିବାପରି ସାତଦୀପ ସାତଟି ଗପର ସମାହାର ଅଟେ ।

 

କ୍ଷୁଦ୍ରଗଳ୍ପରେ ଜୀବନର ପୂର୍ଣ୍ଣାଙ୍ଗ ଚିତ୍ର ପ୍ରତିଫଳିତ ହୁଏନାହିଁ । ଉପନ୍ୟାସରେ କେବଳ ଜୀବନର ପୂର୍ଣ୍ଣାଙ୍ଗ ଚିତ୍ର ପ୍ରତିଫଳିତ ହୋଇଥାଏ । କ୍ଷୁଦ୍ରଗଳ୍ପରେ ଜୀବନର କିଛି ଅବିସ୍ମରଣୀୟ ଘଟଣାର ବର୍ଣ୍ଣନା କରାଯାଇଥାଏ । ଗୋଟିଏ ଉଦାହରଣ ଦେଲେ ତାହା ହୁଏତ ଅଧିକ ସ୍ପଷ୍ଟ ହୋଇପାରିବ । ଗୋଟିଏ ଗାଁର ଗରିବ ଚାଷୀ ରାମ ପ୍ରଧାନଙ୍କ ଏକ ମାତ୍ର ପୁଅ ସୁବ୍ରତ ଭଲ ପଢ଼ୁଥିବାରୁ ମି.ଇ. ସ୍କୁଲ୍‌, ହାଇସ୍କୁଲ୍‌ ଓ କଲେଜ୍‌ରେ ମଧ୍ୟ କୃତିତ୍ୱ ଲାଭ କରୁଥିଲା ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲା । ଆଇ.ଏ. ଏସ୍‌. ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ମୌଖିକ ପରୀକ୍ଷା ଦେବାପାଇଁ ପୁରୀ-ହାଓଡ଼ା ଏକ୍ସପ୍ରେସ୍‌ରେ ଦିଲ୍ଲୀ ଅଭିମୁଖେ ଯାଉଥିଲା । ବାପ ରାମ ପ୍ରଧାନ କେତେ ଆଶା ବାନ୍ଧି ବସିଥିଲା । ପୁଅ ଆଇ.ଏ.ଏସ୍‌. ଚାକିରି ପାଇବା ପରେ ତା’ର ସବୁ ଦୁଃଖ ଯିବ ଓ ତାହାର ସୁନାର ସଂସାର ହସିଉଠିବ ।

 

କିନ୍ତୁ ବିଧାତାଙ୍କ ଗତି ବିଚିତ୍ର । ହାଓଡ଼ା ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ ସହ ମାଲ୍‌ଗାଡ଼ିର ଧକ୍କା ହେଲା । କେତେ ଯାତ୍ରୀ ନିହତ ହେଲେ । କିନ୍ତୁ ସୁବ୍ରତ ନିଜ ଚକ୍ଷୁ ହରାଇ ଅନ୍ଧ ହୋଇଗଲା ଓ ଫୁଟ୍‌ପାଥ୍‌ରେ ବସି ଭିକ୍ଷା ମାଗିଲା ।

 

ରେଳ ଧକ୍କା ହୋଇଥିବା ଖବର ଜାଣି ବାପ ରାମ ପ୍ରଧାନ ମନରେ ପାପ ଛୁଇଁଲା । ସେ କଂସା ବାସନ ବନ୍ଧା ପକାଇ ପୁଅକୁ ଖୋଜିବା ପାଇଁ ଗଲା । ହାଓଡ଼ା ଷ୍ଟେସନ୍‌ରେ ଓହ୍ଲାଇ ଫୁଟ୍‌ପାଥ୍‌ରେ ଚାଲିଚାଲି ପୁଅକୁ ଖୋଜୁଥିବା ବେଳେ ହଠାତ୍‌ ଦେଖିଲା ଜଣେ ଶ୍ମଶ୍ରୁଧାରୀ ଅନ୍ଧ ଯୁବକ ରାସ୍ତାକଡ଼ରେ ବସି କହୁଛି – ‘ବାବୁ ପଇସାଟିଏ ଦିଅ’ । ରାମ ପ୍ରଧାନ ସେଠି ଠିଆ ହୋଇଗଲା ଓ ସେହି ଅନ୍ଧ ଯୁବକର ମୁହଁକୁ ବାରମ୍ବାର ଚାହିଁଲା । ସେ ପ୍ରାଣର ଆବେଗରେ ଡାକି ଉଠିଲା – ‘‘ମୋ ପୁଅ ଶୁକ ।’’ ଅନ୍ଧ ଯୁବକ ମଧ୍ୟ ଡାକିଉଠିଲା ‘ବାପା’ । ଉଭୟେ ପ୍ରାଣର ଆବେଗରେ ପରସ୍ପରକୁ କୁଣ୍ଢାଇ ଧରିଲେ ।

 

ଏହି ମୁହୂର୍ତ୍ତଟି ଉଭୟଙ୍କ ଜୀବନରେ ଅବିସ୍ମରଣୀୟ । ଏହିଠାରୁ ହିଁ କ୍ଷୁଦ୍ରଗଳ୍ପର ଆରମ୍ଭ ।

 

ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ଫକୀରମୋହନଙ୍କ ‘ରେବତୀ’ ଗଳ୍ପଠାରୁ ଆରମ୍ଭ କରି ସୁରେନ୍ଦ୍ର ମହାନ୍ତି, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ରଚିତ କ୍ଷୁଦ୍ରଗଳ୍ପଗୁଡ଼ିକ ଓଡ଼ିଆ ସାହିତ୍ୟକୁ ସେମାନଙ୍କ ବଳିଷ୍ଠ ଲେଖନୀ ଦ୍ୱାରା ସମୃଦ୍ଧ କରିଆସିଛନ୍ତି ।

 

ସାହିତ୍ୟର ବହୁ ବିଭାଗରେ କଲମ ଚଳାଇଥିବା ପ୍ରାଣକୃଷ୍ଣ ସାମଲ ଗଳ୍ପ ରଚନା କରିବାକୁ ମଧ୍ୟ ଭୁଲିନାହାନ୍ତି । ତାଙ୍କର ‘ସାତଦୀପ’ ଗଳ୍ପପୁସ୍ତକ ଅନବଦ୍ୟ ସୃଷ୍ଟି ଏଥିରେ ସନ୍ଦେହ ନାହିଁ । ଏହାର ନାମ ‘ସାତଦୀପ’ ରଖାଯିବାର କାରଣ ଦର୍ଶାଇବାକୁ ଯାଇ ପ୍ରାଣକୃଷ୍ଣ ମୁଖବନ୍ଧରେ ଲେଖିଛନ୍ତି – ‘‘ବିବାହ ବେଦୀରେ ମଙ୍ଗଳଦୀପ ମିଳନର ପ୍ରତୀକ ହେଲାପରି ଗଳ୍ପଗୁଡ଼ିକରେ ସାତୋଟି ମିଳନର ଚିତ୍ରଥିବାରୁ ପୁସ୍ତକର ନାମ ‘ସାତଦୀପ’ ଦିଆଯାଇଛି ।’’

 

ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକ ମୁଖ୍ୟତଃ ପ୍ରେମ ଓ ପ୍ରଣୟଜନିତ । ପ୍ରେମ ସ୍ୱର୍ଗୀୟ ଓ ଶାଶ୍ୱତ । ପୁଅ ଓ ଝିଅ ଉଭୟଙ୍କ ମିଳନରେ ପ୍ରେମ ପୂର୍ଣ୍ଣାଙ୍ଗ ହୋଇଥାଏ ଓ ତାହା ପ୍ରଣୟରେ ପରିଣତ ହୋଇଥାଏ । ସୃଷ୍ଟିର ଆଦିମ କାଳରୁ ପ୍ରେମର ସୃଷ୍ଟି । ପ୍ରେମକୁ ବାଦ୍‌ଦେଇ ମଣିଷର ଜୀବନ ନିରର୍ଥକ, କିନ୍ତୁ ପ୍ରେମ ଅର୍ଥ ପ୍ରତାରଣା, ଛଳନା, ନଗ୍ନତା ଓ ବ୍ୟଭିଚାରିତା ନୁହେଁ । ପ୍ରାଣକୃଷ୍ଣଙ୍କ କୌଣସି ଗଳ୍ପରେ ନଗ୍ନଚିତ୍ର ପ୍ରଦାନ କରାଯାଇନାହିଁ କିମ୍ବା ବ୍ୟଭିଚାରକୁ ପ୍ରଶୟ ଦିଆଯାଇ ନାହିଁ । ପ୍ରାଣକୃଷ୍ଣ ଯେ ପ୍ରକୃତ ପ୍ରେମର ମହତ୍ତ୍ୱ ବୁଝିଥିଲେ ଏଥିରେ ସନ୍ଦେହ ନାହିଁ । ଆହୁରି ଏକ ଉଲ୍ଲେଖନୀୟ ଘଟଣା ଯେ ପ୍ରାଣକୃଷ୍ଣ ପ୍ରେମ ବୃକ୍ଷକୁ କୌଣସିଠାରେ ଅଧାରୁ କାଟି ଦେଇନାହାନ୍ତି । ତାଙ୍କର ସମସ୍ତ ପ୍ରେମଗଳ୍ପ ମିଳନାତ୍ମକ । ‘ସାତଦୀପ’ର ପ୍ରତ୍ୟେକ ଗଳ୍ପରେ ପ୍ରେମର ବୀଜ ବପନ, ପତ୍ର, ପୁଷ୍ପଧାରଣ ଓ ଶେଷରେ ମିଳନ ରୂପକ ଫଳଧାରଣର ବର୍ଣ୍ଣନା ରହିଛି ।

 

ଏହି ସାତଟି ଗଳ୍ପ ମଧ୍ୟରୁ ତାଙ୍କର ପାଞ୍ଚଟି ଗଳ୍ପର ନାୟକ ନାୟିକା ଓ ଅନ୍ୟାନ୍ୟ ଚରିତ୍ରଗୁଡ଼ିକ ପଲ୍ଲୀ ଅଞ୍ଚଳର । ସେ ପଲ୍ଲୀ ଅଞ୍ଚଳକୁ କେତେ ଭଲ ପାଉଥିଲେ ଏଥିରୁ ଅନୁମେୟ । ‘ପଲ୍ଲୀଜୀବନ’ ଉପନ୍ୟାସର ସ୍ରଷ୍ଟା ପ୍ରାଣକୃଷ୍ଣ ନିଜ ଗଳ୍ପଗୁଡ଼ିକରେ ମଧ୍ୟ ପଲ୍ଲୀର ପରିବେଶ ବର୍ଣ୍ଣନା କରିବାକୁ ଭୁଲିନାହାନ୍ତି । ତାଙ୍କ ‘ଅପରାଜିତା’ ଗଳ୍ପରେ ନାୟକ ଗାଉଁଲି ପୁଅ କୀଣା ଓ ନାୟିକା ମଧ୍ୟ ଗାଈ ରଖୁଆଳ ଝିଅ ମକରୀ ।

 

କୀଣା ଓ ମକରୀର ପ୍ରେମ ଅନାବିଳ ଥିଲା । ଉଭୟେ ସରଳ ଓ ନିଷ୍କପଟ ଥିଲେ । ପରସ୍ପରକୁ ନିବିଡ଼ ଭାବରେ ଭଲପାଉଥିଲେ । କୀଣା ଦି’ ପଇସା ରୋଜଗାର କରିବା ପାଇଁ କଲିକତା ଯାଇଥିଲା ସତ କିନ୍ତୁ ତା’ର ମନ ମକରୀଠାରେ ରହିଥିଲା । ଦୂରତା ସେମାନଙ୍କ ପ୍ରେମକୁ ହ୍ରାସ କରିବା ପରିବର୍ତ୍ତେ ବୃଦ୍ଧି କରିଥିଲା । ଦୂରରେ ରହି ସେମାନେ ପରସ୍ପରକୁ ଝୁରି ହୋଇଥିଲେ । କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଭାଷାରେ –

 

କେତେ ଦୂରେ ଚନ୍ଦ୍ର                  କେତେ ଦୂରେ କୁମୁଦିନୀ

ପ୍ରୀତି ଅଭେଦ ତାଙ୍କର ।

 

ତେଣୁ କୀଣା ଓ ମକରୀ ଉଭୟେ ଯେତେ ଦୂରରେ ରହିଲେ ମଧ୍ୟ ସେମାନଙ୍କ ପ୍ରୀତି ଅଭେଦ୍ୟ ରହିଥିଲା । କୀଣା କଲିକତାରୁ ଫେରିଆସିବା ପରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା ଓ ସେମାନେ ସୁମଧୁର ଦାମ୍ପତ୍ୟ ଜୀବନଯାପନ କରିଥିଲେ । ଏହା ଏକ ମିଳନାତ୍ମକ ରୋମାଣ୍ଟିକ୍‌ କ୍ଷୁଦ୍ରଗଳ୍ପ ଅଟେ ।

 

‘ଉନ୍ମେଷ’ ଆଉ ଗୋଟିଏ ପ୍ରେମ ମୂଳକ ଗଳ୍ପ । ‘ଉନ୍ମେଷ’ର ନାୟକ ଅଭିରାମ ବାବୁ ଓ ନାୟିକା ଇନ୍ଦୁ । କିନ୍ତୁ ଅଭିରାମ ବାବୁ ଓ ଇନ୍ଦୁର ପ୍ରେମ କୀଣା ଓ ମକରୀର ପ୍ରେମ ପରି ଗଭୀର କିମ୍ବା ଅନାବିଳ ନୁହେଁ । ଅଭିରାମ ବାବୁ ପାଠପଢ଼ି ଶିକ୍ଷିତ ହୋଇଥିବାରୁ ତାଙ୍କଠାରେ ବଡ଼ପଣିଆ ଓ ଅଭିମାନ ଭରପୂର ରହିଛି । ଅଭିରାମ ଓ ଇନ୍ଦୁ ପ୍ରଥମ ଅବସ୍ଥାରେ ପରସ୍ପରକୁ ଭଲପାଇ ବସିଛନ୍ତି ସତ, କିନ୍ତୁ ସେ ଭଲପାଇବାରେ ଆନ୍ତରିକତା ନଥିଲା । ଅଭିରାମ ବାବୁଙ୍କ ପାଖରେ ଭଲପାଇବା ଗୋଟାଏ ଖେଳଘର ଥିଲା । କିନ୍ତୁ ପରେ ସେ ଇନ୍ଦୁ ସହିତ ସମ୍ପର୍କ ଛିନ୍ନ କରି ଅନ୍ୟତ୍ର ବିବାହ କରିବାର ନିଷ୍ପତ୍ତି ନେଇଥିଲେ ।

 

ବିଚାରି ଇନ୍ଦୁ ଆଖିଲୁହ ଆଖିରେ ମାରି ଭାଗ୍ୟକୁ ଆଦରି ପଡ଼ିରହିଥିଲା । ସେ ଭଗବାନଙ୍କଠାରୁ ନ୍ୟାୟ ଚାହୁଁଥିଲା । ଅଭିରାମ ବାବୁଙ୍କ ନୂତନ ବିବାହ ଶେଷ ମୁହୂର୍ତ୍ତରେ ଭାଙ୍ଗି ଯାଇଥିଲା । ଅନୁତପ୍ତ ଅଭିରାମ ଇନ୍ଦୁ ପାଖକୁ ଫେରି ଆସିଥିଲେ । ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ‘ଅପରାଜିତା’ ଗଳ୍ପପରି ‘ଉନ୍ମେଷ’ ଗଳ୍ପ ମଧ୍ୟ ମିଳନାତ୍ମକ ରୋମାଣ୍ଟିକ୍‌ ଗଳ୍ପ । ଯଦିଓ ଉଭୟ ଗଳ୍ପରେ ପ୍ରେମର ଭାବାବେଶ ଅଲଗା ଅଲଗା ।

 

‘ଆଗପଛ’ ଗଳ୍ପର ନାୟକ ହେଉଛନ୍ତି ବିକ୍ରମ ଓ ନାୟିକା ହେଉଛନ୍ତି ବଲ୍ଲୀ । ଉଭୟେ ଯାଯାବର ଜୀବନଯାପନ କରୁଥିଲେ । ବିକ୍ରମ ହାରମୋନିୟମ୍‌ ବଜାଇ ଗୀତ ଗାଏ ଓ ବଲ୍ଲୀ ନୃତ୍ୟ କରେ । ଏହିପରି ଭାବରେ ସେମାନେ ପୁରୁଷ ଓ ସ୍ତ୍ରୀ ଭାବରେ ବିଭିନ୍ନ ଜାଗା ବୁଲି ପଇସା ଅର୍ଜନ କରି ସୁଖ ଶାନ୍ତିରେ ରହୁଥିଲେ । ସେମାନଙ୍କର ପ୍ରେମ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଥିଲା । ଉଭୟେ ଉଭୟଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । କିନ୍ତୁ ଶିଶୁ ସନ୍ତାନଟି ଜନ୍ମ ହେବା ପରେ ସେମାନଙ୍କ ପ୍ରେମ ଶିଥିଳ ହୋଇଯାଇଛି । ବଲ୍ଲୀ ମାଆ ହେବା ପରେ ତା’ ଶିଶୁ ସନ୍ତାନ ପ୍ରତି ଅଧିକ ଯତ୍ନଶୀଳ ହୋଇପଡ଼ିଛି ଓ ଅଧିକ ସମୟ ଶିଶୁଟିର ଲାଳନ ପାଳନରେ ଦେଇଛି । ତେଣୁ ବିକ୍ରମ ପୂର୍ବେ ବଲ୍ଲୀଠାରୁ ଯେପରି ସ୍ନେହ ସହାନୁଭୂତି ପାଉଥିଲା ତାହା ଶିଥିଳ ହୋଇଯାଇଛି । ତେଣୁ ସେମାନେ ପୂର୍ବପରି ସୁଖ ଶାନ୍ତିରେ ରହିପାରିନାହାନ୍ତି । ଏହି ନବଜାତ ସନ୍ତାନଟି ତାଙ୍କ ଦାମ୍ପତ୍ୟ ଜୀବନରେ ବାଧା ସୃଷ୍ଟି କରିଛି । କିନ୍ତୁ ଦାମ୍ପତ୍ୟ ଜୀବନର ମୂଳ ଲକ୍ଷ୍ୟ ସନ୍ତାନ ଲାଭ । ସନ୍ତାନ ଲାଭ ପାଇଁ ତ ଦାମ୍ପତ୍ୟ ଜୀବନ ଗ୍ରହଣ କରାଯାଏ । ମାଆ ତା’ର ଛୁଆ ପ୍ରତି ଅଧିକ ସ୍ନେହ ବତ୍ସଳ ହେବା ସ୍ୱାଭାବିକ୍‌ । ଏହାହିଁ ମାଆର ଧର୍ମ । ସେଥିପାଇଁ ପିତା ବିକ୍ରମ ଦୁଃଖିତ ହେବା ଉଚିତ୍‌ ନୁହେଁ ।

 

‘ଦୂର ଓ ନିକଟ’ ଗଳ୍ପର ନାୟକ ରାମହରି ଓ ନାୟିକା କୁନ୍ଦ । ରାମହରି ଦେଖିବାକୁ ଡଉଲ ଡାଉଲ । ମୋଟ ଉପରେ ରୂପବନ୍ତ ଯୁବକ । କିନ୍ତୁ ପାଠ ସେପରି ପଢ଼ିନାହିଁ । ସେ ଲୋକଙ୍କ ସହିତ ବେଶି ମିଳାମିଶା କରେନାହିଁ । ତେଣୁ ତା’ର ମାନସିକ ବିକାଶ ଠିକ୍‌ ଭାବରେ ହୋଇପାରିନାହିଁ । କୁନ୍ଦ ଯୁବତୀ । ଅବଶ୍ୟ ସେତେ ସୁନ୍ଦରୀ ନଥିଲା । ସେ ସ୍ୱାମୀଠାରୁ ଯେତିକି ସ୍ନେହ ଓ ମମତା ପାଇବାକୁ ଚାହୁଁଥିଲା ତାହାର ଅଭାବରେ ସେ ମାନସିକ ବ୍ୟଥା ପାଉଥିଲା । ଫଳରେ ଉଭୟେ ଉଭୟଙ୍କ ପ୍ରତି ଅବହେଳା ପ୍ରଦର୍ଶନ କଲେ । ଉପଯୁକ୍ତ ସ୍ନେହ ମମତା ଅଭାବରୁ ସେମାନଙ୍କ ପ୍ରୀତି ଲତାଟି ଝାଉଁଳି ପଡ଼ିଲା । ସବୁବେଳେ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଲାଗି ରହିଲା । ସେମାନଙ୍କ ଜୀବନ ଅଶାନ୍ତ ହୋଇପଡ଼ିଲା । ଫଳରେ ରାମହରି ଘର ଛାଡ଼ି ଚାଲିଯାଇଛି । ରାମହରି ଅନୁପସ୍ଥିତିରେ କୁନ୍ଦ ଅସହାୟା ହୋଇପଡ଼ିଛି । ସେ ନିଜର ଭୁଲ୍‌ ବୁଝିପାରି ବ୍ୟଥିତ ହୋଇଛି । ସେହିପରି ରାମହରି ମଧ୍ୟ ନିଜର ଭୁଲ୍‌ ବୁଝିପାରିଛି । ସେ ଘର ଛାଡ଼ି ଚାଲିଯିବା ପରେ ତା’ ଜୀବନ ଅଶାନ୍ତ ହୋଇପଡ଼ିଛି । ସେ ବାଧ୍ୟ ହୋଇ ଘରକୁ ଫେରିଆସିଛି । ଉଭୟେ ନିଜର ଭୁଲ୍‌ ପାଇଁ ପଶ୍ଚାତାପ କରିଛନ୍ତି ଓ ଉଭୟଙ୍କ ମଧ୍ୟରେ ମଧୁର ମିଳନ ହୋଇପାରିଛି । ପ୍ରାଣକୃଷ୍ଣଙ୍କ ଅନ୍ୟ ଗଳ୍ପଗୁଡ଼ିକ ପରି ଏହା ମଧ୍ୟ ଏକ ମିଳନାତ୍ମକ ଗଳ୍ପ ଅଟେ ।

 

‘ପାଷାଣ ପ୍ରତିମା’ ପ୍ରାଣକୃଷ୍ଣଙ୍କର ଅନ୍ୟ ଏକ ସଫଳ ସୃଷ୍ଟି । ଲଳିତଗିରି କବିଙ୍କ ଗ୍ରାମ କାଳିଅନ୍ତି ଗ୍ରାମର ଅନତି ଦୂରରେ ଅବସ୍ଥିତ । ଏହି ଗ୍ରାମରେ କବିଙ୍କ ଭଉଣୀ ମୁକୁତା ମଧ୍ୟ ବିବାହ କରଥିଲା । ତେଣୁ କବି ଏକାଧିକବାର ଭଉଣୀ ଘରକୁ ଯାଇଛନ୍ତି ଓ ଲଳିତଗିରିର ପ୍ରାକୃତିକ ଦୃଶ୍ୟ ତାଙ୍କୁ ମୁଗ୍ଧ କରିଛି । ଲଳିତଗିରି ଠାରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଧ୍ୱଂସାବଶେଷ, ବହୁ ବୌଦ୍ଧସ୍ତୂପ ଓ ବୁଦ୍ଧଙ୍କର ପାଷାଣ ମୂର୍ତ୍ତି ମିଳିଥିଲା । ଲଳିତଗିରିର ପାଷାଣ ଶିଳ୍ପୀମାନେ ଏବେବି ଭାରତ ପ୍ରସିଦ୍ଧ ଅଟନ୍ତି । ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରରେ ସେମାନେ ମୂର୍ତ୍ତି ନିର୍ମାଣ କରୁଛନ୍ତି । ସେମାନେ ତିଆରି କରୁଥିବା ପାଷାଣ ମୂର୍ତ୍ତିଗୁଡ଼ିକ ଜୀବନ୍ତ ପ୍ରତିମା ପରି ପ୍ରତୀୟମାନ ହୁଅନ୍ତି ।

 

କବି ପ୍ରାଣକୃଷ୍ଣ ଏହି ସମ୍ପର୍କରେ ମନୋଜ୍ଞ ଗଳ୍ପ ଲେଖିଛନ୍ତି । ପଥରପୁର ମୌଜାର ଶିଳ୍ପୀ ବେଣୁ ମହାରଣାର ପୁଅ କଳାକାର ମହାରଣା ଓ ସିଦ୍ଧି ଓଝାର ଝିଅ ଶୋଭାର ଚରିତ୍ରକୁ ନେଇ ।

 

କଳାକାର ଜଣେ ଉଚ୍ଚକୋଟିର ପଥରଶିଳ୍ପୀ । ସେ ପାଷାଣ ଗାତ୍ରରେ ପ୍ରାଣ ସଞ୍ଚାର କରିପାରୁଥିଲା । ସେ ସୁନ୍ଦରୀ ଶୋଭାର ଅବିକଳ ମୂର୍ତ୍ତି ନିର୍ମାଣ କରିଥିଲା ପ୍ରସ୍ତରରେ । ପାଷାଣ ମୂର୍ତ୍ତି ଶୋଭାର ଅନୁରୂପ ପ୍ରତିଛବି ବହନ କରିଥିଲା । ସେ ନିଜେ ମଧ୍ୟ ଏ ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲା । ତା’ ଅବଚେତନ ମନରେ ଶୋଭାର ଛବି ଯେପରି ଲାଖି ରହିଥିଲା ସେହିପରି ସେହି ଅଭୁଲା ଛବିକୁ ସେ ରୂପ ଦେଇଥିଲା ପାଷାଣ ଗାତ୍ରରେ ।

 

ଉଭୟଙ୍କ ମଧ୍ୟରେ ବିବାହ ପାଇଁ ନିଜ ନିଜର ବାପା ମାଆଙ୍କଆଡ଼ୁ ପ୍ରସ୍ତାବ ଆସିଥିଲା । ପ୍ରଥମେ କଳାକାର ଶିଳ୍ପୀର ଖିଆଲ ମନର ବଶବର୍ତ୍ତୀ ହୋଇ ଏ ପ୍ରସ୍ତାବରେ ରାଜି ହୋଇ ନଥିଲା । କିନ୍ତୁ ପରେ ଶୋଭା ପ୍ରତି ତା’ର ଆସକ୍ତି ବଢ଼ିଯାଇଥିଲା ଓ ଉଭୟଙ୍କ ମିଳନ ହୋଇଥିଲା ବିବାହ ବନ୍ଧନରେ । ପ୍ରାଣକୃଷ୍ଣଙ୍କ ଅନ୍ୟାନ୍ୟ ଗଳ୍ପଗୁଡ଼ିକ ପରି ଏହା ମଧ୍ୟ ଏକ ମିଳନାତ୍ମକ ଗଳ୍ପ ।

 

‘ଅସୀମା’ ଗଳ୍ପର ନାୟିକା ଅସୀମା । ତାହାର ନାମ ଅନୁସାରେ ଗଳ୍ପର ନାମ ‘ଅସୀମା’ ରଖାଯାଇଛି । ଅସୀମା ସୁନ୍ଦରୀ ଯୁବତୀ, ଚଳଚଞ୍ଚଳ ଭାବ, ହସହସ ମୁହଁ ଓ ଠୋସ୍‌ ଠୋସ୍‌ କଥା । ଚଞ୍ଚଳା ଓ ପ୍ରଗଳ୍ଭା ଆଧୁନିକତାର ଚାକଚକ୍ୟ ତା’ଠାରେ ଭରପୂର । ମୁଖଟି ଡଉଲ ଡାଉଲ । ସଫା ଗୋରା ଚେହେରା । ମିଠାମିଠା ହସ । ସତେ ଯେପରି ଅସୀମା ଅସୀମ ସୌନ୍ଦର୍ଯ୍ୟର ଅଧିକାରିଣୀ-

 

ପ୍ରିୟେସ ତରୁଣ ଯୁବକ । ଦେଖିବାକୁ ସୁନ୍ଦର । ଫର୍‌ଓ୍ୱାଡ଼୍ ପିଲା । ଉଭୟେ ପରସ୍ପରକୁ ଭଲ ପାଇଛନ୍ତି । ପ୍ରୀତିଲତା ବଢ଼ିବଢ଼ି ଚାଲିଛି । ଉଭୟଙ୍କ ମଧ୍ୟରେ ଏକାଧିକବାର ସାକ୍ଷାତ୍‌ ପ୍ରେମାଳାପ ହସ ଖୁସି, କଥା କଟାକଟି, ମାନ ଅଭିମାନ, ମୁହଁ ଫୁଲାଫୁଲି ଓ ଆଖିର ଚାହାଣିରେ ଭାବର ଆଦାନ ପ୍ରଦାନ ମଧ୍ୟରେ ପ୍ରୀତିଲତା ବଢ଼ି ବଡ଼ି ଚାଲିଛି । ଶେଷରେ ଉଭୟଙ୍କର ମିଳନ ହୋଇଛି ।

 

‘ପରିସ୍ଥିତି’ ଗଳ୍ପର ନାୟିକା ମଞ୍ଜୁରୀ ଦେବୀ ସୁଲେଖିକା । ସେ ମଧ୍ୟ ସୁନ୍ଦର ସୁନ୍ଦର କବିତା ରଚନା କରୁଥିଲେ । ମଞ୍ଜୁରୀ ଦେବୀଙ୍କ କବିତା ପୁସ୍ତକ ‘ମମତା’ ପାଠକରି ମିହିର ବାବୁ ତାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି । ମିହିର ବାବୁ କବିତାଗୁଡ଼ିକର ଉଚ୍ଚ ପ୍ରଶଂସା କରି ମଞ୍ଜୁରୀ ଦେବୀଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଏହିପରି ପତ୍ର ମାଧ୍ୟମରେ ସେମାନଙ୍କ ମଧ୍ୟରେ ପ୍ରେମର ସଞ୍ଚାର ହୋଇଛି । ଉଭୟେ ଉଭୟଙ୍କ ଗୁଣ ପ୍ରତି ଆକୃଷ୍ଟ ହୋଇଛନ୍ତି । ପତ୍ରରୁ ସାକ୍ଷାତ୍‌ ଓ ସାକ୍ଷାତ୍‌ରୁ ଘନିଷ୍ଠତା ସୃଷ୍ଟି ହୋଇ ତାହା ପ୍ରେମରେ ପରିଣତ ହୋଇଛି । ଶେଷରେ ପ୍ରେମ ପ୍ରଣୟରେ ପରିଣତ ହୋଇଛି ଓ ଉଭୟେ ଉଭୟଙ୍କୁ ବିବାହ କରି ସୁଖମୟ ଜୀବନ ଯାପନ କରିଛନ୍ତି ।

 

ଏହିସବୁ ଗଳ୍ପ ଗୁଡ଼ିକରେ ପ୍ରେମର ବର୍ଣ୍ଣନା ସାଙ୍ଗକୁ ସାମାଜିକ ଚିତ୍ର ପ୍ରଦାନ କରାଯାଇଛି ଓ ମନସ୍ତାତ୍ତ୍ୱିକ ଆଲୋଚନା ମଧ୍ୟ ହୋଇଛି । ତାଙ୍କ ସଂସ୍କାରବାଦୀ ଚିନ୍ତାଧାରାର ପ୍ରଭାବ ମଧ୍ୟ ପଡ଼ିଅଛି । କବି ପ୍ରାଣକୃଷ୍ଣ ସଫଳ ଗଳ୍ପ ଲେଖକ ହିସାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଏହି ‘ସାତଦୀପ’ ଗଳ୍ପଗୁଚ୍ଛ ମାଧ୍ୟମରେ ।

 

(ଗ) କବିତା : ଜ୍ୟୋତ୍ସ୍ନା

୧୯୪୧ ମସିହାରେ ପ୍ରାଣକୃଷ୍ଣଙ୍କ ‘ଜ୍ୟୋତ୍ସ୍ନା’ କବିତା ପୁସ୍ତକ ପ୍ରକାଶ ପାଇ ସାହିତ୍ୟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେତେବେଳେ ତାଙ୍କର ବୟସ ମାତ୍ର ଅଠେଇଶି ଅଟେ । ଯୌବନର ଉଦ୍ଦୀପନାରେ ମତ୍ତ ପ୍ରାଣକୃଷ୍ଣ କବିତା ପୁସ୍ତକ ‘ଜ୍ୟୋତ୍ସ୍ନା’ର ଶୀତଳ ସ୍ପର୍ଶ ପାଠକମାନଙ୍କୁ ଦେଇଛନ୍ତି । ଏହି କବିତା ପୁସ୍ତକଟିକୁ ସେ ତାଙ୍କର ପତ୍ନୀ ‘ପ୍ରିୟତମା ଛାୟା’ର କରକମଳରେ ଅର୍ପଣ କରିଛନ୍ତି । ଏହାର ମୁଖବନ୍ଧରେ ସେ ନିଜ ଅନୁଭୂତିରୁ ଲେଖିଛନ୍ତି –

 

‘‘ମୋ ବିହୁନେ ନିମିଷକୁ ମଣେ ଯେ ପ୍ରହର

କିପରି ମୁଁ ସ୍ନେହ ତା’ର ପାରିବି ଏଡ଼ାଇ

ମୋ ପାଇଁ ଯେ ନିଜ ହୃଦେ ରଚେ ସିଂହାସନ

ପ୍ରେମ ଦେଇ ମୋ ପ୍ରେମ ସେ ନିଏ ଯେ ଛଡ଼ାଇ । ’’

 

‘ଜ୍ୟୋତ୍ସ୍ନା’ କବିତା ପୁସ୍ତକରେ ଅଧିକାଂଶ କବିତା ରୋମାଣ୍ଟିକ୍‌ ଅଟେ । ପ୍ରଥମ କବିତା ‘ସୌଧ ପ୍ରତିମା’ରେ ପାଷାଣପୁରୀରେ ଲବଣୀ ପ୍ରତିମା ରୂପସୀକୁ ଖୋଜିଥିଲେ ।

 

‘ଆଖିତଳେ’ କବିତାରେ ଚକ୍ଷୁର ମିଳନରେ କିପରି ପ୍ରେମ ଜାତ ହୁଏ ଓ ଘନିଷ୍ଠତା ଆସେ ତାହା ବର୍ଣ୍ଣନା କରି ପ୍ରେମିକ କବି ପ୍ରାଣକୃଷ୍ଣ ଲେଖିଛନ୍ତି –

 

x      x      x      x      x      x

 

                  ମୋ ନୟନ ସାଥେ ତା’ର

                        ଲଭନ୍ତେ ମିଳନ

                  ଲଜ୍ଜାରେ ବଦନ ତା’ର

                        ଆପେ ହେଲା ନତ

                  କାହିଁ ଯଦି ଖୋଜି ଯେହ୍ନେ

                        ନ ପାଇଲି ପଥ ।’’

 

ପ୍ରେମିକାର ଆଖି ନଜରରେ ପ୍ରେମିକ ରହିଲେ କି ଅପାର ଆନନ୍ଦ ମିଳିଥାଏ ତାହା ବର୍ଣ୍ଣନା କରି ସେ ଲେଖିଛନ୍ତି –

 

                  ‘‘ପୁରିଲା ପରାଣ ମୋର

                        ଆତ୍ମ ପ୍ରସାଦରେ

                  ଜାଣିଲି ଯେ ଦିନ

                        ଜଣକର ଆଖି ତଳେ

                  ରହିଛି ମୁଁ ନିଶିଦିନ

                        ମୋର ଗତିବିଧି

                  ଲକ୍ଷକରି ଲଭେ ଜଣେ

                        କୋଟି ସୁଧାନିଧି ।’’

 

‘ହୀମ ସୀମନ୍ତିନୀ’ କବିତାରେ ପ୍ରାଣକୃଷ୍ଣ ଯୌବନର ପ୍ରାରମ୍ଭରେ ଗାଇଥିଲେ –

 

                  ‘‘ହେମମୟୀ ହେମନ୍ତ କିଶୋରୀ

                              ଦିଅ ମୋତେ ପ୍ରାଣଭରା ପ୍ରୀତି

                  ଜୋଛନା ସବୁରି ପ୍ରିୟ

                              ଜୋଛନାର ପ୍ରିୟ ହେବା ଲାଗି

                  ମୋର ପୁର ପୁଞ୍ଜରେ ଫେରି

                              ନିଶି ସାରା ରହେ ମୁଁ ଉଜାଗୀ ।’’

 

ପ୍ରାଣକୃଷ୍ଣ ଥିଲେ ପ୍ରକୃତିର ଉପାସକ । ଆନନ୍ଦମୟ ସଚେତନତା ଭାବରୁ ତାଙ୍କର ଲେଖା ଜନ୍ମ ନେଇଥିଲା । ସେ ନିଜେ ଏହା ପ୍ରକାଶ କରିଛନ୍ତି ‘ମୁଁ କାହିଁକି ଲେଖେ’ ପ୍ରବନ୍ଧରେ ।

 

ବାସନା ଅନଳ ପରେ ନୈତିକତାର ଆବରଣ ଟାଣି ସେ ଭସ୍ମ ହେବାକୁ ଚାହୁଁ ନଥିଲେ । ନୀତି ଓ ନୈତିକତାର ବନ୍ଧନରେ ଆବଦ୍ଧ ହୋଇ ସେ ରୂପର ପିପାସା ମେଣ୍ଟାଇ ପାରିନାହାନ୍ତି । ସମାଜରେ ଏହାର ବହୁ ଉଦାହରଣ ଦେଖାଯାଇଥାଏ । ନୈତିକତା ଦୃଷ୍ଟିରୁ ସମାଜରେ ମଣିଷ ତାହାର ମନର ପିପାସାକୁ ମେଣ୍ଟାଇ ପାରେନାହିଁ । ସେ ନିଜକୁ ତିଳତିଳ କରି ଭସ୍ମ କରେ ଓ ଜୀବନ୍ତ ମରଣ ଅବସ୍ଥାରେ ଉପନୀତ ହୋଇଥାଏ । ସେ ଏହି ଜୀବନର ସଂଘର୍ଷରେ ନିଜେ ଉପନୀତ ହୋଇଛନ୍ତି । ତାଙ୍କର ରୂପର ପିପାସା ଚରିତାର୍ଥ ହୋଇନାହିଁ । ସେ ନିଜେ କାମନା ଅନଳରେ ଦଗ୍ଧିଭୂତ ହୋଇଛନ୍ତି । ତାଙ୍କ ଭାଷାରେ –

 

‘‘ତଥାପି ନୈତିକତାର ରୂପ ମୋ ଉପରେ ଅତି ଗୁରୁ

ବାସନା-ଅନଳ ପରେ ସଞ୍ଜମର ଟାଣି ଆବରଣ

ଭସ୍ମ ମୁହିଁ ପଳେ ପଳେ ଅଭିଶପ୍ତ ଜୀବନ୍ତ ମରଣ’’

‘‘ରୂପର ପିପାସା ଦେଇ ନୀତିର ବନ୍ଧନେ

କେ ମୋତେ ବାନ୍ଧିଲା କହ

କିଆଁ କି କାରଣେ ?’’

 

‘ହୀମ ସିମନ୍ତିନୀ’ କବିତାରେ ହେମନ୍ତ ଋତୁ ଓ ‘ସହୀ’ କବିତାରେ ଶିଶିରର ବର୍ଣ୍ଣନା କରାଯାଇଛି । ସହୀ କବିତାର ପ୍ରଥମପଦ –

                  ‘‘ତମେ ଯେବେ ଶିଶିର ସୁନ୍ଦରୀ

                              ମୋ ପ୍ରାଙ୍ଗଣେ ପରଷିଲ ପଦ

                  ଦିବାଲୋକେ ପ୍ରଦୀପ ସମାନ

                              ପ୍ରକୃତିର ସୁଷମା ସମ୍ପଦ । ’’

 

ହେମନ୍ତ ଓ ଶିଶିର ଋତୁ କବିଙ୍କ ଦୃଷ୍ଟିରେ ପ୍ରଣୟିନୀ ରୂପେ ପ୍ରତୀୟମାନ ହୋଇଛି । ଅଧ୍ୟାପକ ଚିନ୍ତାମଣି ବେହେରା ‘ଜ୍ୟୋତ୍ସ୍ନା’ର ଆଲୋଚନା କରି ଯଥାର୍ଥରେ ଲେଖଛନ୍ତି –

 

‘‘କବି ପ୍ରାଣକୃଷ୍ଣଙ୍କ ପ୍ରାଣର ଜୀବନ୍ତ ଚିତ୍ର ବହନ କରିଥିବା ଜୋଛନାର ଅନ୍ୟ ଦୁଇଟି କବିତା ହେଲା ‘ହିମସୀମନ୍ତିନୀ’ ଓ ‘ସହି’ । ଏହି ଦୁଇଟି କବିତାରେ କବିଙ୍କର ପ୍ରକୃତିପ୍ରାଣତା, ସୌନ୍ଦର୍ଯ୍ୟବୋଧ ଓ ଜୀବନବୋଧର ତ୍ରିବେଣୀ ସଙ୍ଗମ ବିଦ୍ୟମାନ । ପ୍ରକୃତିର ହେମନ୍ତ ଓ ଶିଶିର ଋତୁ କବି ଦୃଷ୍ଟିରେ ମାନସୀ ବା ପ୍ରଣୟିନୀ ରୂପେ ଗୃହୀତ । ହେମନ୍ତ ଓ ଶିଶିରକୁ ଲକ୍ଷ୍ୟ କରି କବି ଯାହା କହିଛନ୍ତି ତାହା ପରୋକ୍ଷରେ ଏକ ପ୍ରଣୟିନୀ ପାଇଁ ଉଦ୍ଦିଷ୍ଟ । କିନ୍ତୁ କବିଙ୍କର ପ୍ରକାଶଭଙ୍ଗୀ, ରୂପପ୍ରାଣତା ଓ ପ୍ରେମାନୁଭୂତି ଏହି ଦୁଇଟି କବିତାରେ ସ୍ୱତନ୍ତ୍ର ଓ ଅପୂର୍ବ ।’’

 

ଯଥାର୍ଥରେ ପ୍ରକୃତି କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି । ସ୍ୱଭାବ କବି ଗଙ୍ଗାଧର ମେହେର ଯେପରି ନିର୍ଜୀବ ପ୍ରକୃତିକୁ ଜୀବଦାନ ଦେଇ ଶତଜିହ୍ୱ କରିପାରିଥିଲେ, ସେହିପରି ପ୍ରାଣକୃଷ୍ଣ ପ୍ରକୃତିକୁ ରକ୍ତମାଂସର ଦେହଧାରିଣୀ ପ୍ରେମିକାରେ ପରିଣତ କରିପାରିଛନ୍ତି । ‘ହିମ ସିମନ୍ତୀନି’ କବିତାରେ ପ୍ରାଣକୃଷ୍ଣ ହେମନ୍ତ ଋତୁକୁ ନିଜ ସୁକୁମାରୀ ପ୍ରଣୟିନୀ ସଜାଇ ଲେଖିଛନ୍ତି–

 

      “ସୁକୁମାରୀ –

      ଅତି ସୁକୁମାରୀ

            ସଖୀ ତମେ, ଜଣାଅଛି ମତେ

      ସୁକୁମାରୀ

      ହେବ ମୋର ଲାଗି

            ସଞ୍ଚାରି ଗୋ ଦୟା ହୃଦଗତେ’’

‘ସହୀ’ କବିତାରେ ଶିଶିର ତାଙ୍କ ପ୍ରେମିକା ରୂପେ ଉଭା ହୋଇଛି ।

 

      ସୋରିଷର ହସହସ ମୁହଁ

            ଶତବର୍ଗ, ଶଣ ଦିଏ କହି

      ପଲ୍ଲବିତା ନିମ୍ବ ବିମ୍ବାଧରୀ

            ଡାଳେ ତୋରେ ଆଜି ପ୍ରିୟ ସହୀ

 

ପ୍ରେମିକା ପ୍ରତି ଅବହେଳା କଲେ ପ୍ରେମିକ ଯେପରି କ୍ଷମା ମାଗିଥାଏ, ସେହିପରି କବି ପ୍ରାଣକୃଷ୍ଣ ଶିଶିର ନିକଟରେ କ୍ଷମାଭିକ୍ଷା ମାଗି ଲେଖିଛନ୍ତି –

      କଲି ତୋତେ ହେଳା ଓ ଛଳନା

            ମନେପଡ଼ି ବଡ଼ ବ୍ୟଥା ଦିଏ

      କ୍ଷମିବ କି ଶିଶିର ସୁନ୍ଦରୀ

            କ୍ଷମିବ କି ଦୋଷ ମୋର ପ୍ରିୟ

 

କବିଙ୍କ ‘ଅସ୍ତରାଗ’ କବିତା ପ୍ରେମଦୀପ୍ତ ଓ ରସପୂର୍ଣ୍ଣ ଅଟେ । ଏ ବିଶ୍ୱର ଅପୂର୍ବ ଛବିକୁ କବି ଭାଷା ଦେଇପାରେ ନାହିଁ ବୋଲି କବି ସ୍ୱୀକାର କରିଛନ୍ତି । ତାଙ୍କରି ଭାଷାରେ –

 

      ଗୋଟିଏ ଗୋଟିଏ ଛବି ଅତୁଳ

            ଏ ସାରା ସୃଷ୍ଟି –

      ଭାଷା ଦେଇ ଯାହା ପାଏନା ରୂପ

      ଲୁଟିଛି ଖାଲି ମୋ ପ୍ରାଣ ଲୋଲୁପ

            ଗଭୀର ଦୃଷ୍ଟି । (ଅସ୍ତରାଗ)

 

ତାଙ୍କ କବିତାରେ ପ୍ରଣୟୀ ପ୍ରାଣର ଯେପରି ଆବେଗ ଦେଖାଯାଏ ତାହା ବିରଳ । ପ୍ରାଣକୃଷ୍ଣଙ୍କ ପ୍ରତ୍ୟେକ ପ୍ରେମ କବିତାରେ ପ୍ରଣୟୀ ପ୍ରାଣର ଅନୁଭୂତି, ଆବେଗ ଓ ଉତ୍କଣ୍ଠା ଦେଖିବାକୁ ମିଳିଥାଏ । ପ୍ରେମର ରୂପ ବୈଚିତ୍ର୍ୟର ବର୍ଣ୍ଣନାରେ ପ୍ରାଣକୃଷ୍ଣ ସିଦ୍ଧହସ୍ତ ଥିଲେ । ପ୍ରଣୟିନୀ ପ୍ରତି କବିଙ୍କର କେତେ ଦରଦ ଓ ତାହାର ସାମାନ୍ୟ କଷ୍ଟ ଦେଖିବାକୁ ସେ ଚାହାନ୍ତି ନାହିଁ । ପ୍ରେମିକାର ଚଲାପଥରେ କର୍ପୂରର ରଜ ବୁଣାଯିବ, ଯେପରି ପାଦରେ ଦରଜ ଲାଗିବ ନାହିଁ । ପ୍ରେମିକାର ପାଦରେ ଦରଜ ଲାଗିଲେ ପ୍ରେମିକର ପାଦ ବି ଦରଜ ହୋଇଯାଏ । ତେଣୁ ପ୍ରେମିକ କବି ‘ସୀମନ୍ତିନୀ’ କବିତାରେ ଲେଖିଛନ୍ତି –

 

      ସ୍ଥୂଳ ନେତ୍ରେ ଦିଶେ ଯା’ ଶିଶିର

            ସେ ଯେ ଖାଲି କର୍ପୂରର ରଜ

      ତମବାଟେ ବୁଣାହୁଏ ନିତି

            ପାଦେ ଯେଣୁ ଲାଗିବ ଦରଜ

 

ପ୍ରେମିକାର ଚଲାପଥରେ କର୍ପୂରର ରଜ ବୁଣିଦେବାର ସ୍ୱପ୍ନ ପ୍ରେମିକ କବି ପ୍ରାଣକୃଷ୍ଣ ଦେଖିପାରନ୍ତି । ସ୍ଥୂଳ ନେତ୍ରରେ ଯାହା ଶିଶିର ଦେଖାଯାଏ ତାହା କବିଙ୍କ ଦୃଷ୍ଟିରେ କର୍ପୂରର ରଜ ।

 

ପ୍ରାଣକୃଷ୍ଣଙ୍କ ରୂପ ପ୍ରାଣତାର ପଟାନ୍ତର ନାହିଁ । ସେ ‘ସହୀ’ କବିତାରେ ଶିଶିର ଋତୁକୁ ଲକ୍ଷ୍ୟ କରି ଯାହା କହିଛନ୍ତି ତାହା ତାଙ୍କ ଶରୀର ଧାରିଣୀ ପ୍ରଣୟିନୀ ପାଇଁ ହିଁ ପ୍ରଜୁଯ୍ୟ । ପ୍ରଣୟିନୀ କୋଳରେ ଢଳିପଡ଼ିବାର ତାଙ୍କର ଇଚ୍ଛା । ତରୁତଳେ ଦୂର୍ବାଦଳ ଶଯ୍ୟାରେ ଚନ୍ଦ୍ର ବିଧୌତ ରଜନୀରେ ପ୍ରଣୟିନୀ କୋଳରେ ଢଳିପଡ଼ି ସ୍ୱର୍ଗୀୟ ଆନନ୍ଦ ଲାଭ କରିବାକୁ ଚାହିଁଛନ୍ତି କବି ପ୍ରାଣକୃଷ୍ଣ । ଯଥା –

 

      ପ୍ରାଣ ଚାହେଁ ସଦା ବନ୍ଧୁ ସଖା

            ଦେହ ଚାହେଁ ପଡ଼ିବାକୁ ଢଳି

      ଧୂପ ଛାୟା ଚନ୍ଦ୍ର କରେ

            ଦୂର୍ବାଶେଯେ କାହିଁ ତରୁତଳେ

 

ସ୍ୱାଭବ କବି ଗଙ୍ଗାଧରଙ୍କ କଲମରେ ପ୍ରକୃତି ଯେପରି ଜୀବନ୍ତ ହୋଇ ନାୟକ ନାୟିକାଙ୍କ ଦୁଃଖ ସୁଖରେ ସମବେଦନା ଜ୍ଞାପନ କରିଛି, ସେହିପରି ପ୍ରାଣକୃଷ୍ଣଙ୍କ ଲେଖନୀରେ ପ୍ରକୃତି ଜୀବନ୍ତ ହୋଇ ପ୍ରେମିକା ରୂପେ ଦଣ୍ଡାୟମାନ ହୋଇଅଛି ।

 

ଏହିପରି ଭାବରେ ଜ୍ୟୋତ୍ସ୍ନା କବିତା କବି ପ୍ରାଣକୃଷ୍ଣଙ୍କ ପ୍ରତିଭାର ମୁକ୍ତାଭିସାର ବୋଲି ବିଶିଷ୍ଟ ସମାଲୋଚକ ଅଧ୍ୟାପକ ଚିନ୍ତାମଣି ବେହେରା ଯାହା କହିଛନ୍ତି ତାହା ଯଥାର୍ଥ ।

 

ଭିନ୍ନଦୃଷ୍ଟି

କବି ପ୍ରାଣକୃଷ୍ଣଙ୍କ ‘ଭିନ୍ନଦୃଷ୍ଟି’ କବିତା ପୁସ୍ତକ ତା ୧୫/୮/୫୮ ମସିହାରେ ପ୍ରଥମେ ପ୍ରକାଶ ପାଇଥିଲା । ସେତେବେଳେ ସେ ସମ୍ପୂର୍ଣ୍ଣ ଅସୁସ୍ଥ ଥିଲେ ଓ ଏହି ପୁସ୍ତକ ପ୍ରକାଶିତ ହେବାର ମାତ୍ର ପାଞ୍ଚମାସ ମଧ୍ୟରେ ଇହଲୀଳା ତ୍ୟାଗ କରିଥିଲେ ।

 

ନିଜେ କବି ପ୍ରାଣକୃଷ୍ଣ ଏହି ପୁସ୍ତକରେ ମୁଖବନ୍ଧରେ ଲେଖିଛନ୍ତି – ‘‘ମୋର ବର୍ତ୍ତମାନର ରୋଗଗ୍ରସ୍ତ ଅବସ୍ଥା ଓ ମହା ଆର୍ଥିକ ଅନଟନ କାଳରେ ମୋର ଏ ପୁସ୍ତକ ମୁଦ୍ରଣରେ ନିମ୍ନଲିଖିତ ଭଦ୍ରବ୍ୟକ୍ତିଗଣ ସ୍ୱଉଦାରତା ଗୁଣରେ ମୁକ୍ତ ହସ୍ତରେ ଦାନକରି ମୋର ବିଶେଷ ପ୍ରୀତିଭାଜନ ହୋଇଛନ୍ତି ।

 

୧)      ଶ୍ରୀଯୁକ୍ତ ହୃଦାନନ୍ଦ ନାୟକ

୨)      ଡକ୍ଟର ମାୟାଧର ମାନସିଂହ

୩)      ଶ୍ରୀଯୁକ୍ତ ବାସୁଦେବ ମହାନ୍ତ

୪)      ଶ୍ରୀଯୁକ୍ତ ଦିଗମ୍ବର ଭୂୟାଁ

୫)      ଶ୍ରୀଯୁକ୍ତ ଭାଗବତ ପ୍ରସାଦ ମହାନ୍ତି

୬)      ଶ୍ରୀଯୁକ୍ତ ଧନଞ୍ଜୟ ଲେଙ୍କା

୭)      ଶ୍ରୀଯୁକ୍ତ ଅବନୀନ୍ଦ୍ର ନାଥ ଦାଶ

 

ଏହା କବି ପ୍ରାଣକୃଷ୍ଣଙ୍କ ଶେଷ ପୁସ୍ତକ । ଏଥିରେ ସନ୍ନିବେଶିତ ସମସ୍ତ କବିତା ଗୀତିକବିତା ଅଟେ । ଏଠାରେ ସଂସ୍କାରକ ପ୍ରାଣକୃଷ୍ଣଙ୍କୁ ଦେଖିବାକୁ ମିଳିଥାଏ । ଜୀବନର ସାୟାହ୍ନ କାଳରେ ସେ ସମାଜର କୁସଂସ୍କାରଗୁଡ଼ିକୁ ଦୂରକରିବା ପାଇଁ କଲମ ଚାଳନା କରିଛନ୍ତି ।

 

‘ଭିନ୍ନ ଦୃଷ୍ଟି’ ପୁସ୍ତକର ପ୍ରଥମ କବିତା ‘ଅଦୃଶ୍ୟ ପ୍ରାଚୀର’ । ଆମ ରାଜ୍ୟରେ ନରନାରୀମାନଙ୍କ ମଧ୍ୟରେ ବାଧାହୀନ ମିଳାମିଶା ନଥିବାରୁ ଉଭୟଙ୍କ ମଧ୍ୟରେ ମନସ୍ତାତ୍ତ୍ୱିକ ପ୍ରଭାବ ପଡ଼ିଥାଏ ଓ ପରସ୍ପରକୁ ଅହର୍ନିଶ ଭାବି ଭାବି ଯନ୍ତ୍ରଣା ପାଇଥାନ୍ତି । ବିଦେଶରେ ନରନାରୀଙ୍କ ମଧ୍ୟରେ ଅବାଧ ମିଳାମିଶା ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୁଏନାହିଁ ।

 

      ବାଧାହୀନ ମିଳାମିଶା

            ନାରୀନର ମଧ୍ୟେ

                  ନଥିବାର ଲାଗି

      ଏ ଦେଶେ ଯୌବନ ବ୍ୟୟ

            ଦିବା ସ୍ୱପନରେ

      ନାରୀ ପୁରୁଷକୁ ପୁରୁଷ ନାରୀକୁ

            ଅହର୍ନିଶ ଭାବି ଭାବି ।

 

‘ବାଲ୍ୟବିଧବା’ କବିତାରେ କବି ପ୍ରାଣକୃଷ୍ଣ ବିଧବାତ୍ୱ ବିରୋଧରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି । ବାଲ୍ୟ ଅବସ୍ଥାରେ ସ୍ୱାମୀହରା ହୋଇ ନାରୀଟି ଜୀବନସାରା ବୈଧବ୍ୟ ଯନ୍ତ୍ରଣା ଲାଭ କରିବା ଏକାନ୍ତ ଅନୁଚିତ ଏଥିରେ ସନ୍ଦେହ ନାହିଁ । ଭାରତରେ ପ୍ରଥମେ ରାଜା ରାମମୋହନ ରାୟ ବିଧବା ବିବାହ ପ୍ରଚଳନ କରିଥିଲେ । ଓଡ଼ିଶାରେ ସଂସ୍କାରକ ବୈରାଗୀ ମିଶ୍ର ଓ ବାଗ୍ମୀ ବିଶ୍ୱନାଥ କର ବିଧବା ବିବାହ ପ୍ରଚଳନ କରାଇଥିଲେ । କବି ପ୍ରାଣକୃଷ୍ଣ ସଂସ୍କାରକ ବୈରାଗୀ ମିଶ୍ର ଓ ବାଗ୍ମୀ ବିଶ୍ୱନାଥ କରଙ୍କ ଜନ୍ମସ୍ଥାନ ମାହାଙ୍ଗା ଅଞ୍ଚଳରେ ଜନ୍ମ ହୋଇଥିଲେ । ସେ ନିଜେ ବିଧବା ବିବାହ କରିନଥିଲେ ମଧ୍ୟ ବାଲ୍ୟ ବିଧବା ବିବାହକୁ ଦୃଢ଼ ସମର୍ଥନ କରିଛନ୍ତି ଓ ବିଧବା ବିବାହ ହୋଇପାରିବ ନାହିଁ ବୋଲି ଯେଉଁମାନେ ନିୟମ କରିଛନ୍ତି ସେମାନଙ୍କ ଉପରେ ଗାଳି ବର୍ଷଣ କରି କ୍ରୋଧିତ ହୋଇ ଲେଖିଛନ୍ତି –

 

      ବିଧବାତ୍ୱ ବାଧ୍ୟତାମୂଳକ

            କରିଛି ଆରମ୍ଭ ଯେହୁ

      ଭୋଗେ ନିଶ୍ଚେ ଅନନ୍ତ ନରକ

            ରନ୍ଧ୍ରହୀନ ଅନ୍ଧକାର

                  ପୂତି ଗନ୍ଧମୟ କୁମ୍ଭୀପାକ ।

 

‘ବିବାହ’ କବିତାରେ କବି ପ୍ରାଣକୃଷ୍ଣ ତତ୍କାଳୀନ ବିବାହ ପଦ୍ଧତିକୁ ତୀବ୍ର ନିନ୍ଦା କରିଛନ୍ତି । ସେତେବେଳେ ବରକନ୍ୟାକୁ କିମ୍ବା କନ୍ୟା ବରକୁ ବିବାହ ପୂର୍ବରୁ ଦେଖିବାକୁ ସୁଯୋଗ ନଥିଲା । ବାପା ଓ ବନ୍ଧୁବାନ୍ଧବ କେବଳ ଦେଖିବାକୁ ଯାଉଥିଲେ । କନ୍ୟାପକ୍ଷ ଭଲ ଯୌତୁକ ଦେଇପାରିଲେ ବରପକ୍ଷ କନ୍ୟାର ରୂପ ଓ ଗୁଣ ବିଷୟରେ କୌଣସି ତର୍ଜମା ବା ଅନୁସନ୍ଧାନ ନକରି ବିବାହ ପ୍ରସ୍ତାବରେ ରାଜି ହେଉଥିଲେ । ତେଣୁ ସୁନ୍ଦର ଗୁଣବନ୍ତ ପୁତ୍ର ସହିତ ଅସୁନ୍ଦରୀ ଓ ଅଶିକ୍ଷିତ କନ୍ୟାର ମଧ୍ୟ ବିବାହ ହୋଇଯାଉଥିଲା ପ୍ରଚୁର ଯୌତୁକ ପ୍ରଦାନ ଦ୍ୱାରା । ବିଭାଘର ଏକ କିଣା-ବିକାର ହାଟ ପାଲଟିଥିଲା । କେଉଁ ସୁନ୍ଦରୀର ସ୍ୱାମୀ କୁତ୍ସିତ ମର୍କଟ ହେଉଥିଲା ତ କେଉଁ ସୁନ୍ଦର ଯୁବକର ସ୍ତ୍ରୀ କୁତ୍ସିତା ମର୍କଟୀ ହେଉଥିଲା । ତେଣୁ ଉଭୟଙ୍କ ସାରା ଜୀବନ ମାନସିକ ଦୁଃଖରେ କଟୁଥିଲା । ସଂସାରୀ ପ୍ରାଣରେ ଲବେ ମାତ୍ର ସୁଖ ରହୁନଥିଲା । ଏହାକୁ ଲକ୍ଷ୍ୟ କରି ସମାଜ ସଂସ୍କାରକ ପ୍ରାଣକୃଷ୍ଣ ‘ବିବାହ’ କବିତାରେ ଲେଖିଛନ୍ତି –

 

      ମନର ମଣିଷ

            ବାଛିବା ପାଇଁକି

      ଆମକୁ ଏ ଯାଏ ମିଳିନାହିଁ ଅଧିକାର,

      ବିଭାହେବା ଜନ ମତ ନାହିଁ ଲୋଡ଼ା

            ବରକନ୍ୟା ଯେହ୍ନେ କିଣା ଗୋରୁ ଜୋଡ଼ା

      ମାନବ ଜୀବନ

      ଶ୍ରେଷ୍ଠ ଅନୁଷ୍ଠାନ

            କିବା ପରଣତି ତା’ର ।

 

କବି ଥିଲେ ମାନବବାଦୀ ଓ ଦରଦୀ । ସମାଜ ଯେଉଁମାନଙ୍କୁ ଘୃଣାକରେ ଓ ସାମାଜିକ ନ୍ୟାୟ ଦିଏନାହିଁ, ସେମାନଙ୍କ ପାଇଁ ମଧ୍ୟ କବି ପ୍ରାଣକୃଷ୍ଣଙ୍କ ଦରଦ ଥିଲା ।

 

‘ବାରନାରୀ’କୁ ସମାଜ ଘୃଣା କରେ । ସେମାନଙ୍କୁ କୁଳଟା ବେଶ୍ୟା କୁହାଯାଇ ଅପମାନିତ କରାଯାଏ । ପ୍ରକୃତ ସତ୍ୟ କଥା ହେଉଛି ଦାରିଦ୍ର ହେତୁ ଇଚ୍ଛା ନଥିଲେ ଅନେକ ନାରୀ ବାରନାରୀ ହେବାକୁ ବାଧ୍ୟ ହୋଇଥାନ୍ତି । ସମାଜର ଧ୍ୱଜାଧାରୀ ବଡ଼ପଣ୍ଡାମାନେ ନିଜକୁ ବାହାରେ ସତ୍ୟବାନ୍‌ ବୋଲି ଦେଖାଇ ହେଉଥିଲେ ମଧ୍ୟ ରାତିରେ ଲୁଚିଲୁଚି ବାରନାରୀ ପାଖକୁ ଯାଇଥାନ୍ତି ଓ ଶରୀର ଉପଭୋଗ ଆଶା ମେଣ୍ଟାଇଥାନ୍ତି । ଏହି ହିପୋକ୍ରାଟ ସମାଜର ବଡ଼ପଣ୍ଡାମାନଙ୍କର ମୁଖା ଖୋଲିଦେବାକୁ କବି ପ୍ରାଣକୃଷ୍ଣ ପଶ୍ଚାତପଦ ହୋଇ ନାହାନ୍ତି । ‘ବାରନାରୀ’ କବିତାରେ ସେ ଲେଖିଛନ୍ତି –

 

ତୁମ ପାଶେ ଆସି କେତେ ଧ୍ୱଜାଧାରୀ

ଅନ୍ଧାରେ ଛପି ଯାଆନ୍ତି ବାହାରି

ଭେଟ ପଡ଼ିଗଲେ କେତେ କେତେ ନାଲିଛାଲି

x      x      x      x      x

ପ୍ରେମ ତୋର ଶୁଦ୍ଧ ମାଗି କେହି ନାହିଁ

ଶୁଣିଥିଲେ ଘୃଣା ଭରେ କେହି କାହିଁ ?

ତେବେ ସିନା ଛୋଟ ମଣିଥାନ୍ତି ତୋତେ

 

କବି ପ୍ରାଣକୃଷ୍ଣ ‘ବାରନାରୀ’କୁ ଦେବୀ ବୋଲି କହିଛନ୍ତି । ତା’ ପ୍ରତି କରାଯାଉଥିବା ଅନ୍ୟାୟ ଓ ଅତ୍ୟାଚାରର ସେ ନିନ୍ଦା କରିଛନ୍ତି । ଯେଉଁ ଗୃହବଧୂମାନେ ଆପଣା ସ୍ୱାମୀର ଆଖିରେ ପୁଟଳି ବାନ୍ଧି ପରପୁରୁଷ ସହ ନିର୍ଜନ ବାସ କରି ମଧ୍ୟ ସତୀ ରୂପେ ପରିଚିତ ହେଉଛନ୍ତି ସେମାନଙ୍କଠାରୁ ବାରନାରୀ କୌଣସି ଗୁଣରେ ଖରାପ ନୁହେଁ । ସେ ବାରନାରୀକୁ ଦେବୀ ରୂପେ ସମ୍ବୋଧନ କରି କହିଛନ୍ତି –

 

ଦେବୀ ତୁ ତୋଠାରେ ଥାଉ ଅପଯଶ

ନିତି ନିତି କରୁ ପରାଣ ଅବଶ

ମନୁଷ୍ୟ ନୋହୁତୁ ସହଜ ଶାଳିନୀ

ଆଶା ଅପୂର୍ଣ୍ଣ ଏଣୁ କାଙ୍ଗାଳୁଣୀ

 

ସେ ‘ନାରୀ ସ୍ୱାଧୀନତା’ କବିତାରେ ପୁରୁଷ ପୁରୁଷ ଧରି ଚାଲିଥିବା ପୁରୁଷ ରାଜପଣକୁ ନିନ୍ଦା କରିଛନ୍ତି । ନାରୀ ପୁରୁଷର କ୍ରୀଡ଼ା ପୁତ୍ତଳିକା ନୁହେଁ, ସେ ପୁରୁଷର ଜୀବନ ସଙ୍ଗିନୀ ଅଟେ । ‘ନାରୀ ସ୍ୱାଧୀନତା’ କବିତାରେ ସେ ଲେଖିଛନ୍ତି –

 

ନାରୀ ସ୍ୱାଧୀନତା

ଏ ଖାଲି ଗୋଟାଏ ଶ୍ରୁତୀ-ସୁନ୍ଦର କଥା

ବାହାବା ନେବାକୁ କେତେଜଣଙ୍କର

ଓଜସ୍ୱିନୀ ବକ୍ତୃତା

 

ନାରୀମାନେ କିପରି ବାହାରର ମୁକ୍ତ ପବନକୁ ଯାଇପାରନ୍ତି ନାହିଁ । ସବୁଥିରେ ସେମାନଙ୍କୁ ବାଧା ଦିଆଯାଏ । ପ୍ରକୃତିର କୋଳରେ ବୁଲିବାର ସୁଯୋଗ ସେମାନେ ପାଆନ୍ତି ନାହିଁ । ପ୍ରେମିକମାନେ ସେମାନଙ୍କ ପ୍ରେମିକାମାନଙ୍କୁ ଏସବୁ ସୁଯୋଗ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ବୋଲି କବି ପ୍ରାଣକୃଷ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି । ପ୍ରତି ପରିବାରରେ ନାରୀ-ପୁରୁଷ ମଧ୍ୟରେ ଦୂରତ୍ୱ ବଢ଼ିଚାଲିଛି । ପୁରୁଷର ଅତ୍ୟାଚାରରେ ନାରୀ ଆତ୍ମହତ୍ୟା କରିବା ନୂଆ କଥା ନୁହେଁ । ଯୌତୁକ ପାଇଁ ଏବେ ବି ନାରୀକୁ ଜିଅନ୍ତା ଦଗ୍ଧ କରାଯିବାର ବହୁ ଉଦାହରଣ ମିଳିଥାଏ । ବଡ଼ ବଡ଼ ଘରେ ଏସବୁ ଅବାଞ୍ଛିତ କାର୍ଯ୍ୟ ବେଶି ପରିମାଣରେ ହେଉଥିବା ଗଭୀର ପରିତାପର ବିଷୟ । କବି ପ୍ରାଣକୃଷ୍ଣ ଦୁଃଖିତ ହୋଇ ଲେଖିଛନ୍ତି –

 

            ଚାଲିଥିବ ପୁରୁଷର

            କେତେଦିନ ହାତଟେକା ଦାନ

            କେତେଦିନ ନାରୀ ଦାସୀ

            କ୍ରୀତଦାସୀ ଅତି ନୀଚ ସାନ

            ଗୃହେ ତା’ର ନିଜ ସ୍ୱାମୀ ପୁରୁଷ ମହାନ୍‌

            ସ୍ୱାମୀ କର୍ତ୍ତା

            ମହତୀ ଦେବତା

            କାହିଁ ସତ୍ୟ ନାରୀ ସ୍ୱାଧୀନତା

 

‘ଅଚ୍ଛବ’ ପ୍ରାଣକୃଷ୍ଣଙ୍କ ଅନ୍ୟ ଏକ ସଂସ୍କାରଧର୍ମୀ କବିତା । ‘‘ସୃଷ୍ଟି କରିନି ଛୁଆଁ ଅଛୁଆଁ କରି’’ ଏହି ବାଣୀ ପ୍ରାଣକୃଷ୍ଣ ଜଗତବାସୀଙ୍କୁ ସେଥିରେ ଶୁଣାଇଛନ୍ତି । ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ଆମ ହିନ୍ଦୁ ସମାଜର ଅଦ୍ଭୁତପୂର୍ବ କ୍ଷତି ଅତୀତରେ ହୋଇଛି । ମଣିଷକୁ ମଣିଷ ଛୁଇଁବ ନାହିଁ-। ହୀନ ଜାତି ଆଖ୍ୟା ଦେଇ ଅସ୍ପୃଶ୍ୟ କହି ପାଖରେ ପୁରାଇବ ନାହିଁ, ଏହାଠାରୁ ମଣିଷ ସମାଜରେ ଜଘନ୍ୟତା କ’ଣ ଥାଇପାରେ ? ଯାହାକୁ ଅଚ୍ଛବ ବୋଲି କୁହାଯାଏ ଛୁଆଁ ଯାଏ ନାହିଁ ତା’ର ଚମଡ଼ା ତଳେ ଯେଉଁ ଲାଲରକ୍ତ, ଉଚ୍ଚଜାତିର ଲୋକଙ୍କ ଚମଡ଼ାତଳେ ସେହି ଲାଲରକ୍ତ ପ୍ରବାହିତ ହେଉଅଛି । କବିଙ୍କ ଭାଷାରେ –

 

            ଆରେ ରେ ଅଛୁଆଁ

            ତୋ କଳା ଚମଡ଼ା

            ତଳେ ବହେ ଲାଲ ଲହୁ

            ବାଟ ଚାଲୁ ଚାଲୁ

            ଥରଥର କରି କିଆଁ ଏତେ ଆଡ଼ ହେଉ

            xxx      xxx      xxx      xxx

            ଖରା କାକରକୁ

            ଖୋଲା ତୋ କଠିନ ଦେହ

            ମେହ ଗନେରିଆ

            ରୋଗର ଜୀବାଣୁ

            ତୋ ଦେହରେ ହୁଏନାହିଁ ସାଣୁ ସାଣୁ

            ତୁଚ୍ଛାଟାରେ କିଆଁ

            ତୋର ଏ ସମ୍ମୋହ

 

ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ଜାତିର ଜନକ ବାପୁଜୀ ଆରମ୍ଭ କରିବାବେଳେ ପ୍ରାଣକୃଷ୍ଣ ଯୁବକ । ତାଙ୍କ ହୃଦୟକୁ ଏହା ସ୍ପର୍ଶ କରିଥିଲା । ସମାଜରେ ଛୁଆଁ ଅଛୁଆଁ ଜାତି ଭେଦକୁ କବି ତୀବ୍ର ଭାବରେ ନିନ୍ଦା କରିଛନ୍ତି ।

 

ଭିକ୍ଷୁକ

ରାସ୍ତାକଡ଼ରେ, ମନ୍ଦିର ପାର୍ଶ୍ୱରେ ଖରା କାକରରେ ବସି ଭିକ ମାଗୁଥିବା କଙ୍କାଳସାର ଭିକ୍ଷୁକର ଦୁଃଖ ବେଦନା କବି ପ୍ରାଣକୃଷ୍ଣଙ୍କ ଦରଦୀ ହୃଦୟକୁ ସ୍ପର୍ଶ କରିଛି । ‘ଭିକ୍ଷୁକ’କୁ ସମ୍ବୋଧନ କରି ସେ ଲେଖିଛନ୍ତି –

 

            ହେ କାଙ୍ଗାଳ ଭିକ୍ଷୁ !

            କାନ୍ଦିବୁ ବା କେତେ ଦିନ ନିଷ୍ପ୍ରଭ ତୋ ଚକ୍ଷୁ

            ଧରାରେ ତୋ ଏ ଲୋତକ ପଡ଼ିହେବ ଲୀନ

            ଯିବନି ଦେବତା ପଦେ, ରେ ଦୀନ ଅଧୀନ ।

 

ମାରୁଆଡ଼ି

‘ମାରୁଆଡ଼ି’ କବିତାରେ କବି ପ୍ରାଣକୃଷ୍ଣ ବିପ୍ଲବୀ ହୋଇ ଉଠିଛନ୍ତି । ସେମାନଙ୍କୁ କବି ଶୋଷଣକାରୀ ରୂପେ ଚିତ୍ରଣ କରିଛନ୍ତି । ଛାରପୋକ ସହ ମାରୁଆଡ଼ିକୁ ତୁଳନା କରିଛନ୍ତି । ରାଜପୁତନାର ମରୁଭୂମିରୁ ଆସିବା ବେଳେ ଏକ ହାତରେ ପିତଳ ଘଡ଼ି ଓ ଅନ୍ୟ ହାତରେ କନ୍ଥାଟିଏ ଧରିଥାନ୍ତି । କିନ୍ତୁ ଏଠାକୁ ଆସିବାର କେତେଟା ଦିନ ଭିତରେ ଦୀନ ଓଡ଼ିଆଙ୍କୁ ଶୋଷଣକରି ବଡ଼ଲୋକ ହୋଇଯାନ୍ତି । ଲୁଗା ଦୋକାନରେ ତକିଆକୁ ଆଉଜି ବସି ସାମନାରେ କାଠ ବାକ୍ସ ରଖି ଟଙ୍କାକେ ଟଙ୍କାଏ ଲାଭ ନେଇଥାନ୍ତି । କବି ପ୍ରାଣକୃଷ୍ଣ ସେମାନଙ୍କୁ ପଙ୍ଗପାଳ ରୂପେ ଅଭିହିତ କରିଛନ୍ତି । ମାରୁଆଡ଼ି ଜାତିପ୍ରତି ତାଙ୍କର ତୀବ୍ର ବିତୃଷ୍ଣା ଭାବ ଥିଲା । ଏହି କବିତାର ଆରମ୍ଭରେ ଲେଖିଛନ୍ତି –

 

            ମାରୁଆଡ଼ି, ମାରୁଆଡ଼ି

                  କି କହିବି ତାଙ୍କ ଗୁଣହେ ବନ୍ଧୁ

                  ପଙ୍ଗପାଳର ଧାଡ଼ି

                  ମାରୁଆଡ଼ି, ମାରୁଆଡ଼ି

            ବ୍ୟବସାୟୀ ମାରୁଆଡ଼ି

            ରକ୍ତ ଶୋଷକ ପଙ୍ଗପାଳର ଧାଡ଼ି

            ଛାର ପୋକ ନୁହେଁ, ଶୋଷଣ ତା’ ଦିନବେଳେ

            ସାଇଲକ୍‌ ଜିଉ ରାଜପୁତନାର ଖାଡ଼ି

                  ଏଠି ପେଟ ବଢ଼ା ମାରୁଆଡ଼ି

 

ବିପ୍ଲବୀ କବି ପ୍ରାଣକୃଷ୍ଣ ‘ମାରୁଆଡ଼ି’ କବିତାରେ ପ୍ରକୃତ ସତ୍ୟ ପ୍ରକାଶ କରିବାକୁ ଭୟ କରିନାହାନ୍ତି ।

 

କବି ପ୍ରାଣକୃଷ୍ଣଙ୍କ ‘ଭିନ୍ନ ଦୃଷ୍ଟି’ର କବିତାଗୁଚ୍ଛ ତାଙ୍କ ଜୀବନର ଶେଷ ଅବସ୍ଥାରେ ରଚିତ ହୋଇଥିଲା ଓ ତାଙ୍କ ଜୀବନରେ ସେ ସମାଜକୁ ଯେପରି ଭାବରେ ଦେଖିଛନ୍ତି ଯେପରି ଅନୁଭୂତି ଲାଭ କରିଛନ୍ତି ସେସବୁକୁ ସେ ରୂପ ଦେଇଛନ୍ତି ଭିନ୍ନ ଦୃଷ୍ଟି କବିତାଗୁଡ଼ିକରେ । ତାଙ୍କ ଶେଷ ଜୀବନ ଦାରିଦ୍ର୍ୟ ଓ ଦୂରାରୋଗ୍ୟ ବ୍ୟାଧିରେ ତିଳେତିଳେ ଜଳି ଯାଇଥିଲା । ତେଣୁ ସମାଜର ଦୁର୍ବଳତା, କୁସଂସ୍କାର ଓ ଶୋଷଣ ଲୁଣ୍ଠନ ଆଦିକୁ ସେ କବିତା ମାଧ୍ୟମରେ ପ୍ରଦର୍ଶନ କରାଇବାକୁ ପଶ୍ଚାତପଦ ହୋଇନାହାନ୍ତି ।

 

ଅଧ୍ୟାପକ ଚିନ୍ତାମଣି ବେହେରା ‘ରଜପର୍ବ’, ‘ଜ୍ୟୋତ୍ସ୍ନା’ ଓ ‘ଭିନ୍ନ ଦୃଷ୍ଟି’ କବିତାଗୁଚ୍ଛ ଉପରେ ତୁଳନାତ୍ମଙ୍କ ବିଚାର କରି ପ୍ରଥମ ଦୁଇ କବିତା ପୁସ୍ତକ କବିଙ୍କ ଜୀବନର କୃଷ୍ଣାଭିସାର ହୋଇଥିବାବେଳେ ଭିନ୍ନ ଦୃଷ୍ଟି କୃଷ୍ଣାଭିସାର ବୋଲି ମତ ଦେଇଛନ୍ତି, ଭିନ୍ନ ଦୃଷ୍ଟି ରଚନା ବେଳକୁ ତାଙ୍କ ଜୀବନ ଓ ପ୍ରତିଭା ଉଭୟେ ମୃତ୍ୟୁମୁଖୀ । ମୃତ୍ୟୁକୁ ଲକ୍ଷ୍ୟ କରି କବି ପ୍ରାଣକୃଷ୍ଣ ଲେଖିଛନ୍ତି –

 

            ‘‘ଅର୍ଥହୀନ ଦେଇଅଛୁ କରି

                  (କିନ୍ତୁ) ପାରିନାହୁଁ କରି ନିରର୍ଥକ

            ଅନ୍ଧକାର ଦେଇଅଛୁ ବୋଳି

                  ମୋ ଆଲୋକ ଜ୍ୱଳିତ ଅନ୍ତକ ।’’

 

‘ଭିନ୍ନ ଦୃଷ୍ଟି’ ପୁସ୍ତକ ଆକାରରେ ଲୋକଲୋଚନକୁ ଆସିବା ପୂର୍ବରୁ କବି ପ୍ରାଣକୃଷ୍ଣଙ୍କ ଜୀବନ-ଦୀପ ନିର୍ବାପିତ ହୋଇଯାଇଛି ୧୯୫୯ ମସିହା ଜାନୁଆରୀ ତା ୨୮ ରିଖରେ ମାତ୍ର ୪୭ ବର୍ଷ ବୟସରେ ।

 

 

 

ଭାରତୀୟ କବିତା ପୁସ୍ତକ ୧୯୪୫-୪୬

ଭାରତୀୟ କବିତା ପୁସ୍ତକ (୧୯୪୫-୪୬)ରେ କବି ପ୍ରାଣକୃଷ୍ଣଙ୍କ ‘ପକେଟମାରୁ’ କବିତା ହିନ୍ଦୀରେ ଅନୁବାଦ କରାଯାଇ ପ୍ରକାଶ ପାଇଥିଲା । ଏହି ପୁସ୍ତକରେ ଅନ୍ୟ ଯେଉଁ ବିଶିଷ୍ଟ ଓଡ଼ିଆ କବିଙ୍କ କବିତା ପ୍ରକାଶିତ ହୋଇଥିଲା ସେମାନଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା ।

 

ଅନନ୍ତ ପଟ୍ଟନାୟକ, ଉମାଶଙ୍କର ପଣ୍ଡା, କାଳିନ୍ଦୀଚରଣ ପାଣିଗ୍ରାହୀ, ଗୋଦାବରୀଶ ମହାପାତ୍ର, ଗୋପାଳଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ମହାପାତ୍ର, ବିନୋଦ ରାଉତରାୟ, ବୈକୁଣ୍ଠନାଥ ପଟ୍ଟନାୟକ, ମନମୋହନ ମିଶ୍ର, ମନୋଜ ଦାସ, ମାୟାଧର ମାନସିଂହ, ରମାକାନ୍ତ ରଥ, ରାଧାମୋହନ ଗଡ଼ନାୟକ, ସଚ୍ଚିଦାନନ୍ଦ ରାଉତରାୟ, ସତ୍ୟାନନ୍ଦ ଚମ୍ପତ୍ତିରାୟ ଇତ୍ୟାଦି । କବି ପ୍ରାଣକୃଷ୍ଣଙ୍କ ‘ପକେଟମାରୁ’ କବିତା ସେତେବେଳେ ପାଠକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଠାରେ ପାଠକମାନଙ୍କ ଅବଗତି ନିମନ୍ତେ ‘ପକେଟମାରୁ’ କବିତାର ହିନ୍ଦୀ ଅନୁବାଦ ଯାହାକି ଭାରତୀୟ କବିତା ପୁସ୍ତକ (୧୯୪୫-୪୬) ରେ ପ୍ରକାଶ ପାଇଥିଲା । ତାହା ଅବିକଳ ଉଦ୍ଧାର କରାଗଲା ।

Image

 

Image

 

Image

 

Image

 

(ଘ) କାବ୍ୟନାଟିକା : କସ୍ତୁରିକା

କିନ୍ନରୀ କନ୍ୟା କସ୍ତୁରିକା କଳିଙ୍ଗର ରାଜପୁତ୍ର ଲଳିତାଦିତ୍ୟଙ୍କ ପ୍ରଣୟଗାଥା ବିବୃତ ହୋଇଛି ‘କସ୍ତୁରିକା’ କାବ୍ୟ ନାଟିକାରେ । କସ୍ତୁରିକା ମାନବୀ ନୁହେଁ, ‘କିନ୍ନରୀ’ ଅପରୂପ ଶୋଭାରାଶିର ଗନ୍ତାଘର, ଫୁଟନ୍ତା ଯୌବନା, ଖିଲିଖିଲି ହସ ରକ୍ତିମା ଅଧରରେ । ଭ୍ରୂଲତା କାର୍ମୁକରେ ପ୍ରେମ ବାଣ ଯୁବକମାନଙ୍କ ଶରୀରରେ ଯେପରି ସେହି କିନ୍ନରୀ ଯୁବତୀ ବିଦ୍ଧ କରି ଚାଲିଛି ।

 

ଲାସ୍ୟମୟୀର ନୃତ୍ୟର ତାଳେ ତାଳେ ଯେପରି ଲକ୍ଷ ଲକ୍ଷ ପଦ୍ମଫୁଲ ଫୁଟି ଉଠୁଛି । ମଣିଷର ଯୌବନ ଅସ୍ଥାୟୀ । ଯେଉଁ ଯୌବନର ଛବିଳ ରୂପ ମଣିଷର ମନକୁ ସ୍ୱପ୍ନ ପ୍ରବଣ କରିଥାଏ, ତାହା ଖୁବ୍‌ ଶୀଘ୍ର କୁଆଡ଼େ ହଜିଯାଏ । ଯୌବନର ସୁନା ହରିଣୀ, କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ । ମଣିଷ ଖୋଜି ବୁଲେ ଯୌବନର ସେହି ଛପିଲା ହଜିଲା ଅନୁଭୂତିକୁ ।

 

ଭଗବାନଙ୍କର ଏହି ବିଚିତ୍ର ଲୀଳା । ମଣିଷର ଯୌବନ କ୍ଷଣସ୍ଥାୟୀ ।

କବି ପ୍ରାଣକୃଷ୍ଣ ଥିଲେ ଯୌବନର ପୂଜାରୀ । ଯୌବନ ଏତେଶୀଘ୍ର ତା’ର ମାଦକତା ହରାଇ ବସୁ, ଏକଥା କବି ଚାହୁଁନଥିଲେ ।

 

ଯୌବନକୁ ଚିରଦିନ ବାନ୍ଧି ରଖିବା ପାଇଁ କବିଙ୍କର ପ୍ରବଳ ଇଚ୍ଛାରୁ ସୃଷ୍ଟି ‘କସ୍ତୁରିକା’ କାବ୍ୟ ନାଟିକା । ଯେଣୁ କସ୍ତୁରିକା ମାନବୀ ନୁହେଁ, ତେଣୁ ସେ କିନ୍ନରୀ, ରୂପସୀ ତା’ର ଯୌବନ ସବୁଦିନ ଅତୁଟ । ତାହାର ବାର୍ଦ୍ଧକ୍ୟ ନାହିଁ । ସେ ସବୁଦିନେ ହାସ୍ୟମୟୀ । ଲାସ୍ୟମୟୀ ଓ ଫୁଟନ୍ତା ଯୌବନର ଅଧିକାରିଣୀ । ସେ ରୂପ କଥାର ସାହାଡ଼ା ସୁନ୍ଦରୀ । ତା’ରି ପ୍ରେମରେ ପଡ଼ିବାକୁ ଯୁବକ ପ୍ରାଣକୃଷ୍ଣଙ୍କ ଇଚ୍ଛା ।

 

କଳିଙ୍ଗର ଯୁବରାଜ ଲଳିତାଦିତ୍ୟ ରୂପେ ନିଜକୁ ପରିପ୍ରକାଶ କରିଛନ୍ତି ପ୍ରାଣକୃଷ୍ଣ । ରାଜପୁତ୍ର ଲଳିତାଦିତ୍ୟଙ୍କର ଭେଟ ହୋଇଛି କିନ୍ନରୀ ରୂପସୀ କସ୍ତୁରିକା ସହ ପ୍ରଣୟ ରାଜ୍ୟରେ । ଲଳିତାଦିତ୍ୟଙ୍କର ସ୍ପର୍ଶପାଇ ରୂପସୀ କସ୍ତୁରିକା ପ୍ରେମ ପାଗଳିନୀ ହୋଇପଡ଼ିଛି । କସ୍ତୁରିକା କଣ୍ଠରେ ସଙ୍ଗୀତର ମୂର୍ଚ୍ଛନା ।

 

            ପୁରୁଷର ମୁଗ୍‌ଧ ସ୍ପର୍ଶ

                  ଦେଇ କିମ୍ପା ମୋର ଅଙ୍ଗେବୋଳି

            ହେ ପ୍ରିୟ ପ୍ରବର

            କିମ୍ପାଇ ଭାଙ୍ଗିଲେ ମୋର ଦୀନ ଦୁଃସପନ

            ରାଜେନ୍ଦ୍ର ନନ୍ଦନ

ପୁନଶ୍ଚ –

            ଦେହ ମୋର ରଖିଅଛି ତବ ସ୍ପର୍ଶ ଧରି

            ଘନଘନ ତରୁଲତା ଉଠଇ ଶିହରି ।

 

କସ୍ତୁରିକା ଅଶରୀରୀପରି । ସେ ଯେତେବେଳେ ଯେଉଁ ରୂପ ଚାହେଁ ସେ ରୂପ ଧରିପାରେ-। ଲଳିତାଦିତ୍ୟ ମଣିଷ । ସେ ରାଜକୁମାର । ଅଶରୀରୀ ସହ ତାହାର ପ୍ରେମ ଅବାସ୍ତବ-। ତାହା କେବଳ ସମ୍ଭବ ନୁହେଁ ଏହା ମନ୍ତ୍ରୀସୁତ ଲଳିତାଦିତ୍ୟକୁ ବୁଝାଇ ଦେଇଛନ୍ତି । ଲଳିତାଦିତ୍ୟ ପାଗଳପରି କସ୍ତୁରିକାକୁ ଖୋଜି ଖୋଜି ଅବଶ ହୋଇ ପଡ଼ିଛନ୍ତି । ମରୀଚିକା ପଛରେ ଧାଇଁଲେ କ’ଣ ପାଣି ମିଳିଥାଏ । ସେହି ଅରୂପ ରାଜ୍ୟର ସଙ୍ଗୀତରେ ଆକୃଷ୍ଟ ହୋଇ ଲଳିତାଦିତ୍ୟ କିଛି ବାଧାବନ୍ଧନ ନମାନି କସ୍ତୁରିକାର ପଛରେ ଧାବମାନ ହେବାପାଇଁ ନେଇଥିବା ନିଷ୍ପତ୍ତି ବିଫଳ ହୋଇଛି । ମନ୍ତ୍ରୀପୁତ୍ର ତାଙ୍କୁ ବାସ୍ତବତା ବୁଝାଇ ଦେଇଛନ୍ତି । ସେହିପରି କସ୍ତୁରିକାର ସଖୀ ଚନ୍ଦ୍ରନିକା କସ୍ତୁରିକାକୁ ବୁଝାଇ ଦେଇଛନ୍ତି ଯେ ଲଳିତାଦିତ୍ୟ ଏକ ମରଣଶୀଳ ମଣିଷ । ତାହା ସହିତ କିନ୍ନରୀର ପ୍ରେମ ସମ୍ଭବ ନୁହେଁ ।

 

କିନ୍ତୁ କବି ପ୍ରାଣକୃଷ୍ଣଙ୍କ ଭାଷାର ମରଣଶୀଳ ସଂସାର ଅମରପୁରୀଠାରୁ ଶ୍ରେଷ୍ଠତର ଅଟେ-। ଯେଉଁ ଫୁଲ ଯେତେଶୀଘ୍ର ମଉଳିଯାଏ, ସେ ଫୁଲ ସେତେ ଆଦରଣୀୟ ଅଟେ । ସନ୍ଧ୍ୟାରେ ଫୁଟି ସକାଳେ ମଉଳି ଯାଉଥିବା ଲିଲି ବା କଇଁଫୁଲ ଅତ୍ୟନ୍ତ ଆଦରଣୀୟ ଅଟେ । ତେଣୁ କସ୍ତୁରିକା ମରଣଶୀଳ ଯୁବକ ଲଳିତାଦିତ୍ୟ ସହିତ ପ୍ରେମ ବନ୍ଧନରେ ଆବଦ୍ଧ ହେବାପାଇଁ ପ୍ରସ୍ତୁତ ହୋଇଛି –

 

କସ୍ତୁରିକା ଭବିଷ୍ୟତ ଚାହିଁନାହିଁ, ଅତୀତ ଚାହିଁନାହିଁ, କେବଳ ବର୍ତ୍ତମାନ କେବଳ ବର୍ତ୍ତମାନରେ ବଞ୍ଚି ରହିବାକୁ ଚାହେଁ । କବିଙ୍କ ଭାଷାରେ –

 

‘କସ୍ତୁରିକା’ ଏକ କାଳ୍ପନିକ କାବ୍ୟନାଟିକା । ଏହା ପ୍ରାଣକୃଷ୍ଣଙ୍କର ଏକ ସଫଳ ସୃଷ୍ଟି । ଅଭିଶପ୍ତା କିନ୍ନରୀ କସ୍ତୁରିକା ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଉତ୍କଳୀୟ ନାୟିକା ହୋଇପାରିଛି ପ୍ରାଣକୃଷ୍ଣଙ୍କ ଲେଖନୀ ମାଧ୍ୟମରେ ।

 

ସୌନ୍ଦର୍ଯ୍ୟ ପିପାସୁ ପ୍ରାଣକୃଷ୍ଣ କସ୍ତୁରିକାର ଛଳଛଳ ଯୌବନକୁ କବିଙ୍କ ରାଜକୁମାର ଲଳିତାଦିତ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । କବି ଏହି ମରତରେ ସ୍ୱର୍ଗର ପରିକଳ୍ପନା କରିଛନ୍ତି-। ତାଙ୍କ ଚକ୍ଷୁରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଉତ୍କଳ ସ୍ୱର୍ଗଧାମ ଅଟେ । ଏଠି କେତେ କିନ୍ନରୀ କସ୍ତୁରିକା ବିଚରଣ କରନ୍ତି ଓ କେତେ ଲଳିତାଦିତ୍ୟ କସ୍ତୁରିକାର ପ୍ରେମ ସାଗରରେ ସଙ୍ଗମ କରିଥାନ୍ତି ।

 

ପ୍ରାଣକୃଷ୍ଣଙ୍କ କଳ୍ପନା ଅତ୍ୟନ୍ତ ଚମତ୍କାର । ସେ କଳ୍ପନା ରାଜ୍ୟରେ ବିଚରଣ କରି ଆନନ୍ଦ ପାଉଥିଲେ । ତାଙ୍କର ବାସ୍ତବଜୀବନ ଅତ୍ୟନ୍ତ ଦୁଃସହ ଓ ରୋଗଗ୍ରସ୍ତ ଥିଲେ ମଧ୍ୟ ତାଙ୍କ କଳ୍ପନା ସୁନ୍ଦରୀ ଚିର ଯୌବନା ଓ ଚିରନ୍ତନ ପ୍ରେମର ସଙ୍ଗମସ୍ଥଳ ଥିଲା । ‘କସ୍ତୁରିକା’ ସେହିପରି ଏକ କଳ୍ପନା ପ୍ରସୂତ ଅତି ମନୋମୁଗ୍ଧକର କାବ୍ୟ ନାଟିକା ଥିଲା । ପ୍ରାଣକୃଷ୍ଣଙ୍କ କବି ପ୍ରତିଭାର ଏହା ଏକ ଉଜ୍ଜ୍ୱଳ ନିଦର୍ଶନ ବୋଲି ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ପ୍ରକାଶ କରିଥିଲେ ।

 

‘କସ୍ତୁରିକା’ରେ ତାଙ୍କର ସ୍ୱପ୍ନ ଓ ଜୀବନ ଦର୍ଶନ ସୁନ୍ଦର ଭାବରେ କବି ପ୍ରାଣକୃଷ୍ଣ ପ୍ରକାଶ କରିଛନ୍ତି –

 

ଚାହେଁ ନାହିଁ ଭବିତବ୍ୟ

ନ ଲୋଡ଼େ ଅତୀତ

ମୁଁ ମାଗଇ ବର୍ତ୍ତମାନ

ଅବିଚ୍ଛିନ୍ନ ଅପରିବର୍ତ୍ତିତ ।

ତ୍ରିକାଳରେ କାର୍ଯ୍ୟ ନାଇଁ

ତମେ ଥରେ ଏଣେ ଦେଖଚାହିଁ

ଉଜ୍ଜ୍ୱଳ ଚନ୍ଦ୍ରମା ପଛେ

ଆକାଶର ଏ ସ୍ନିଗ୍ଧ ନୀଳିମା

ଅବଲୋକିତାରେ

ଆନନ୍ଦ ମୋ ଅତିକ୍ରମି କ୍ଷୀଣ ବକ୍ଷ ସୀମା

ରୋଧେ କଣ୍ଠ ଅତି ଉଦ୍‌ବେଗରେ

ଦିଅ ତବ କର ଏଣେ ବକ୍ଷପରେ ଥାପି

ଉନ୍ମୁଖ ମୋ ଭାବ ଶାନ୍ତ କରେ ।

 

(ଙ) ପ୍ରାବନ୍ଧିକ ପ୍ରାଣକୃଷ୍ଣ

ପ୍ରାଜ୍ଞ ପ୍ରାଣକୃଷ୍ଣ କେବଳ କବି, ଔପନ୍ୟାସିକ, ଗାଳ୍ପିକ ନଥିଲେ ସେ ମଧ୍ୟ ଉଚ୍ଚକୋଟିର ପ୍ରାବନ୍ଧିକ ଥିଲେ । ତାଙ୍କ ପ୍ରବନ୍ଧ ଲେଖାର ଶୈଳୀ ଉନ୍ନତ ଥିଲା ଓ ସେ ତଥ୍ୟମୂଳକ ପ୍ରବନ୍ଧ ଲେଖୁଥିଲେ ।

 

ତାଙ୍କର ପ୍ରତ୍ନତାତ୍ତ୍ୱିକ ପ୍ରବନ୍ଧ ୧୯୪୫ ମସିହା ଫେବୃଆରୀ ମାସରେ କଲିକତାର ସ୍ୱପ୍ରସିଦ୍ଧ ଇଂରାଜୀ ମାସିକ ପତ୍ରିକା ‘ମଡର୍ଣ୍ଣ ରିଭ୍ୟୁ’ “Modern Review”ରେ “The Sun God of Konarka Un-earthed” ଶିରୋନାମାରେ ପ୍ରକାଶିତ ହୋଇ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହି ପ୍ରବନ୍ଧ ପ୍ରକାଶିତ ହେବାପରେ ପ୍ରତ୍ନତାତ୍ତ୍ୱିକମାନଙ୍କର ଦୃଷ୍ଟି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲା । ଯେଉଁଦିନ ଏହି ପ୍ରବନ୍ଧଟି “Modern Review” ରେ ପ୍ରକାଶ ପାଇଲା ତା’ ପରେ ସେ ତାହାକୁ ହାତରେ ଧରି ଶିଳ୍ପୀଗୁରୁ ବିମ୍ବାଧର ବର୍ମା ରହୁଥିବା ରାଣୀହାଟ ବସାରେ ପହଞ୍ଚିଥିଲେ । ସେଠାରେ କବି ଜ୍ଞାନୀନ୍ଦ୍ର ବର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସେ ପତ୍ରିକାଟି ବର୍ମାଙ୍କ ହାତକୁ ବଢ଼ାଇଦେଲେ । ଶିଳ୍ପୀଗୁରୁ ବର୍ମା ତାଙ୍କୁ କୁଣ୍ଢାଇ ପକାଇ କହିଥିଲେ – ‘‘ଆମ ଚକ୍ର ଭିତରେ ତମେ ଏକ ବ୍ୟତିକ୍ରମ ପ୍ରାଣକୃଷ୍ଣ ।’’

 

ସେ ପଥର ମୂର୍ତ୍ତିମାନଙ୍କ ବିଚାରରେ ବଡ଼ ସଚେତନ ଥିଲେ । କଟକ ରେଭେନ୍ସା କଲେଜ୍‌ର ବାହାର ପ୍ରାଙ୍ଗଣରେ ବହୁଦିନ ଏକ ପଥର ମୂର୍ତ୍ତି ପଡ଼ିରହିଥିଲା । ସେହିବାଟେ ପ୍ରତିଦିନ କେତେଲୋକ ଯିବା ଆସିବା କରନ୍ତି, କିନ୍ତୁ ସେହି ପଥର ମୂର୍ତ୍ତି ପ୍ରତି କାହାର ଦୃଷ୍ଟି ପଡ଼େନାହିଁ । କିନ୍ତୁ ପ୍ରାଣକୃଷ୍ଣଙ୍କ ଦୃଷ୍ଟି ସେହି ପଥର ମୂର୍ତ୍ତି ଉପରେ ପଡ଼ିଥିଲା ଓ ସେ ତା’ ଉପରେ ଗବେଷଣା ଆରମ୍ଭ କରିଦେଇଥିଲେ । ସେ ଜଣେ ଉଚ୍ଚକୋଟିର ଗବେଷକ ଥିଲେ, ଏଥିରୁ ସ୍ପଷ୍ଟ ଅନୁମିତ । ସେ ଗବେଷଣାରେ ତନ୍ମୟ ରହୁଥିଲେ ।

 

ସାମାନ୍ୟ ଷ୍ଟେନୋ ଟାଇପିଷ୍ଟ୍‌ ପ୍ରାଣକୃଷ୍ଣ । ତାଙ୍କର ଏତେ ତୀକ୍ଷ୍ଣ ବୁଦ୍ଧି, ଗବେଷଣାତ୍ମକ ମନୋଭାବ ଓ ସାହିତ୍ୟିକ ଚିନ୍ତାଧାରା ଓ ଉଚ୍ଚଭାବନା ତାହା ଚିନ୍ତାକଲେ ବିସ୍ମୟ ଲାଗେ । ଆଜିକାଲି ଅଧ୍ୟାପକମାନେ ଗବେଷଣା କରିବା ପାଇଁ ଅଗ୍ରସର ହେଉନାହାନ୍ତି । ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ନିଜ ଲୁଣ, ତେଲ ସଂସାରରେ ବ୍ୟସ୍ତ । ଗବେଷଣାର ନାମ ଧରୁନାହାନ୍ତି ।

 

କିନ୍ତୁ ମ୍ୟାଟ୍ରିକୁଲେସନ ପାସ କରି ଷ୍ଟେନୋ ଟାଇପିଂ ଟ୍ରେନିଂ ପାଇ ସରକାରୀ ଷ୍ଟେନୋ ହୋଇଥିବା ଏହି ବ୍ୟକ୍ତିର ଗବେଷଣା ବହୁ ବିଜ୍ଞ ଅଧ୍ୟାପକଙ୍କ ଗବେଷଣାଠାରୁ ଉନ୍ନତ ଥିଲା ଓ ସେ ସମୟରେ ତାଙ୍କ ଗବେଷଣାତ୍ମକ ପ୍ରବନ୍ଧ ‘ମଡର୍ଣ୍ଣ ରିଭ୍ୟୁ’ରେ ପ୍ରକାଶ ପାଇଥିଲା ଏହା କମ୍‌ ଆଶ୍ଚର୍ଯ୍ୟଜନକ ନୁହେଁ ।

 

ଡକ୍ଟର ମାୟାଧର ମାନସିଂହଙ୍କ ଭାଷାରେ –

‘‘ସହଜାତ ବିଚକ୍ଷଣତା କୌଣସି ଡିଗ୍ରୀ, ଡିପ୍ଲୋମା ବା ଆନୁଷ୍ଠାନିକ ଶିକ୍ଷା ଦରକାର କରେନାହିଁ । ଆମେ ପଢ଼ିଲାବେଳେ ରେଭେନ୍ସା କଲେଜ୍‌ ଆଗରେ ଏକ ମନୋହର ମୁଗୁନି ପଥରର କବନ୍ଧ ମୂର୍ତ୍ତି ଥିଲା । କବି ପ୍ରାଣକୃଷ୍ଣ ଏହି ମୂର୍ତ୍ତି କୋଣାର୍କର ପୀଠ ମୂର୍ତ୍ତି ବୋଲି ପ୍ରମାଣ କରି ‘ମଡର୍ଣ୍ଣ ରିଭ୍ୟୁ’ରେ ପ୍ରବନ୍ଧ ପ୍ରକାଶ କରିଥିଲେ । ମୋର ମନେହୁଏ ପ୍ରାଣକୃଷ୍ଣଙ୍କ ଅନୁମାନ ସତ୍ୟ । ପୁଣି ଏଇଥିରୁ ଜଣାଯିବ ଯେ ଏକ ପ୍ରତିଭାବାନ ଷ୍ଟେନୋ-ଟାଇପିଷ୍ଟର ଜୀବନ୍ତ ଚଞ୍ଚଳ ବୁଦ୍ଧି କେତେ ଆଡ଼କୁ ଦୃଷ୍ଟି ରଖି ଆଗେଇ ଚାଲିଥିଲା ।’’

 

ପ୍ରାଜ୍ଞ ପ୍ରାଣକୃଷ୍ଣ ପ୍ରତିଭାବାନ ଷ୍ଟେନୋ ଟାଇପିଷ୍ଟରୁ ପ୍ରତିଭାବାନ୍‌ କବି, ଔପନ୍ୟାସିକ, ଗାଳ୍ପିକ ଓ ପ୍ରାବନ୍ଧିକ ହୋଇପାରିଥିଲେ । ନିଜର ଅଧ୍ୟବସାୟ ସାଧନା ଓ କେବେ ଉନ୍ମେଷଶାଳିନୀ ପ୍ରଜ୍ଞା ମାଧ୍ୟମରେ । ସେ ପ୍ରତ୍ନତାତ୍ତ୍ୱିକ ନଥିଲେ । ତାଙ୍କର ଯୋଗ୍ୟତା କେବଳ ମ୍ୟାଟ୍ରିକୁଲେସନ୍‌ ଥିଲା ଓ ଦଶମାସ ଷ୍ଟେନୋ ଟାଇପିଷ୍ଟ ଟ୍ରେନିଂ ପାଇଥିଲେ । କିନ୍ତୁ ରେଭେନ୍ସା କଲେଜ୍‌ ପରିସରରେ ବହୁଦିନ ଧରି ପଡ଼ିରହିଥିବା ସେହି ମୁଗୁନି ପଥର ମୂର୍ତ୍ତି ବିଷୟରେ ସେ ଯେପରି ପ୍ରତ୍ନତାତ୍ତ୍ୱିକ ଗବେଷଣା କରି ‘ମଡର୍ଣ୍ଣ ରିଭ୍ୟୁ’ରେ ଉଚ୍ଚକୋଟିର ତଥ୍ୟମୂଳକ ପ୍ରବନ୍ଧ ଲେଖିଥିଲେ ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ ।

 

୧୯୪୫ ମସିହା, ଫେବୃଆରୀ ମାସର ‘ମଡର୍ଣ୍ଣ ରିଭ୍ୟୁ’ ପତ୍ରିକାରେ ପ୍ରକାଶିତ ପ୍ରାଣକୃଷ୍ଣଙ୍କ ଇଂରାଜୀ ଭାଷାରେ ଲିଖିତ ପ୍ରବନ୍ଧକୁ ପାଠକମାନଙ୍କ ଅବଗତି ନିମନ୍ତେ ଅବିକଳ ପ୍ରକାଶ କରାଯାଉଛି ।

***

 

THE SUN GOD OF KONARKA UNEARTHED

By Pranakrushna Samal

 

In the Year 1932 a headless stone image was unearthed from a tank 1 in the town of Cuttack. It was discovered some 10 feet below the ground level due to the sliding of a bank of the tank. The image was carried away and placed before the portico of the Ravenshaw College buildings where it now lies.

 

The image has been carved out of a slab of clorite in a sitting posture, its left being placed on the right, which on the other hand hangs down. There are two female figures on both sides of the image, seated on the same lotus throne. All these three figures have lost their hands either form the elbow or a little up. There are two lotus buds engraved on the slab on both sides of the main figure which the female figures held in their hands. There is the remnant of a lotus which the image was holding in its left hand. Perhaps the right hand was in Abhaya Mudra as the position of the hand indicates and no sufficient trace of a lotus on this side is to be found. Just above the female figure on the left there is the relief of a lion carved out on the slab. The corresponding portion on the right is not there as the upper part of the slab from the neck of the main image is broken. The lower portion, however, is almost intact. The lotus throne is practically undamaged.

 

Below the lotus throne on the same slab are engraved four worshpping figures– two female figure on the right side of the image and one male figure and after it a female figure on the left-just touching the right foot of the presiding figure. The female worshipper on the right, which is nearer the image, is offering a lotus bud to the deity. All other worshippers have lost their hands and the female figure on the extreme left its head also. Behind the leg that hangs down of the presiding image there is the relief of a Siva Lingam engraved on the pedestal. The lower portion of the slab is Panch Rathi in design.

 

The image with the group has been carved out of a single block of stone in the most elegant manner. Although broken from the neck, in my opinion, it is the best specimen of plastic art ever produced in Odisha.

 

The superb beauty of the image set me thinking as to how and wherefrom it came to be buried in earth here. Cuttack was never a centre of Odishan architecture. There might at one time have been standing in this town many mighty forts or civic buildings like the nine-storied building of Gajapati Mukunda Dev. But there is not a single temple here of any great architectural value, nor are there any remains of any such shrine.

 

On careful study and research find that the image belongs to the Konarka school of architecture and differs greatly form those of Lalitagirl, Jajpur, Bhubaneswar or Puri. The stone used in it is the same bluish chlorite as has used in the case of all important figures, Nabagraha slab, the pillar of Aruna, the doors and the pedestal of the temple of Konarka. In the style of execution and in ornamental detail it has a strong resemblance with the sun images now in the niches of the main temple at Konarka.

 

Although the head portion of the image is not there, on critical examination it has been revealed that this also is an image of the Sun. Ordinarily such an image can be recognized to be an image either of Vishnu or of Surya. But according to convention an image of Vishnu has four hands instead of two, although Vishnu also holds a lotus in his left hand and has Lakshmi and Saraswati on his side. But a still stronger proof is that the female figure which is on the right side of the main figure has on its forehead a crescent moon with the conventional star over it. This is surely the sign of Sandhya (Evening) of Chhaya, the wife of the Sun God. The artist of Konarka was conscious enough to leave this mark lest it might be mistaken as an image of Lakshmi, the wife of Vishnu. So it can safely be concluded that the central figure is Surya, the female figure on the right Sandhya and the left one Sangya.

 

The way in which the image has been executed suggests that it can only be a presiding deity and not an image of the niches. The point is that there are no images in the niches to any of the temples of Odisha which have been carved out in a sitting posture. They are all standing. Although there is noe figure in one of the niches at Konarka which is sitting, it is sitting only on horse-back. So it can well as considered to be standing as the horse is standing. Moreover, there are no niches to any temple of importance in the province shich is without an image. The temple of Lingaraj has its Kartika, Ganesh and Parbati, the temple of Jagannath its Nrishimha, Baraha and Bamana and the Konarka temple its sun images in three different forms. I am inclined to think that this is the presiding deity of Konarka.

 

Why I think that it may be the presiding deity of Konarka is that there are no temples of any note in Odisha excepting the temples of Konarka and Raja Rani (at Bhubaneswar) which go without a presiding deity. The Raja Rani temple and its images belong to a different school of architecture and differ greatly from those of the Konarka school. As such the present image which is so similar to the images at Konarka bears no resemblance to any of the images at Raja Rani. The pedestal in the Raja and Rani temple is also too small for this image.

 

The strongest point in the direction is that the stone slab on which the image has been carved out coincides with the Bedi (alter) on the Ratna Simhasana (pedestal) of the main temple at Konarka, as they both measure 3 ft, 5 inches in width. The lower portion of the slab from which the present image has been carved out is Panch Rath. The Bedi at Konarka is also Panch Rath. Both of these Panch Rath portions are plain, having no ornamental work on them. Over and above, according to Sj. Bishan Swarup 2- the Engineer in charge of restoration of Konarka-there was a stone block along the western side of the Bedi for the direct support of the presiding deity, which was also 3 ft. 5 inches in width. The block, though short of one layer of stone, measured 5 ft. in height. The image now discovered in headless. In spite of it the stone slab measure 4 ft. 4 inches in height. From this it can well be imagined that when the head portion of the image was there the slab must have measured more than 5 ft. .This coincidence along with other points cannot be taken as accidental.

 

According to Sj. Bishan Swarup, Konarka was a Shivite temple. He writes 3, “.. the sun is taken as one of the eight forms of Shiva. In everyday worship, while making offerings to Shiva in different directions, he is invoked in the south-east direction as the sun. It may be mentioned... that Konarka is to the south-east of Bhubaneswar, the seat of Shaivism. “The presence of a Shiva Lingam behind the right foot of the present image, while confirming Sj. Swarup’s presumption, proves that it is the presiding deity of Konarka.

 

One more point is that the male worshipper on the right side of the image, who appears to be a king, has the mark of a crescent on his forehead. If we can take him to be Purandar Kesari, the builder of the temple of Konarka, then we can take this sigh as an emblem of the Somavamsi Kesari kings. His moustaches are sharp and divided as that of a Kesari or lion.

 

From all these points mentioned above I conclude that this image of the god, which has been so superbly fashioned, and who sits so elegantly on a lotus throne with his two consorts beside him, is the Surya Narayan of Konarka and once illuminated the Ratna Simhasana as well as the Vimana of the great great Black Pagoda.

 

There are a number of books on Konarka, most of them being descriptive. As sufficient data were not forthcoming many of the writers have avoided going deep into the history of the temple, especially the whereabouts of the presiding deity-Fergusson and Rajendralal saw Konarka when it was but a heap of ruins. The only two authors who examined the subject from different aspects are Messrs Bishan Swarup and Krupasindhu Misra. The late Mr.Misra wrote his book in Odiya. These two authors have tried to prove certain images to be the presiding deity of Konarka, each in a different way. At the outset it may be mentioned that the present image was not discovered when they wrote their books.

 

Mr. Swarup tried to prove that Konarka was originally a place of Buddhistic worship, which the Hindus adopted. So in his opinion, the presiding deity, although came to be known as the Sun God, was really an image of Buddha. He said that the image of Buddha which is now inside the temple of the Sun within the enclosures of the temple of Jagannath is the presiding deity of Konarka. The late Misra was of opinion that Konarka was a place of Hindu worship from time in memorial and he thought that the stone image of the Sun inside the temple mentioned above is the presiding deity. They thought like this because it is mentioned in the Madala Panji (palm leaf chronicle of the temple of Jagannath) that Narasimha Dev, a king of the Bhoi Dynasty, who visited Konarka in 1627, at the time of his return brought with him the images of the Sun and the Moon and placed them inside the temple of Indra at Puri (the temple which is at present called the temple of Surya).

 

On reference to the Madala Panji 5 I find no specific mention that Narasimha Dev brought the presiding deity of Konarka to Puri. Rather from the language of the Panji it can be inferred that he only brought any two images of the Sun and the Moon.

 

I infer on two grounds that Narasimha Dev did not bring the presiding deity of Konarka to Puri. The first ground as I have already dealt with, is that the real presiding deity has now been discovered and the second is that none of the images inside the temple of the Sun at Puri is suitable to be the presiding deity of Konarka.

 

It is also quite reasonable to think that Narasimha Dev did not bring the presiding deity to Puri. My point is that the presiding deity was not there when he visited Konarka. If it was still there why should Narasimha Dev remove it to Puri causing abandonment to the place ? Some say that Konaraka was already abandoned when he visited the temple. They say, Because Konarka had been profaned by the Yavanas (Muhammedans) the worship of the Sun God was discontinued and hence the temple was abandoned. But Konarka is not the only temple which was profaned by the Muhammedans. It is a historical fact that the temple of Jagannath had been profaned by the Muhammedans times without number. When Jagannath temple could be sanctified again and Jagannath re-installed why was Konarka abandoned for good ?

 

Konarka was also not abandoned because the temple was in a ruinous state. This is proved from the fact that the temple was standing intact up to the Amalaka Sila (Weight Stone) when Narasimha Dev visited Konarka in 1627. He is said to have measured the height of the temple. The fact that the upper portion of the temple was damaged even at the time of Narasimha Dev also corroborates the local tradition and the accounts of the Madala Panji that Kalapahara tried to destroy the temple of Konarka, but being unable to do so he took away the Dhwaja and Kalasa after damaging the temple. If Kalapahara ravaged Konarka it is only in 1568 and Narasimha Dev visited the place in 1627. The difference is only 60 years. When till 1837 (when Fergusson visited it) 120 ft. of a wall of the main temple could remain standing, the decay of the temple when Narasimha Dev visited it must have been not very great.

 

Abul Fazl says in his history that there were 28 other temple at Konarka besides the temple of the Sun. It is also mentioned in the Madala Panji 6 that when Narasimha Dev visited Konarka there were many smaller temples there which were in good condition. Why should then Narasimha Dev remove the presiding deity of Konarka to Puri ? First of all, he should have repaired the temple of the Sun. If it was so dilapidated as not to be repaired he could have at least removed the deity to any of the smaller temples instead of taking it to Puri and causing total abandonment to a sacred place like Konarka. So there must have been some graver reasons which compelled Narasimha Dev to remove the images of the Sun and the Moon to Puri. The reason in my opinion is that there was no presiding deity at Konarka when he visited the temple. For that reason the place was almost abandoned and Narasimha Dev removed only the metallic images (Chalanti Pratimas) to Puri.

 

My argument is that Kalapahara took away the Surya Narayan of Konarka, as he took away the image of Jagannath from Puri. He had a strong and malicious fancy for these presiding deities. It is a historical fact that on coming to Puri when Kalapahara learned 7 that the image of Jagannath had been removed to the lake Chilka and hidden there, he personally went to the place and alter plodding through water up to the waist took away the miage. When he had been to Konarka it is quite probable that he took away the presiding deity of Konarka also, particularly when Konarka was at the time the pride of the Hindu world and Kalapahara was a renegade.

 

We have come to know the removal of Jagannath by Kalapahara because Jagannath was re-installed at Puri and there is a Madala Panji to write a sort of history of Jagannath. Even then, had it been normal times, Madala Panji would have also recorded the removal of the Sun God of Konarka; but from the history of Odisha we find that from 1568 to about 1588 Jagannath was not at Puri and the temple of Jagannath was in a state of abandonment. It is only when Ram Chandra Dev of Bhoi Dynasty became the king of Khurda that Jagannath was re-installed and His worship resumed.

 

Kalapahara is remembered to have damaged the images of almost all the big temples in Odisha. He took away the presiding deity of Puri. There is no images for the presiding deity of Bhubaneswar which would have been taken away by him. Besides these two temples, the other temples of note in Odisha are those of Konarka and the Raja Rani (at Bhubaneswar). In both these places there are no presiding deities. Though Bhubaneswar has never at any time been abandoned, nobody can now say as to where the presiding deity of the Raja Rani temple has gone. It would not be unreasonable to think that the presiding deities of both these temple were taken away by Kalapahara. It may be assumed to be very probable as after the death of Mukunda Dev and all other claimants to the throne of Odisha. Kalapahara got a free hand to ransack the whole territory.

 

Abul Fazi in his famous Ain-i-Akbari praised 8 the temple of Konarka so much. I think he knew the state to which Konarka was reduced after the ruthless visit of Kalapahara. When he wrote that the walls of Konarka were 150 cubits high he perhaps meant that the wall of the temple without the Amalaka Sila were 150 cubits high. Because a Muhammedan had damaged such beautiful temple as Konarka was, he cleverly avoide mentioning it.

 

He has given a description of the Nabagraha Slab in a very beautiful manner. He has also described the statue at the portals. The reason, perhaps, for his not giving any description of the presiding deity is that there was no presiding deity in the temple in his time. He wrote his history long before the visit of Narasimha Dev to Konarka in 1627 and certainly after the inroad of Kalapahara to Odisha.

 

The Muslim world of India at the time seems to have been well aware of the miserable state of Konarka and also the destruction of the presiding deity. It is evident from the fact that when Aurangzeb gave order to destroy the image of Jagannath along with the temple and according to which order the image of Jagannath was sent to him at Bijapur, he did not give orders to destroy the image of the Sun and the temple at Konarka. Konarka was fairly well-known place during Aurangzeb’s rule.

 

Now I shall examine how the images inside the temple of Surya at Puri cannot be the presiding deitic of Konarka.

 

In the temple of Surya at Puri there are at present four images. There are two metallic images of the Sun and the Moon who hold lotuses in their hands; that is an image of the Sun in stone with the conventional seven horse below, and the legless charioteer Aruns there is a fourth image which is recognized by Sj. Bishan Swarup to be an image of Buddha, but the local priest knows it to be an image of Indra and worship it as such.

 

Besides the points that Narasimha Dev brought the presiding deity of Konarka to Puri and Konarka was a place of Buddhistic worship Sj-Swarup says that the size of the Buddha as mentioned above approximately coincides with the size of the Bedi on the pedestal Konarka. So he presumed the image to be the presiding deity. His presumption is no longer correct when such image of the Sun which coincides fully with the Bedi has been discovered.

 

The late Krupasindhu Misra was of opinion the Konarka was never a place of Buddhist worship. Hence the image of Indra, which Mr.Swarup calls to be that of Buddha, cannot be the presiding deity of Konarka. The late R.D. Banerjee agreed with him that the temple of Konarka was not dedicated to Buddha. Differing from Mr. Swarup the late Misra thought that the presiding deity of Konarka is the stone image of the Sun which is at present in the temple of Surya at Puri. As his image is of an inferior type from the point of sculpture, in comparison with the images at Konarka, he argued 10 that Narasimha Dev, who built the present temple for the Sun God to be worshipped in his temple. He said that there was already an image of the Sun which was being worshipped from time immemorial. He pointed out that long before Narasimha Dev, Purandar Kesari of Kesari Dynasty had also built a temple for the Sun God at Konarka. He thought that Narasimha Dev only installed the old deity in the new temple. The point that the present temple of Konarka was built by Narasimha Dev of Ganga Dynasty and not Purandar Kesari of Kesari Dynasty is yet debatable.

 

However, his argument held good as long as it was cepted that Narasimha Dev of Bhoi Dynasty brought the presiding deity of Konarka to Puri and so long as the present image of ours was not discovered. Any way meet his point I say that there are no presiding deities any of the temples in Odisha which is not in keeping with the standard-both from the point of architecture and the height-of the temple. Not to speak of other temples, even in the temples of Siva, a bigger temple contain a bigger Shiva Lingam and a smaller temple smaller one. The image of the Sun God at Puri is too all in size and not even in keeping with the pedestal the temple of Konarka, not to speak of the temple self.

 

The image at Puri is in a standing posture and there are the seven conventional horses along with the image. From the style of the temple of Konarka, which was built like a chariot (Rath) and where there were seven horses the gate as if drawing the Rath, this image cannot be insidered to be a suitable presiding deity. The image in the temple as in the case Sun at Konarka should be in a sitting structure as in the case of the image now discovered and can never stand. There should not be the seven horses below the image. As there was a pillar for Aruna side the temple at Konarka he (Aruna) cannot be in below the image of the Sun as in the case of the image at Puri.

 

To support my point that the Sun God at Konarka not stand I mentioned that there is a relief of the God in a cave at Khandagiri. The Sun God is depicted as being driven by his horses in a car.There he stands on the pedestal of the car with his two wives11 beside him. So also, the relief in the temple of Biraja at Jajpur 12 shows that the Sun God sits in his car and does not stand.

 

Above all, the stone block for the direct support of presiding deity at Konark was rectangular in shape would coincide with the size of image now recovered. It does not coincide with the image at Puri. This stone block has been constructed for the support even decoration of a presiding deity smaller in size the image of Puri is, it would have been smaller in or if bigger it must have been either semi-circular of any other shape which would have added to the beauty of the deity as well as the pedestal.

 

Another and the most psychological point is that Narasimha Dev having constructed (if at all he built) such a magnificent temple as the Konarka temple is should not have been content with an image of the type now at Puri. If there was already Sun worship at Konarka before the present temple was built the builder must have at least carved out a new image quite befitting the temple and would have invited with all the ceremonies the Sun God from the old image to the new one. This practice of abahana of gods from old images to new ones is followed even up till now.

 

If the image at Puri is at all the presiding deity of Konarka then it may be the image of the older temple and which the priests were worshiping in the present temple after the removal of the real presiding deity by Kalapahara.

 

One more point is that in every other temple in Odisha the Sun God is worshipped. At Jajpur it is worshipped. At Bhubaneswar also the Sun God is worshipped 13 in a separate temple. So it is quit natural that the temple of Jagannath, which is an assembly of all gods, should have a sun god and a temple intended for it. This might have been especially so when the temple of Jagannath was built at a time when Sun worship was quite popular in Odisha. So I think that the Sun image whish is at present in the temple of Surya at Puri is an image originally intended for the temple of Puri.

 

The other two image in the temple of Surya at Puri are the metallic images of the Sun and the Moon. In my opinion these two images only were brought by Narasimha Dev from Konarka to Puri. The point is, if Narasimha Dev brought the stone image of the Sun from Konarka, wherefrom these metallic images came ? They were certainly not there: why should the metallic images be there if previous to that date there were no presiding deities of the Sun or the Moon in that temple ? On the other hand, if Narasimha Dev brought the metallic images along, with the presiding deities where is the presiding deity of the Moon which he brought with him ? So I conclude that Narasimha Dev brought from Konarka only these two metallic images (Chalanti Pratimas) from Konarka because there were no presiding deities there and placed them in the temple at Puri which was dedicated to the Sun God.

From all these points examined above I consider that the image discovered is the real presiding deity of the temple of Konarka which was removed to Cuttack by Kalapahara.

 

Another reason why I conclude that the image was brought to Cuttack by Kalapahara is that the place wherefrom it was discovered is a place within the biggest Muhammedan locality of the town. There is just near the place the office buiding of Kadam Rassul (the most important Muslim memorial at Cuttack) ever since the mosque was built. It is said that the mosque was built during the reign of Jehangir. Moreover, the spot from which the image was dug is just below a place where the Muhammedans of the locality hold their Akhada (traning in wrestling etc.). From the word Akhada the pond from which the image was discovered derived its name “ Akhada Pokhari.’’ There is on the spot a Pir. Even now a red flag having the crescent it always flies over a tree there.

 

As this has long been a Muslim area, it may be that the army of Kalapahara camped here, and in the locality, considering the importance of the place, the Muhammedans have settled. They might have been settling there since then as after Kalapahara’s inroad Cuttack all along remained in the hands of the Muhammedans. Since 1568 it has never come to be ruled any Odia king of the place again.

 

I imagine that Kalapahara brought, the images Jagannath, Surya Narayan, etc. to Cuttack first. As the were water-ways a country boat might have served purpose. There were no direct inland water-ways from Cuttack to Bengal. The image of the Sun God is heavy that it cannot be carried away by bullock or elephants. So when Kalapahara saw that it was impossible to carry the image as far as the capital in Bengal to display his vandalism there he the image into pieces and buried it in the place from it has now accidentally been found out after lapse of almost four centuries. He carried away image of Jagannath to make bonfire on the because it was a wooden one and accordingly light.

 

I invite the attention of all concerned and that the place wherefrom the image was discover should be thoroughly excavated. It may be, we may the head portion of the image out of the place. We also get something more which will contribute tantially to the history of Odisha.

 

I also desire that the image as it is now should removed to Konarka to be placed on the pedestal. When the temple itself is broken we do not minding a broken images in it.

 

Reference:

1.

Akhada Pokhari of Qazi Bazar.

2.

Konarka by Bishan Swarup, P.27.

3.

Ibid, P.65.

4.

Konarka, by Bishan Swarup, Chapter-XI, P.84

5.

Prachina Gadya-Padya-Darsa, Prachi Publication, P.9.

6.

Konarka by Krupasindhu Misra, P.397.

7.

Journal of the B. & O. Research Society, Vol.XIII, 1927, P.23.

8.

Hunter’s Odisha, Vol.II, PP.272 & 280.

9.

History of Odisha by R.D. Banerjee, Vol.II.P.60.

10.

Konarka by K. Misra, P.272.

11.

Konarka Mandir by Birendranath Roy, P.5.

12.

Hunter’s Odisha, Vol.I, P.285.

13.

History of Odisha by R.D. Banerjee, Vol.II, P.363.

[ The Modern Review For February, 1945]

 

***

 

Unknown

ଉପସଂହାର

 

(କ) ପ୍ରାଣକୃଷ୍ଣ ସ୍ମରଣିକା

କବି ପ୍ରାଣକୃଷ୍ଣ ୧୯୫୯ ମସିହା ଜାନୁଆରୀ ୨୮ ତାରିଖରେ କଟକ ବଡ଼ଡାକ୍ତରଖାନାରେ ମର୍ମନ୍ତୁଦ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ସେତେବେଳେ କବି ମୁରାରିମୋହନ ଜେନା ସ୍ୱତଃ ପ୍ରବୃତ ହୋଇ ନିଜର ବନ୍ଧୁମାନଙ୍କ ସହ କଟକ ମେଡ଼ିକାଲରେ ପହଞ୍ଚି ଖାନନଗର ଶ୍ମଶାନରେ ଶବ ସତ୍କାରର ସମସ୍ତ ବ୍ୟବସ୍ଥା କରିଥିଲେ । ପ୍ରାଣକୃଷ୍ଣ ଦୁଇଝିଅ ପୁଷ୍ପ, ମିନି ଓ ପୁତ୍ର ମିତ୍ରଭାନୁ ସମସ୍ତେ ଛୋଟ । ବଡ଼ଝିଅ ପୁଷ୍ପ ସେହିବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେବାର ଥାଏ । କନ୍ୟା ମିନି ମି.ଇ. ସ୍କୁଲର ଛାତ୍ରୀ ଓ ପୁତ୍ର ମିତ୍ରଭାନୁ ମାତ୍ର ନଅବର୍ଷର । ଶାଳକ ରାଇଚରଣ ସାମଲ କେବଳ ସାହାଭରସା ଥା’ନ୍ତି । ତାଙ୍କ ନିଜ ଭାଇମାନେ ଭୀମସେନ ଓ ବାଞ୍ଛାନିଧି ପ୍ରାଣକୃଷ୍ଣଙ୍କ ଦୁରାବସ୍ଥାରେ ସେପରି ସାହାଯ୍ୟ କରିନଥିଲେ । ପିତା ମଣି ସାମଲ ବୃଦ୍ଧ ।

 

ଏହିପରି ଦୂରାବସ୍ଥା ସମୟରେ କବି ମୁରାରିମୋହନ ଜେନା ଅଣ୍ଟା ଭିଡ଼ି ବାହାରିଥିଲେ ଏହି ଦୁଃସ୍ଥ ପରିବାରକୁ ସାହାଯ୍ୟ କରିବା ପାଇଁ । ପତ୍ନୀ ଛାୟା ସାମଲ ସ୍ୱାମୀଙ୍କ ଅକାଳ ବିୟୋଗରେ ହତବାକ୍‌ ହୋଇପଡ଼ିଥାନ୍ତି ।

 

କବି ପ୍ରାଣକୃଷ୍ଣଙ୍କ ମୃତ୍ୟୁଶଯ୍ୟା ନିକଟରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ହେଲେ – ବିଚିତ୍ରାନନ୍ଦ କର, ବିରଜା ପ୍ରସାଦ କର, ସୀତାକାନ୍ତ ମହାନ୍ତି, ଶ୍ୟାମସୁନ୍ଦର ମିଶ୍ର, ନୀଳମଣି ରାଉତ, ରାଜେନ୍ଦ୍ର ବର୍ମା, ବିଶ୍ୱନାଥ ନାୟକ, ମଧୁସୂଦନ ସ୍ୱାଇଁ, ଜ୍ଞାନୀନ୍ଦ୍ର ବର୍ମା, ମୁରାରିମୋହନ ଜେନା, ରାୟଚନ୍ଦ୍ର ସାମଲ, କନ୍ୟା ପୁଷ୍ପା ଓ ପୁତ୍ର ମିତ୍ରଭାନୁ ।

 

କବି ମୁରାରିମୋହନ ପ୍ରାଣକୃଷ୍ଣ ସ୍ମରଣିକା ପ୍ରକାଶ ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ-। ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ୧୯୬୦ ଜାନୁଆରୀ ୨୮ ତାରିଖରେ ‘ପ୍ରାଣକୃଷ୍ଣ ସ୍ମରଣିକା’ ପ୍ରକାଶ ପାଇଥିଲା ।

 

କବି ମୁରାରି ମୋହନ ‘ପ୍ରାଣକୃଷ୍ଣ ସ୍ୱାଗତୀକା’ରେ ଅଙ୍ଗେ ନିଭାଇବା କଥା ଲେଖିଛନ୍ତି –

 

ସେଇଦିନ କେତେକ ବନ୍ଧୁଙ୍କସହ ତାଙ୍କ ଶବକୁ ବହନ କରି ଛଳଛଳ ଆଖି ଲୁହରେ ଖାନନଗର ମଶାଣିରେ ଶେଷ ଚିତା ଜଳାଇବାର ସୌଭାଗ୍ୟ ଲାଭ କରିଥିଲି । ତାଙ୍କର ଏ ଶବ ଶୋଭାଯାତ୍ରାରେ ତାଙ୍କର କେତେଜଣ ଆତ୍ମୀୟ ସ୍ୱଜନ ଓ ଆମଭଳି କେଇଟି ତରୁଣ ହିଁ ଥିଲେ । ତା’ର ସର୍ବମୋଟ ସଂଖ୍ୟା ସାତ । ଦେଶର ଜଣେ କବିଙ୍କ ପ୍ରତି କଟକ ଭଳି ଏକ ସହରରେ ଏମିତି ଉଦାସୀନତା ଆମ ପ୍ରାଣକୁ, ସେତେବେଳେ କେମିତି ବ୍ୟଥିତ କରୁଥିଲା ତାହା ଭାଷାରେ ପ୍ରକାଶ କରିପାରୁନି ।

 

ତା’ପରେ ତାଙ୍କର ଦଶାହ ଆମମାନଙ୍କର ସହଯୋଗିତାରେ ‘ଉତ୍କଳ ସାହିତ୍ୟ ସମାଜ’ରେ ପାଳିତ ହୁଏ । ସେହିଦିନ ମଧ୍ୟ ମୁଁ ମୋର କେତେକ ସାହିତ୍ୟିକ ଗୁରୁଜନମାନଙ୍କୁ କଥା ପ୍ରସଙ୍ଗରେ ପ୍ରାଣକୃଷ୍ଣଙ୍କ ସମ୍ପର୍କରେ ଏକ ସ୍ମରଣିକା ଗ୍ରନ୍ଥ ପ୍ରକାଶ କରିବାର ଉଦ୍ୟମ କରୁଛି ବୋଲି କହିଥିଲି । ସଙ୍ଗେ ସଙ୍ଗେ ସମସ୍ତଙ୍କର ସମର୍ଥନ ପାଇଲି । ସେଦିନର ସ୍ୱପ୍ନ ଆଜି ସତ୍ୟରେ ପରିଣତ ହୋଇପାରିଛି ।

 

ଶିଳ୍ପୀ ଲକ୍ଷ୍ମୀଧର ଦାସ ପୁସ୍ତକର ପ୍ରଚ୍ଛଦପଟକୁ ନିଜ ତୂଳୀରେ ସୁଶୋଭନ କରିଥିଲେ ।

 

ଏହି ସ୍ମରଣିକା ଯେଉଁମାନଙ୍କ ଲେଖାରେ ସମୃଦ୍ଧ ପୂର୍ବରୁ ତହିଁର ସୂଚନା ପ୍ରଦାନ କରାଯାଇଛି । ପ୍ରକାଶକ ଥିଲେ ଗଗନ ବିହାରୀ ଜେନା । ପୁଷ୍ପଗିରି ପ୍ରକାଶନ କଟକ – ୨, ମୁଦ୍ରାକର ଗଗନ ବିହାରୀ ଜେନା, ଗ୍ରାମସେବକ ସମବାୟ ପ୍ରେସ୍‌, କଟକ, ମୂଲ୍ୟ – ଦୁଇଟଙ୍କା ମାତ୍ର-

 

ପ୍ରାଣକୃଷ୍ଣ ଗ୍ରନ୍ଥାବଳୀ ପ୍ରକାଶ ପାଇଁ ମଧ୍ୟ ମୁରାରିବାବୁ ଉଦ୍ୟମ ଆରମ୍ଭ କରିଥିଲେ ଓ ଓଡ଼ିଶା ବୁକ୍‌ଷ୍ଟୋରର ମାଲିକ ଗୋବିନ୍ଦ ପାତ୍ରଙ୍କୁ ରାଜି କରାଇଥିଲେ । କିନ୍ତୁ କେତେକ ଅସୁବିଧା ହେତୁ ପ୍ରାଣକୃଷ୍ଣ ଗ୍ରନ୍ଥାବଳୀ ପ୍ରକାଶ ପାଇପାରିଲା ନାହିଁ । ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାଣକୃଷ୍ଣ ଗ୍ରନ୍ଥାବଳୀ ପ୍ରକାଶ ପାଇଁ ଯତ୍ନଶୀଳ ହେବା ଏକାନ୍ତ ଆବଶ୍ୟକ ।

 

(ଖ) ପ୍ରାଣକୃଷ୍ଣଙ୍କ ସ୍ମୃତି ରକ୍ଷା

ବିଶିଷ୍ଟ କବି, ଔପନ୍ୟାସିକ, ଗାଳ୍ପିକ, ନାଟ୍ୟକାର ପ୍ରାବନ୍ଧିକ ପ୍ରାଜ୍ଞ ପ୍ରାଣକୃଷ୍ଣଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କ ବିୟୋଗରେ ୫୩ ବର୍ଷ ପରେ ମଧ୍ୟ ସେପରି କିଛି ହୋଇନାହିଁ ।

 

‘‘ପ୍ରାଣକୃଷ୍ଣ ଗ୍ରନ୍ଥାବଳୀ’’ ଏ ପର୍ଯ୍ୟନ୍ତ ପ୍ରକାଶ ପାଇପାରିଲା ନାହିଁ । ବାଦାମବାଡ଼ିରେ ସ୍ୱାଧୀନତା ପ୍ରାକ୍‌କାଳରେ ୧୯୫୦ ରେ ସେ ପ୍ରଥମ ଘର କରିଥିବାରୁ ତାଙ୍କ ଗୃହ ସମ୍ମୁଖ ରାସ୍ତାକୁ ‘ପ୍ରାଣକୃଷ୍ଣ ମାର୍ଗ’ ରୂପେ ନାମିତ କରିବା ପାଇଁ ବନ୍ଧୁ ନିଜର ଦାବି କାର୍ଯ୍ୟକାରୀ ହୋଇପାରିନାହିଁ ।

 

ଏବେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାଜ୍ଞକବି ପ୍ରାଣକୃଷ୍ଣଙ୍କ ସାରସ୍ୱତ ସାଧନା ଉପରେ ଏକ ସମୀକ୍ଷା ପୁସ୍ତକ ପ୍ରକାଶ କରାଉଥିବା ଆନନ୍ଦର ବିଷୟ ଅଟେ । କବି ମଙ୍ଗୁଳି ଚରଣ ବିଶ୍ୱାଳ ପ୍ରାଣକୃଷ୍ଣ ସ୍ମରଣିକାରେ ‘ଶ୍ରୀ ପ୍ରାଣକୃଷ୍ଣ ସାମଲ’ ଶୀର୍ଷକ ଯେଉଁ କବିତାଟି ଲେଖିଥିଲେ ତାହା ଏଠାରେ ଉଲ୍ଲେଖ କରି କବି ପ୍ରାଣକୃଷ୍ଣଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି ।

 

      ‘‘କହିବ କି କେହି ଦେଖିଅଛ ଯଦି ଟାଣୁଆ ପଥର ଛାତିରେ

      କଅଁଳ କଳିକା ବିକଶି ଉଠଇ ନିରୋଳା ମଧୁର ରାତିରେ ।

      ଝରିଗଲା ଯେବେ ସେ ଚାରୁକଳିକା ଯାମିନୀର ଶେଷ ଲଗନେ

      ନିରେଖିଛ କେହି? ପରାଣୁ ପରାଣ ମିଶିଗଲା ଯେବେ ଗଗନେ

      ପରାଣୁ ଅଧିକା ପ୍ରାଣକୃଷ୍ଣଙ୍କୁ ବାହୁନି ବିଧୁରା ରାଧିକା

      ନୀପ ଛାଇ ତଳେ ଲୁହ ଢାଳୁଥିବ ଶେଷ ସାଧନାର ସାଧିକା ।

      ତା’ର ନାଇଁ ଗୀତ ବାଇଦ ବଜାଇ ସହରର ଛନ୍ଦେ ଚାଲିରେ

      ସମବେଦନାର ଆଶା ଶୁଣାଇଲ ଶୁଣିଲା କି ଗୋଡ଼ି ବାଲିରେ ।

      ଜିଇଁଲା ଜୀବନ ରୋଗେ ପଚିଶଢ଼ି ଶେଷେ ପୋଡ଼ିହେଲା ପାଉଁଶ

      ମଲା ଦିହଟାକୁ ଯେତେ ଚୋବାଇଲେ ଜାଣିବକି ହାଡ଼ ମାଉଁଷ ?

      ଜୀବନର ଭାଉ କିଏ ବା ବୁଝୁଛି ? ପଚାରୁଛି ଆଜି କହନା ?

      ମଶାଣି ପଦାରେ ପକାଇ ଫେରିଲେ ହୁଏ ଯାହା ଖାଲି ବାହାନା ।

      ସାମଲ ବାବୁହେ ମଣିଷପଣିଆ ସରିଛି ଆଗର ମନରୁ

      ପଶୁ ଆମେ ସବୁ ନର ରୂପ ଧରି ଏ ଲାଗେ ଫେରିଛୁ ବନ । ’’

 

ହେ ମହାନ୍‌ ସାଧକ, ନବନବ ଉନ୍ମେଷଶାଳିନୀ ପ୍ରଜ୍ଞାର ଅଧିକାରୀ, ଔପନ୍ୟାସିକ, ଗାଳ୍ପିକ, ନାଟ୍ୟକାର, କବି, ପ୍ରାବନ୍ଧିକ ଓ ମହାନ୍‌ ସମାଜ ସଂସ୍କାରକ ପ୍ରାଣକୃଷ୍ଣ ! ଏବେ ନର ରୂପ ଧରି ବଣରୁ ଫେରିଥିବା ଆମପରି ପଶୁମାନଙ୍କଠାରୁ ଆପଣ ଆଉ କ’ଣ ଅଧିକ ଆଶା କରିଥାନ୍ତେ-? ଆପଣ ମରି ଅମର । ଆପଣଙ୍କ ସାରସ୍ୱତ ଅବଦାନକୁ ଏ ଓଡ଼ିଆ ଜାତି କଦାପି ଭୁଲିପାରିବ ନାହିଁ । ଉତ୍କଳ ସାରସ୍ୱତ ଭଣ୍ଡାରରେ ଆପଣଙ୍କ ଅମର ଲେଖନୀରୁ ନିସୃତ କାବ୍ୟ, କବିତା, ଗଳ୍ପ ଉପନ୍ୟାସ, ପ୍ରବନ୍ଧଗୁଡ଼ିକ ଅମୂଲ୍ୟ ରତ୍ନ ସ୍ୱରୂପ ଚିରଦିନ ଜାଜୁଲ୍ୟମାନ ରହିବ ଏହା ନିଃସନ୍ଦେହ ।

 

 

ପରିଶିଷ୍ଟ

 

(କ) ମୁଁ କାହିଁକି ଲେଖେ

‘ମୁଁ କାହିଁକି ଲେଖେ’ ପ୍ରବନ୍ଧଟି ପ୍ରାଣକୃଷ୍ଣଙ୍କ ହୃଦୟର କଥା । ଏହା ଅତ୍ୟନ୍ତ ଉଚ୍ଚକୋଟିର, ଭାବ ଉଦ୍ଦୀପକ ଓ ହୃଦୟସ୍ପର୍ଶୀ ପ୍ରବନ୍ଧ । ଏହାର ଭାଷା ଅତି ଚମତ୍କାର ।

 

କବି ପ୍ରାଣକୃଷ୍ଣ ତାଙ୍କର ଜୀବନୀ ଲେଖିନାହାନ୍ତି, କିନ୍ତୁ ଏହି ପ୍ରବନ୍ଧରୁ ସେ କିପରି ପିଲାଦିନରୁ ଲେଖିବା ପାଇଁ ପ୍ରକୃତିଠାରୁ ପ୍ରେରଣା ପାଇଥିଲେ ତାହା ସ୍ପଷ୍ଟ ଜଣାପଡ଼େ । ତାଙ୍କର ବୟସ ସେତେବେଳକୁ ଚଉଦ ପନ୍ଦର ବୟସ । ଏକ ଶୁଭ୍ର ଶରତ ସନ୍ଧ୍ୟାରେ ସେ ପଟ୍ଟାମୁଣ୍ଡାଇ କେନାଲର ଏକ ପକ୍‌କା ସାଇଫୁନ୍‌ ଉପରେ ଏକାକୀ ବସିଥାନ୍ତି । ସେ ସେହି ସନ୍ଧ୍ୟାରେ ପ୍ରକୃତିର ଶୋଭା ବର୍ଣ୍ଣନା କରି ଲେଖିଛନ୍ତି –

 

‘‘ସମ୍ମୁଖରେ ଶସ୍ୟ କ୍ଷେତ୍ରାକୃତ କଇଁଫୁଲରେ ତାରକିତ ବିସ୍ତୃତ ଏକ ଜଳରାଶି । ତନ୍ମଧ୍ୟରୁ ସୁନୀଳ ଆକାଶ ସହିତ ସ୍ନିଗ୍ଧ ଚନ୍ଦ୍ରମାର ପ୍ରତିବିମ୍ବ । ବୟସ ମୋର ତେର କି ଚଉଦ ହେବ ସେତେବେଳକୁ ।’’

 

ଏହିଠାରୁ ତାଙ୍କର କବିତା ଲେଖିବା ପାଇଁ ମନୋବୃତ୍ତି ସୃଷ୍ଟି ହୁଏ । ଶ୍ରୀମତୀ କବିତା ତାଙ୍କ କଲମରୁ ରୂପ ନେବାପାଇଁ ଆତୁରା ହୁଅନ୍ତି । କୋଠପଦା ମଧ୍ୟଇଂରାଜୀ ବିଦ୍ୟାଳୟର ହାତଲେଖା ପତ୍ରିକା ‘ମଧୂପ ଗୁଞ୍ଜନ’ ପାଇଁ ସେ ଲଖନ୍ତି ତାଙ୍କର ପ୍ରଥମ କବିତା ‘ଚନ୍ଦ୍ର’ ।

 

ପ୍ରଥମ କବିତା ଚନ୍ଦ୍ରଠାରୁ ଶେଷ ପ୍ରକାଶିତ କବିତାଗୁଚ୍ଛ ‘ଭିନ୍ନଦୃଷ୍ଟି’ ବହୁଦୂର ପଥଜ୍ୟୋତ୍ସ୍ନା, ରଜପର୍ବ, କସ୍ତୁରିକାର କବି, ପଲ୍ଲୀ ଜୀବନ, ନୀଳକମଳ, ହିନ୍ଦୁ ଓ ମୁସଲମାନ, ସହଯାତ୍ରିଣୀ ଉପନ୍ୟାସର ଔପନ୍ୟାସିକ, ହାତୀକାଦାନ୍ତ, ସାତଦୀପ ଗଳ୍ପଗୁଡ଼ିକର ଗାଳ୍ପିକ ଓ ପ୍ରାବନ୍ଧିକ ପ୍ରାଜ୍ଞ ପ୍ରାଣକୃଷ୍ଣ କାହିଁକି, କିପରି ଓ କେଉଁ ପରିସ୍ଥିତିରେ ଲେଖିଲେ ତାହା ସେ ନିଜେ ବର୍ଣ୍ଣନା କରିଛନ୍ତି ‘ମୁଁ କାହିଁକି ଲେଖେ’ ପ୍ରବନ୍ଧରେ । ତେଣୁ ତାଙ୍କର ସେହି ‘ମୁଁ କାହିଁକି ଲେଖେ’ ପ୍ରବନ୍ଧଟି ଏଠାରେ ଅବିକଳ ଉପସ୍ଥାପନ କରାଗଲେ ପାଠକମାନଙ୍କ ଅବଗତିକୁ ତାହା ଯଥାର୍ଥ ଭାବରେ ଆସିପାରିବ । ଯଥା –

 

‘‘କମନୀୟ ଶୁଭ୍ର ଯେଉଁ ନିନ୍ଦିତ ପ୍ରଭାତେ

ମର୍ମ ରତ୍ନାକର ତଳୁ ଭାବ ଉର୍ମିସାଥେ

କଳାର ନୂତନ ଛନ୍ଦେ ଭାଷାର ପ୍ରବନ୍ଧେ

ଦେହ ନେଲ, ରୂପ ନେଲ ଶ୍ରୀମତୀ କବିତା

ସୁବିମଳ ମନେ ଅଛି କେବେ ଭୁଲିନି ତା’’

 

ତମେ ପ୍ରଥମେ ମୋର ପ୍ରାଣରେ ପ୍ରକାଶନ୍ମୁଖୀ ପ୍ରେରଣା ଜାଗ୍ରତ କରାଇଲ ଏକ ଶୁଭ ଶରତ ସନ୍ଧ୍ୟାରେ । ମୁଁ ବସିଥାଏ ପଟ୍ଟମୁଣ୍ଡାଇ କେନାଲ କୂଳର ଏକ ପକ୍‌କା ସାଇଫୁନ୍‌ର ଉପରେ । ସମ୍ମୁଖରେ ଶସ୍ୟ କ୍ଷେତ୍ରାକୃତ କଇଁଫୁଲରେ ତାରକିତ ବିସ୍ତୃତ ଏକ ଜଳରାଶି । ତନ୍ମଧ୍ୟରୁ ସୁନୀଳ ଆକାଶ ସହିତ ସ୍ନିଗ୍ଧ ଚନ୍ଦ୍ରମାର ପ୍ରତିବିମ୍ବ । ବୟସ ମୋର ତେର କି ଚଉଦ ହେବ ସେତେବେଳକୁ ।

 

ଦିନେ ଦୁଇଦିନ ପରେ ପ୍ରୟୋଜନ ପଡ଼େ ଏକ ଲେଖାର – କୋଠପଦା ମଧ୍ୟଇଂରାଜୀ ବିଦ୍ୟାଳୟର ହାତଲେଖା ‘ମଧୂପ ଗୁଞ୍ଜନ’ ପ୍ରଥମ କରି ବାହାରିବାର କଥା । ଆଗରୁ ସୁନାମ ହୋଇସାରିଥାଏ ସ୍କୁଲରେ । ଭାବାର୍ଥ ମୋର ଭଲ ହେଉଛି । ପରବର୍ତ୍ତୀ ମଧୁସୂଦନ ରାଓଙ୍କ ‘ସାହିତ୍ୟ ପ୍ରସଙ୍ଗ’ ଭାବାର୍ଥଗୁଡ଼ିକୁ ହେଡ଼୍‌ପଣ୍ଡିତ ମହାଶୟ ଟିପି ନେଉଥାଆନ୍ତି ଅନାଗତ ଅଧ୍ୟାୟିମାନଙ୍କ ପାଇଁ । ଏହି ଉପସର୍ଗରେ ରଚିତ ହୁଏ ମୋର ପ୍ରଥମ କବିତା ‘ଚନ୍ଦ୍ର’ ।

 

ଯେ ଥରେ ଆସେ, ଆଉ ଅତି ଆପଣାର ହୋଇ ଆସେ । ସେ କି ଆଉ ଯାଏ ? ତେଣୁ ମୁଁ ଲେଖିଚାଲେ ଯାହାକିଛି ପ୍ରାଣକୁ ସ୍ପର୍ଶ କରେ – କନକ ସକାଳ, କୁହେଳି ଧୂସର, ଚନ୍ଦ୍ରମାସୀ ରଜନୀ, ଶସ୍ୟ ଆହରଣ ଉଦ୍ଦେଶ୍ୟରେ ପଂକ୍ତିଧରି ଉଡ଼ିଯାଉଥିବା ଶୁକପକ୍ଷୀ ଦଳ, କାମ-କୁସୁମ-ଧବଳିତ ପଠା, ଫୁଲଉଡ଼ା ଧାନକ୍ଷେତର ସୁନ୍ଦର ସୁଗନ୍ଧ, ପୁନ୍ନାଗ ଗଛର ହରିଦ୍ରାର କେଶର ଶୋଭିତ ପେନ୍ଥି ପେନ୍ଥି ଧବଳ ଫୁଲ – ପ୍ରକାଶିତ ହୁଏ ବୟସର ଧର୍ମ ନେଇ ରୂପ ତା’ର ବିଭିନ୍ନ । ତେବେ ମୂଳତଃ ମୁଁ ପ୍ରକୃତିର ଉପାସକ । ଲେଖା ମୋର ଜନ୍ମ ନିଏ ଏକ ଆନନ୍ଦମୟ ସଚେତନ ଭାବରୁ । ପ୍ରଫେସର ଆର୍ତ୍ତବଲ୍ଲଭ ସେଦିନ କହୁଥିଲେ – କବି ସଚ୍ଚିଦାନନ୍ଦ ।

 

ପ୍ରକୃତରେ ମୋ ଉପରେ ତା’ର ପ୍ରଭାବ ଏତେ ଦୂର ପକାଏ ଯେ ମୁଁ ଯୌବନର ପ୍ରାରମ୍ଭରେ ଗାଇ ବସେ ।

 

      ହେମମୟୀ ହେମନ୍ତ କିଶୋରୀ

            ଦିଅ ମୋତେ ପ୍ରାଣଭରା ପ୍ରୀତି

      ଜୋଚ୍ଛନା ସବୁରି ପ୍ରିୟ

            ଜୋଚ୍ଛନାର ପ୍ରିୟ ହେବାଲାଗି

      ମୋର ପୁର ପୁଞ୍ଜରେ ଫେରି

            ନିଶି ସାରା ରହେ ମୁଁ ଉଜାଣି

 

ଏ ଭାବର ପରିବର୍ତ୍ତନ କିନ୍ତୁ ହେଲା – ଦେହର ଜୁଆର ଯେତେବେଳେ ପ୍ରାଣର ଜୁଆରକୁ ବଳିଗଲା ମୋର ନାମ ହେଲା ଅନାରୂପ – ତଳେ ତା’ର ନମୁନା ।

 

      ‘‘ଦୂରୁ ଦେଖି ଯେଉଁ ଜଳ ହୁଏ ହସ ହସ

      ବିରସ ବଦନେ କେହ୍ନେ ଚାଲି ତା’ର ପଥ

      ତଥାପି ନୈତିକତାର ରୂପ ମୋ ଉପରେ ଅତିଗୁରୁ

      ବାସନା ଅନଳ ପରେ ସଞ୍ଜମର ଟାଣି ଆବରଣ

      ଭସ୍ମ ମୁହିଁ ପଳେ ପଳେ ଅଭିଶପ୍ତ ଜୀବନ୍ତ ମରଣ

      ରୂପର ପିପାସା ଦେଇ ନୀତିର ବନ୍ଧନେ

      କେ ମୋତେ ବାନ୍ଧିଲା କହ

      କିଆଁ କି କାରଣେ । ’’

 

ଅତି ସାନଟି ଦିନରୁ ଗୋଟାଏ ଆଦର୍ଶବାଦ ମଧ୍ୟରେ ବଢ଼ିବାକୁ ହୋଇଥିଲା ମତେ – ସେ ଘେନି ପ୍ରାଣର ଏ ସଙ୍ଘର୍ଷ ।

 

ଏ ସଙ୍ଘର୍ଷର ପରିସମାପ୍ତି ହୁଏ ଯେତେବେଳେ ମତେ ଲେଖିବାକୁ ମିଳେ –

 

କାର୍ତ୍ତିକେ ଆଜି ତୁମକୁ ନିକଟେ ପାଇ

ଶୌଚ ଏ ମୋର ପ୍ରାଣ ହୋଇଉଠେ ପ୍ରିୟା ।

ଏ ଗଲା ଲେଖକ ଜୀବନର ଏକ ଅଧ୍ୟାୟ । ଯେତେବେଳେ କି ଲେଖାର କ’ଣ ବା କାହିଁକିର ପ୍ରଶ୍ନ ଉଠେ ନାହିଁ – ଅନ୍ତରର ଭାବ ଭାଷାରେ ପ୍ରକାଶିତ ହେବାକୁ ଚାହେଁ ଏବଂ ରୂପ ନିଏ-

 

ତା’ ପରେ ପ୍ରାଣରେ ଜାଗେ ଯଶ ଲିପ୍‌ସା । ମୁଁ ଲେଖକ ହେବି – ଚମତ୍କାର ଲେଖିବି । ଯୋଜନାକରି ଲେଖିବି । ଲେଖାକୁ ମୋର ସର୍ବାଙ୍ଗ ସୁନ୍ଦର କରିବି । ଯୌବନର ଶେଷ ପ୍ରାନ୍ତରେ ଉଭାହୋଇ ସୁନ୍ଦରୀ ରମଣୀ ଯେତେବେଳେ ନିଜକୁ ବସନ, ଭୂଷଣରେ ସଜ୍ଜିତ କରି ଅଧିକତର ସୁନ୍ଦର ଦିଶିବାକୁ ଚାହେଁ । ମୋର ମନେହୁଏ ଲେଖକ ଜୀବନର ଏହା ସେହିପରି ଏକ ଅବସ୍ଥା ଯେତେବେଳେ ପ୍ରାଣରୁ ଗୀତିଛନ୍ଦର ସହଜ ସୁନ୍ଦର ଧରା । ଜୀବନ ଜଞ୍ଜାଳର ତୁହୀନ ପରଶରେ ଆସ୍ତେ ଆସ୍ତେ ଜମାଟ ବାନ୍ଧି ଆସୁଥାଏ ତଥାପି ରୁଚିପୂର୍ଣ୍ଣ ବେଶଭୂଷା ଅନେକ ସମୟରେ ଉନ୍ମୁଖ ଯୌବନଠାରୁ ଅଧିକ ଉପଭୋଗ ହୋଇଥାଏ ।

 

ଜୀବନ ମୋର ଏ ମୁହୂର୍ତ୍ତ ଆସିବା ପୂର୍ବରୁ ଲେଖାର ଗଦ୍ୟ ଅବତରଣ କରି ଆସିସାରିଥିଲା । ଅବଶ୍ୟ ପଦମୟ ଗଦ୍ୟ । ଏ ପରିବର୍ତ୍ତନରେ ତେଣୁ ମୁଁ ଉପନ୍ୟାସ ରଚନାରେ ହାତ ଦିଏ । ଏହିଠାରୁ ମୋର ଉଦ୍ଦେଶ୍ୟ ମୂଳକ ଲେଖାର ଆରମ୍ଭ । ଆଗରୁ କହିସାରିଛି ଲେଖାର ନୈତିକତାର ପଟ୍ଟଭୂମିକୁ ତ୍ୟାଗ କରିବାକୁ ମୁଁ ଏକାନ୍ତ ଅନିଛୁକ ।

 

‘‘କେଶର କୁଞ୍ଜ ଶେଯରେ

      ବ୍ରଜେନ୍ଦ୍ର ବୁନ୍ଦାଙ୍କୁ ପୁଚ୍ଛନ୍ତି ଧୀରେ

            ରାଧା ବୋଲି କେ ବ୍ରଜରେ ?

ଏ ରୀତି ସୃଷ୍ଟିଠାରୁ ମୁଁ ପସନ୍ଦ କରେ

      ମୀନ ନୟନା କ୍ଷୀଣ

            ହେବନି ମୋ ବିନା । ’’

 

ମୁଁ ଚାହେଁ କବିତା ‘ମେଘଦୂତ’ ମର୍ତ୍ତ୍ୟରେ ରାମଗିରିଠାରୁ ଭାସିଯାଉ ଅଳକାପୁରୀକୁ ଯେଉଁଠାରେ ବିରହିଣୀ ଯକ୍ଷ ପତ୍ନୀ ତା’ର ସ୍ୱାମୀର ପ୍ରତ୍ୟାବର୍ତ୍ତନର ଦିଗ ଗଣି ବାତାୟନ ଧରି ପ୍ରାଣ ସହିତ ତା’ର ଦୃଷ୍ଟିକୁ ହଜାଇ ଦେଇଛି ଦୂର ଦିଗ୍‌ବଳୟ ଦେହରେ ।

 

ଭାଷାର ମାଧ୍ୟମରେ ମୁଁ ରସ ପରିବେଷଣ କରିବାକୁ ଚାହେଁ । ମାତ୍ର ରୁଚିକୁ ବିକୃତ କରିବାକୁ ଚାହେଁନାହିଁ । ସେ ଲାଗି ଲେଖାରେ ମୁଁ ଅଶୋଭନ ଚରିତ୍ରର ଅବତାରଣା କରେନାହିଁ । ମୁଁ ମନେକରେ ଦୁଷ୍ଟ ଚରିତ୍ର ଚିତ୍ରଣ ନକରି ମଧ୍ୟ ବଳିଷ୍ଠ ଚରିତ୍ର ସୃଷ୍ଟି କରିହେବ । ରାମ ସୀତାଙ୍କ ଚରିତ୍ରର ମହତ୍ତ୍ୱ ଫୁଟାଇବା ଲାଗି ରାବଣ ବା ରଜକୀ ଯେ ଅପରିହାର୍ଯ୍ୟ ମୁଁ ଏହା ଉପଲବ୍ଧ କରିନାହିଁ । ଆଜିଯାଏଁ – ଆଧୁନିକ ଜୀବନରେ, ଯେତେବେଳେ ସୂର୍ପଣଖା ବା ଚନ୍ଦ୍ରସେଣାର ପ୍ରତି ମୁହୂର୍ତ୍ତରେ ଚତୁର୍ଦ୍ଦିଗରେ ପ୍ରକାଶିତ ହେଉଛି, ତାକୁ ପୁନର୍ବାର ଚାରୁକଳାର ମଧ୍ୟ ଦେଇ ରସ ପିପାସୁମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାର ଯଥାର୍ଥତା କେଉଁଠି ? ମୁଁ ପାଠକ ପାଖରେ ଏପରି କିଛି ପରିବେଷଣ କରିବାକୁ ଚାହେଁ ଯାହାକିଛି ମନକୁ ତେଲଲୁଣ ଜୀବନର ଦୂର୍ବଳତା ମଧ୍ୟରୁ କ୍ଷଣକ ପାଇଁ ହେଲେ ନୂତନତ୍ୱର ରାଜ୍ୟକୁ ଟାଣି ନେବ । ସାହିତ୍ୟ ମନୁଷ୍ୟ ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେବା ଉଚିତ । ମାତ୍ର ସମସ୍ୟାର ଗୋଲକଧନ୍ଦାରୁ ବାହାରିବାର ବାଟ ବଢ଼ିଛି କେବଳ କଳା ସୃଷ୍ଟିର ବାଟ ଦେଇ । ସେଥିପାଇଁ ଦେଖିବାର କଥା କଳା ଦୃଷ୍ଟିରୁ ଲେଖା ଯେପରି କ୍ଷୁବ୍ଧ ନହୁଏ । ସାହିତ୍ୟ ପରି ପ୍ରଚାରର ବାହକ ନ ହୋଇ କଳା ସୃଷ୍ଟି କଲେ ତାହା ସାଧାରଣ ପରି ପ୍ରଚାରଠାରୁ ଶତଗୁଣରେ ଶକ୍ତିଶାଳୀ ହୁଏ ବୋଲି ମୋର ଧାରଣା । କଳାର ଗତିରେ କେତେ ସମସ୍ୟାର ସମାଧାନ ହୋଇପାରିନାହିଁ । କଳାର ଗତିରେ କେତେ ସମସ୍ୟାର ସମାଧାନ ହୋଇପାରିନାହିଁ, ମାତ୍ର ପତି ନିଗୃହିତା ଶକୁନ୍ତଳା ଆଜି ମଧ୍ୟ ଚକ୍ଷୁକୋଣରେ ଲୋତକର ସଞ୍ଚାର କରେ କାଳିଦାସଙ୍କର କମନୀୟ ଲେଖା ଶୈଳୀରେ ବ୍ୟଥିତ ହୋଇ । ସୁଫିଜିମ୍‌ ବିଷୟରେ କେତେ ପୁସ୍ତକ ପ୍ରଣିତ ହୋଇନଥିବ ମାତ୍ର ଓମାରଙ୍କର ରୁବାୟତ୍‌ ପରି କେହି ସର୍ବଦେଶ ଓ ସର୍ବକାଳର ମନକୁ ଅଧିକାର କରିପାରିଛି କି ?

 

ଏହି ଆଦର୍ଶକୁ ଆଗରେ ରଖି ଏବଂ କେତେକ କାରଣରୁ ରାଜନୈତିକ ସମସ୍ୟାର ଆଲୋଚନା କରିବା ପାଇଁ ମୋର ସ୍ୱାଧୀନତା ନଥିବାରୁ ମୁଁ ମୋର କଲମକୁ ଚାଳିତ କରେ ସାମାଜିକ ସମସ୍ୟା ନେଇ ।

 

ଆବର୍ଜନାକୁ ନୂତନ ନିର୍ଦ୍ଦେଶରେ ମାଟି ତଳେ ପୋତି ତା’ ଉପରେ ଆଦର୍ଶ ଚରିତ୍ର ସୂଚକ ପୁଷ୍ପପାଦୀ ରୋପଣ କରି ଦେଇଯିବାକୁ ମୁଁ ଚାହେଁ ନୂତନ ଆନନ୍ଦମୟ ଯୁଗର ପରିକଳ୍ପନା ଦେଇ ଜୀବନ ବିମୁଖ ପ୍ରତ୍ୟେକଟି କାନରେ ଧ୍ୱନିତ କରିବାକୁ ଚାହେଁ ନବୀନ ଜୀବନର ଆଶାବରୀ ।

 

(ଖ) ମୈତ୍ରୀ ମହଲ

କବି ପ୍ରାଣକୃଷ୍ଣ ଦୋଳମୁଣ୍ଡାଇଠାରେ ‘ମୈତ୍ରୀମହଲ’ ନାମକ ଏକ ପୁସ୍ତକ ଦୋକାନ କିଛିଦିନ ପାଇଁ କରିଥିବାର ଜଣାଯାଏ । ତାଙ୍କର ଏକାଧିକ ପୁସ୍ତକର ପ୍ରାପ୍ତିସ୍ଥାନ ମୈତ୍ରୀମହଲ ଦୋଳମୁଣ୍ଡାଇ ବୋଲି ଉଲ୍ଲେଖ ରହିଛି । ତାଙ୍କ ଘରେ ଥିବା ଏକ କାଚ ଆଲମିରାରେ ‘ମୈତ୍ରୀମହଲ’ ଲେଖାହୋଇଛି । ବୋଧହୁଏ ସେହି କାଚ ଆଲମିରା ମୈତ୍ରୀ ମହଲ ବହି ଦୋକାନରେ ଥିଲା ଓ ଦୋକାନଟି ଭାଙ୍ଗିଯିବା ପରେ କବି ସେହି କାଚ ଆଲମିରାକୁ ନିଜ ଘରକୁ ନେଇ ଆସିଥିଲେ ।

 

‘ମୈତ୍ରୀମହଲ’ ଏକ ସାଧାରଣ ବହିଦୋକାନ ନଥିଲା । ଏହା ବହୁ ଲବ୍‌ଧପ୍ରତିଷ୍ଠ କବି ଓ ସାହିତ୍ୟିକମାନଙ୍କର ମିଳନପୀଠ ଥିଲା । ଶିଳ୍ପୀଗୁରୁ ବିମ୍ବାଧର ବର୍ମା, କବି ଜ୍ଞାନୀନ୍ଦ୍ର ବର୍ମା, ରାଜେନ୍ଦ୍ର ବର୍ମା ପ୍ରାୟ ପ୍ରତି ସନ୍ଧ୍ୟାରେ ମୈତ୍ରୀ ମହଲରେ ପ୍ରାଣକୃଷ୍ଣଙ୍କ ସହ ଏକାଠି ବସି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଥିଲେ । ସମୟ ସମୟରେ ଡ. ମାୟାଧର ମାନସିଂହ ଓ କବି ରାଧାମୋହନ ଗଡ଼ନାୟକ ମଧ୍ୟ ଏହା ଆସରରେ ଉପସ୍ଥିତ ହୋଇ ଆଲୋଚନାରେ ଭାଗ ନେଉଥିଲେ । ଏହା ଏକ ସାହିତ୍ୟିକ ମିଳନପୀଠ ଥିଲା । ସାହିତ୍ୟ ଓ ସଂସ୍କୃତି ବିଷୟରେ ପ୍ରତ୍ୟହ ଆଲୋଚନା କରାଯାଉଥିଲା । ସେମାନେ ଯେଉଁ ସବୁ ନୂତନ ନୂତନ ପୁସ୍ତକ ରଚନା କରୁଥିଲେ ସେହି ସବୁ ପୁସ୍ତକ ବିଷୟରେ ମଧ୍ୟ ସମୀକ୍ଷା କରାଯାଉଥିଲା । ଆବଶ୍ୟକ ସ୍ଥଳେ ସଂଶୋଧନ ମଧ୍ୟ କରାଯାଉଥିଲା ।

 

ତେଣୁ ସେ ମୈତ୍ରୀମହଲ ଦ୍ୱାରା ଆକୃଷ୍ଟ ହୋଇ କବି ପ୍ରାଣକୃଷ୍ଣ ନିଜ ପୁତ୍ର ନାମ ମିତ୍ରଭାନୁ ରଖିଥିଲେ କହିବା ବାହୁଲ୍ୟ ମାତ୍ର । ତାଙ୍କର ଶାଳକ ରାୟଚନ୍ଦ୍ର ସାମଲ, ରାଜେନ୍ଦ୍ର ବର୍ମାଙ୍କ ପତ୍ନୀ ବିଦୁଷୀ ଲବଙ୍ଗଲତା ଦେବୀ ବର୍ମା, ଝାଞ୍ଜିରମଙ୍ଗଳାର ନାରୀ ସମାଜସେବୀ ବସନ୍ତ ଦେଈ ପ୍ରମୁଖ ମଧ୍ୟ ମୈତ୍ରୀ ମହଲ ଆଲୋଚନାରେ ସମୟ ସମୟରେ ଭାଗ ନେଉଥିଲେ ।

 

କବି ରାଧାମୋହନ ଗଡ଼ନାୟକ ଅଧିକାଂଶ ଦିନ ମୈତ୍ରୀ ମହଲ ଆଲୋଚନା ଚକ୍ରରେ ଭାଗ ନେଉଥିଲେ । ବାସ୍ତବରେ ମୈତ୍ରୀମହଲ ଏକ ‘ବାଣୀପୀଠ’ରେ ପରିଣତ ହୋଇଯାଇଥିଲା । ଦୀର୍ଘ ୨୦ ବର୍ଷ ଧରି ୧୯୩୨ରୁ ୧୯୫୨ ପର୍ଯ୍ୟନ୍ତ ମୈତ୍ରୀମହଲ ଓଡ଼ିଆ ସାହିତ୍ୟର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

 

ମୈତ୍ରୀମହଲ ଆଲୋଚନାରେ ଉତ୍କଳ ସାହିତ୍ୟ ଭଣ୍ଡାର ଯେ କିଛି ସମୟ ଆଲୋକିତ ହୋଇପାରିଥିଲା, ଏହା ନିଃସନ୍ଦେହ । ‘ମୈତ୍ରୀମହଲ’ ଏକ କ୍ଷୁଦ୍ର ଅନୁଷ୍ଠାନ ହେଲେ ମଧ୍ୟ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରାଣକୃଷ୍ଣ ପ୍ରତିଭାର ବିକାଶ ଏହି ମୈତ୍ରୀମହଲରୁ ହିଁ ହୋଇଥିଲା । ମୈତ୍ରୀମହଲ ବିଲୁପ୍ତ ହେବା ସଙ୍ଗେ ସଙ୍ଗେ ପ୍ରାଣକୃଷ୍ଣଙ୍କ ପ୍ରତିଭାର ମଧ୍ୟ ବିଲୋପ ହୋଇଥିଲା ।

 

ତେଣୁ କବି ପ୍ରାଣକୃଷ୍ଣ ଓ ମୈତ୍ରୀମହଲ ଅଙ୍ଗାଙ୍ଗୀ ଭାବେ ସମ୍ପୃକ୍ତ ଥିଲେ ।

 

(ଗ) ପତ୍ନୀ ଛାୟା ସାମଲ

ପୁରୁଷଙ୍କ ପ୍ରତିଭାର ବିକାଶ ପାଇଁ ସ୍ତ୍ରୀର ଅବଦାନ ବହୁ କ୍ଷେତ୍ରରେ ସ୍ୱୀକାର୍ଯ୍ୟ । ଗଣକବି ବୈଷ୍ଣବ ପାଣିଙ୍କୁ ତାଙ୍କ ପତ୍ନୀ ହର କବି ଓ ନାଟ୍ୟକାର ହେବାପାଇଁ ବହୁ ପ୍ରେରଣା ଦେଇଥିବାର ଜଣାଯାଏ । ହର ପାଣିଙ୍କ ପାଖରେ ବସି ବଟୁଆରୁ ପାନ କାଢ଼ି ଖଣ୍ଡିଏ ଖଣ୍ଡିଏ ପାଣିଙ୍କ ହାତକୁ ବଢ଼ାଇ ଦେଉଥିଲେ ଓ ପାଣି କବିତା ପରେ କବିତା ଲେଖି ଚାଲିଥାନ୍ତି ।

 

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିବା ବେଳେ ତାଙ୍କ ପ୍ରିୟତମାଙ୍କ ନୃତ୍ୟ, ଭକ୍ତକବି ଜୟଦେବ ଗୀତଗୋବିନ୍ଦ ଲେଖିବାବେଳେ ପତ୍ନୀ ପଦ୍ମାବତୀର ସାହାଚର୍ଯ୍ୟ କିମ୍ବଦନ୍ତୀରୁ ଜଣାଯାଏ । କଥାରେ ଅଛି –

 

      ‘‘ବିନାଶ୍ରୟେ ନବର୍ତ୍ତନ୍ତି

            କବିତା, ବନିତା, ଲତା । ’’

 

କବି ପ୍ରାଣକୃଷ୍ଣଙ୍କ ଶାରୀରିକ ଗଠନ ଅତ୍ୟନ୍ତ ସୌମ୍ୟ ଥିଲା ଓ ସେ ରସିକ ପ୍ରକୃତିର ବ୍ୟକ୍ତି ଥିଲେ । ବେରସିକ ଲୋକଙ୍କ ପାଇଁ ସାହିତ୍ୟ ଉଦ୍ଦିଷ୍ଟ ନୁହେଁ ବୋଲି ଅଭିମନ୍ୟୁ ସାମନ୍ତସିଂହାର ସ୍ୱରଚିତ ‘ବିଦଗ୍ଧ ଚିନ୍ତାମଣି’ରେ ଦର୍ଶାଇଛନ୍ତି ।

 

ରସିକ କବି ପ୍ରାଣକୃଷ୍ଣ କାହାଠାରୁ ତେବେ ପ୍ରେରଣା ପାଇଥିଲେ କବି ହେବାପାଇଁ ? ପତ୍ନୀ ଛାୟା ସାମଲଙ୍କୁ ସେ ଅଳ୍ପ ବୟସରେ ବିବାହ କରିଥିଲେ । ମ୍ୟାଟ୍ରିକୁଲେସନ ପାସ୍‌ କରିବା ପରେ ପରେ ମଉଦା ଗ୍ରାମର ଜଗନ୍ନାଥ ସାମନ୍ତରାୟ ମହାପାତ୍ର ଇଷ୍ଟେଟର ସଦର ତହସିଲଦାର କୃଷ୍ଣଚନ୍ଦ୍ର ସାମଲଙ୍କ କନ୍ୟା ଛାୟାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା । ତାଙ୍କର ବୟସ କୋଡ଼ିଏ ଭିତରେ ହୋଇଥିଲା ଓ ବିବାହ ପରେ ସେ ଷ୍ଟେନୋଗ୍ରାଫି ଦଶମାସ ପଢ଼ିଥିଲେ ଓ ଓଡ଼ିଶା ସଚିବାଳୟରେ ଷ୍ଟେନୋଗ୍ରାଫର ରୂପେ ଚାକିରି କରିଥିଲେ ।

 

ପ୍ରାଣକୃଷ୍ଣ ସଫା ଗୋରା ଥିବାବେଳେ ଛାୟା ଦେବୀ ଶ୍ୟାମଳୀ ଥିଲେ । ସେତେବେଳେ ଆଜିକାଲିକା ପରି ବର କନ୍ୟାଙ୍କ ଦେଖାଦେଖି ଓ ଭେଟାଭେଟି ହେଉ ନଥିଲା । ଏହାକୁ ଲକ୍ଷ୍ୟ କରି ବୋଧହୁଏ ପ୍ରାଣକୃଷ୍ଣ ବିବାହ କବିତାରେ ଲେଖିଛନ୍ତି–

 

      ‘‘ମନର ମଣିଷ ବାଛିବା ପାଇଁକି

            ଆମକୁ ଏ ଯାଏ ମିଳିନାହିଁ ଅଧିକାର

      ବିଭାହେବା ଜନ ମତ ନାହିଁ ଲୋଡ଼ା

      ବରକନ୍ୟା ଯେହ୍ନେ କିଣା ଗୋରୁ ଘୋଡ଼ା

                  ମାନବ ଜୀବନ

                  ଶ୍ରେଷ୍ଠ ଅନୁଷ୍ଠାନ

                        କିବା ପରିଣତି ତା’ର । ’’

 

ତେଣୁ ଏ ବିବାହରେ ସେ ଖୁସି ନଥିବା ଅନୁମାନ କରାଯାଇପାରେ । କିନ୍ତୁ ପ୍ରାଥମିକ ଅବସ୍ଥାରେ ତାଙ୍କ ପାରିବାରିକ ଜୀବନ ସୁଖରେ କଟିଥିବା ଜଣାପଡ଼େ । ସେ ତାଙ୍କର ପୁସ୍ତକକୁ ‘ପ୍ରିୟାଛାୟା’ ହସ୍ତରେ ସମର୍ପଣ କରିଛନ୍ତି । ୧୯୩୦ରୁ ୪୫ ମସିହା ପର୍ଯ୍ୟନ୍ତ ୧୫ ବର୍ଷ ତାଙ୍କ ସାହିତ୍ୟିକ ଜୀବନର ଶୁକ୍ଲପକ୍ଷ ଅଟେ । ଏହି ସମୟରେ ତାଙ୍କ ପାରିବାରିକ ଜୀବନ ସୁଖମୟ ଥିଲା-। ଦୁଇ କନ୍ୟା ପୁଷ୍ପ ଓ ମିନି ଏହି ସମୟରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପୁଅ ନଥିବାରୁ ଉଭୟ ପ୍ରାଣୀଙ୍କ ମନରେ ଯେଉଁ କଷ୍ଟ ଥିଲା ୧୯୫୨ ମସିହାରେ ପୁତ୍ର ମିତ୍ରଭାନୁ ଜନ୍ମ ହେବା ପରେ ସେହି ଦୁଃଖ ଦୂର ହୋଇଯାଇଥିଲା ।

 

କିନ୍ତୁ ୫୨ ରୁ ୫୯ ଏହି ସାତବର୍ଷ ପ୍ରାଣକୃଷ୍ଣଙ୍କ ଜୀବନରେ କୃଷ୍ଣପକ୍ଷ । ମସ୍ତିଷ୍କ ଗୋଳମାଳ, ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ଚାକିରି ପରିତ୍ୟାଗ, ଅର୍ଥାଭାବ ଯୋଗୁ ବନ୍ଧୁମାନଙ୍କୁ ଭେଟି ସାହାଯ୍ୟ ଭିକ୍ଷା ଓ ଶେଷକୁ କଟକ ବଡ଼ମେଡ଼ିକାଲରେ ୧୯୫୯ ଜାନୁଆରୀ ୨୮ ତାରିଖରେ ପ୍ରାଣତ୍ୟାଗ ।

 

ଏହି ସାତବର୍ଷ ତାଙ୍କ ପରିବାର ଅକଥନୀୟ ଦୁଃଖ ଭୋଗିଛନ୍ତି । ସେ ସ୍ତ୍ରୀ ଛାୟା ଦେବୀଙ୍କୁ ଶାରୀରିକ କଷ୍ଟ ଦେଇଥିବାର ଜଣାଯାଏ । ଛାୟାଦେବୀ ବାଧ୍ୟ ହୋଇ ଦୁଇ କନ୍ୟା ଓ ପୁତ୍ରକୁ ଧରି ବାପଘରକୁ ଏକାଧିକଥର ଚାଲିଯାଇଛନ୍ତି ଓ ପ୍ରାଣକୃଷ୍ଣ ଶ୍ୱଶୁର ଘରକୁ ଯାଇ ସେମାନଙ୍କୁ ଫେରାଇ ଆଣିଛନ୍ତି ।

 

ପ୍ରାଣକୃଷ୍ଣ କାହିଁକି ପାଗଳ ହେଲେ ତାହା ସ୍ପଷ୍ଟ ଭାବରେ ଜଣାଯାଏ ନାହିଁ । କିନ୍ତୁ ତାଙ୍କ ‘ପ୍ରେମ’ (ହିନ୍ଦୁ ଓ ମୁସଲମାନ) ଉପନ୍ୟାସରୁ କିଛି କିଛି ସଙ୍କେତ ମିଳିଥାଏ ।

 

ଉପରୋକ୍ତ ଉପନ୍ୟାସରେ ହିନ୍ଦୁ ଯୁବକ ରଞ୍ଜନ ଓ ମୁସଲମାନ ଯୁବତୀ ନଜମା ମଧ୍ୟରେ ଯେଉଁ ପ୍ରେମାଲୋଚନା ଓ ପ୍ରେମ ଚିଠି ଆଦାନ ପ୍ରଦାନ ହୋଇଛି ତାହା ତାଙ୍କ ନିଜ ଜୀବନର କଥା ହୋଇପାରେ ବୋଲି ସନ୍ଦେହ ସୃଷ୍ଟି ହୁଏ ।

 

ସେ ଯାହାହେଉ ଛାୟାଦେବୀ ସର୍ବସହଣୀୟା ଥିଲେ । ସେ ସ୍ୱାମୀଙ୍କଠାରୁ ଯେତେ ମାଡ଼ଗାଳି ଖାଇଲେ ବି ନୀରବରେ ସହ୍ୟ କରୁଥିଲେ । ଅତି ଅସହ୍ୟ ହେଲେ ପିଲାଙ୍କୁ ଧରି ବାପଘରକୁ ଚାଲିଯାଉଥିଲେ ଓ ଦୁଇ ଚାରିଦିନ ବାପଘରେ ରହି ପୁନର୍ବାର କଟକ ଫେରିଆସୁଥିଲେ-

 

କିନ୍ତୁ ପ୍ରାଣକୃଷ୍ଣଙ୍କ ବିୟୋଗ ପରେ ତାଙ୍କ ଉପରକୁ ଦୁଃଖ ରାହୁ ମାଡ଼ି ଆସିଥିଲା । ସଞ୍ଚିତ ଧନ କିଛି ନଥିଲା । ଗାଁରୁ କୌଣସି ସାହାଯ୍ୟ ଶ୍ୱଶୁର କିମ୍ବା ଦିଅରମାନେ ପଠାଇଲେ ନାହିଁ । ସେମାନେ ଚାହୁଁଥିଲେ ପ୍ରାଣକୃଷ୍ଣଙ୍କ ଏକାଦଶ କ୍ରିୟା ସରିବା ମାତ୍ରେ ଛାୟାଦେବୀ ତାଙ୍କ ତିନୋଟି ପିଲାଙ୍କୁ ଧରି ଗାଁକୁ ଚାଲିଯିବା ପାଇଁ । ସେମାନଙ୍କର ବାଦମବାଡ଼ିରେ ଥିବା ପ୍ରାଣକୃଷ୍ଣଙ୍କ କୋଠା ଉପରେ ଆଖିଥିଲା ।

 

ଛାୟାଦେବୀ ଏ ପ୍ରସ୍ତାବରେ ରାଜି ହେଲେନାହିଁ । କାରଣ ସେ ଜାଣିଥିଲେ ଗାଁକୁ ଗଲେ ଛୁଆମାନେ ପାଠ ପଢ଼ିପାରିବେ ନାହିଁ । ସେ ବର୍ଷ ବଡ଼ଝିଅ ପୁଷ୍ପ ସେକେଣ୍ଡ ଡିଭିଜନରେ ରାଜାବଗିଚା ହାଇସ୍କୁଲ୍‌ରୁ ମ୍ୟାଟ୍ରିକ୍‌ ପାସ୍‌ କରିଥାଏ । ତାକୁ କଲେଜ୍‌ରେ ପଢ଼ାଇବା ପାଇଁ ଛାୟାଦେବୀଙ୍କ ଇଚ୍ଛା ଥାଏ । କିନ୍ତୁ ଗାଁକୁ ଗଲେ ପୁଷ୍ପ ପାଠପଢ଼ାର ଡୋରି ବନ୍ଧାଯିବ ଓ ଅନ୍ୟ ଦୁଇ ପିଲାଙ୍କର ଅବସ୍ଥା ମଧ୍ୟ ସେହିପରି ହେବ । ଏଣେ କଟକ କୋଠାଘର ଛାଡ଼ି ଗାଁକୁ ଗଲେ ଦୁଇ ଦିଅର ବାଦାମବାଡ଼ି କୋଠାରୁ ମଧ୍ୟ ଭାଗ ନେବେ ।

 

ତେଣୁ ଛାୟାଦେବୀ ଗାଁକୁ ଗଲେନାହିଁ । କଟକରେ ରହି ବହୁ ଦୁଃଖ କଷ୍ଟରେ ଛୁଆଙ୍କୁ ପାଠ ପଢ଼ାଇଲେ । ତାଙ୍କ ଭାଇ ରାଇଚରଣ ସାମଲ ଏ ଦିଗରେ ଛାୟାଦେବୀଙ୍କୁ ସାହାଯ୍ୟ କଲେ । ଝାଞ୍ଜିରିମଙ୍ଗଳା ଇଞ୍ଜିନିୟର ବାସୁଦେବ ମହାନ୍ତିଙ୍କ ସ୍ତ୍ରୀ ସମାଜସେବୀ ବସନ୍ତ ଦେବୀ ବି ଏ ଦୁଃସମୟରେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ପୁଷ୍ପ ରେଭେନ୍ସା କଲେଜ୍‌ରେ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇ ଆଇ.ଏସ୍‌.ସି. ପାସ୍‌ କଲେ । ଡାକ୍ତରୀ ପଢ଼ିବା ପାଇଁ ପୁଷ୍ପର ପ୍ରବଳ ଇଚ୍ଛା । ଛାୟାଦେବୀ ଭାଇ ରାଇଚରଣଙ୍କ ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କୁ ସାକ୍ଷାତ୍‌ କରି କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ପାଠପଢ଼ା ସାହାଯ୍ୟ ପାଇଁ ଦରଖାସ୍ତ କରିଥିଲେ । ବହୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାରେ ସାହାଯ୍ୟ କରିଆସିଥିବା ବିଜୁବାବୁ ପୁଷ୍ପପ୍ରଭା ଦେବୀଙ୍କୁ ଡାକ୍ତରୀ ପଢ଼ିବା ପାଇଁ ପ୍ରତି ମାସରେ ଟ.୫୦ ଙ୍କା ଲେଖା କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ମଞ୍ଜୁର କରିଥିଲେ । ଏହା ନହୋଇଥିଲେ ପୁଷ୍ପ ଡାକ୍ତରୀ ପଢ଼ିବା ସହଜ ହୋଇନଥାନ୍ତା । ସେହି ସମୟରେ ଛାୟାଦେବୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି । ସ୍ୱାମୀଙ୍କ ଲିଖିତ ଶେଷ ପୁସ୍ତକ ‘ଭିନ୍ନଦୃଷ୍ଟି’କୁ ହାତରେ ଧରି ସେ ବହୁ ସାହିତ୍ୟିକ ଓ ନେତାଙ୍କ ଘରକୁ ଯାଇ ବହି ଉପହାର ଦେଇ ଆର୍ଥିକ ସାହାଯ୍ୟ ଆଣି ପରିବାର ଚଳାଇ ଥିଲେ । ଗାଁରୁ ଧାନ ଚାଉଳ ଆସୁନଥିଲା । ଛାୟାଦେବୀ ସ୍ୱାମୀଙ୍କ ମୃତ୍ୟୁ ପରେ ଲୁଗାକାନି ଅଣ୍ଟାରେ ଭିଡ଼ି ନିଜ ଶିଙ୍ଗରେ ମାଟି ଖୋଳି ପରିବାର ଚଳାଇ ଛୁଆଙ୍କୁ ମଣିଷ କରିଥିଲେ ।

 

ବଡ଼ଝିଅ ପୁଷ୍ପ ଏମ୍‌.ବି.ବି.ଏସ୍‌. ପାସ୍‌ କରି ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଚାକିରି କରିବା ପରେ ପରିବାରର ଦୁଃଖ ଦୂର ହୋଇଥିଲା । ଛାୟାଦେବୀ ବଡ଼ଝିଅ ପୁଷ୍ପକୁ ଇଞ୍ଜିନିୟର ଛବିନ୍ଦ୍ରମୋହନ ସେନାପତିଙ୍କ ସହ ବିବାହ କରାଇଥିଲେ ଓ ମଝିଝିଅ ମିନି ମ୍ୟାଟ୍ରିକ୍‌ ପାସ୍‌ ପରେ ଭଲ ପାଠ ନପଢ଼ିବାରୁ ତାକୁ ମଧ୍ୟ ବିବାହ କରାଇଥିଲେ । ପୁଅ ମିତ୍ରଭାନୁ ଇଲେକ୍ଟ୍ରିକାଲ୍‌ ଡିପ୍ଲୋମା ପାସ୍‌ କରିଥିଲେ ଓ ତାଙ୍କର ମଧ୍ୟ ବିବାହ କରାଇଥିଲେ ।

 

କିନ୍ତୁ ଛାୟାଦେବୀଙ୍କ ଶେଷ ଜୀବନ ଦୁଃଖମୟ ଥିଲା । ପୁତ୍ର ମିତ୍ରଭାନୁଙ୍କ ଇଲେକ୍ଟ୍ରି ସକ୍‌ରେ ଅକାଳ ମୃତ୍ୟୁ ଛାୟାଦେବୀଙ୍କୁ ସ୍ୱାମୀଙ୍କ ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣା ଦେଇଥିଲା । ପୁତ୍ରବଧୁ ଅନ୍ୟତ୍ର ବିବାହ କରି ଚାଲିଯାଇଥିଲା । ଝିଅ ପୁଷ୍ପ ମଧ୍ୟ ଚାକିରିରୁ ଅବସର ଗ୍ରହଣ କରିବାର ଅଳ୍ପଦିନ ପରେ କିଡ଼୍ନୀ ରୋଗରେ ପ୍ରାଣତ୍ୟାଗ କଲା । ଛାୟାଦେବୀ ନିଜ ଆଖିରେ ସ୍ୱାମୀ, ପୁତ୍ର ଓ କନ୍ୟାର ମୃତ୍ୟୁ ଦେଖି ୯୦ ବର୍ଷ ବୟସରେ ଆଖି ବୁଜିଲେ ସବୁଦିନ ପାଇଁ ।

***